ଜାନୁଆରୀ 14 ରୁ 19 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପଲଶାଗୋରାର ପ୍ରସିଦ୍ଧ ମକର ମହୋତ୍ସବ – 2026
ସୁବର୍ଣ୍ଣପୁର — ପ୍ରସିଦ୍ଧ ମକର ମହୋତ୍ସବ – 2026 ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ( ବଘିଆବାହାଲ ) ଠାରେ ଜାନୁଆରୀ 14 ରୁ 19 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l ପଲଶାଗୋରା ( ବଘିଆବାହାଲ ) ସ୍ଥିତ ମକର ପଡିଆ ସେଥିପାଇଁ ସଜେଇ ହେଲାଣି l ଦୋକାନ ବଜାର ପାଇଁ ଦୂର ଦୂରାନ୍ତର ରୁ ବ୍ୟବସାୟୀ ମାନେ ଆସିବା ଆରମ୍ଭ କଲେଣି l ଜାନୁଆରୀ 14 ତାରିଖ ରେ ଚବିଶ ପ୍ରହରୀ ନାମଯଜ୍ଞ ଆରମ୍ଭ ହେବା ସହ ପ୍ରସିଦ୍ଧ ମକର ମେଳା ଅନୁଷ୍ଠିତ ହେବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l 14 ତାରିଖ ସନ୍ଧ୍ୟା ରେ ସମ୍ବଲପୁର ନୃତ୍ୟାନୁଷ୍ଠାନ ର ଲହରୀଓ ବଲାଙ୍ଗୀର ନୃତ୍ୟାନୁଷ୍ଠାନ ର ଢୋଲ ମହୁରୀ, 15 ତାରିଖ ସନ୍ଧ୍ୟା ରେ ଝାରସୁଗୁଡା ନୃତ୍ୟାନୁଷ୍ଠାନ ରାଇଁଝାଇଁ ଓ ବୌଦ୍ଧ ନୃତ୍ୟାନୁଷ୍ଠାନ ରୁଦ୍ର ଭୈରବୀ, 16 ତାରିଖ ସନ୍ଧ୍ୟା ରେ ବୌଦ୍ଧ ଜିଲ୍ଲା ବରପଦର ର ନୃତ୍ୟାନୁଷ୍ଠାନ ବଉଲି କଳାପରିଷଦ, ଗଞ୍ଜାମ ଦିଗପହଣ୍ଡି ର ନୃତ୍ୟାନୁଷ୍ଠାନ ବିଚିତ୍ର ବର୍ଣ୍ଣାଳୀ, 17 ତାରିଖ ରେ ସୁମି ବାଘ, ସରିତା ଓ ନିକିତା ଙ୍କ ବୈଠକୀ କାର୍ଯ୍ୟକ୍ରମ, 18 ତାରିଖ ବଲାଙ୍ଗୀର ଜିଲ୍ଲା ଚନ୍ଦ୍ରପୁର ର ପ୍ରସିଦ୍ଧ ରାମଲୀଳା ଓ 19 ତାରିଖ କଳାହାଣ୍ଡି ଜିଲ୍ଲା ଟିନିପାଲି ର ପ୍ରସିଦ୍ଧ ରାମଲୀଳା ଅନୁଷ୍ଠିତ ହେବ l ବିଶିଷ୍ଟ କଣ୍ଠ ଶିଳ୍ପୀ ପଦ୍ମିନୀ ଦୋରା ଓ ସୁପ୍ରିୟା ଶର୍ମା ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦେବେ l ଏହି ପ୍ରସିଦ୍ଧ ମକର ମେଳା ରେ ଲକ୍ଷାଧିକ ଲୋକ ଙ୍କ ସମାଗମ ହେଉଥିବା ବେଳେ କିଣା ବିକା ମଧ୍ୟ ଭଲ ହୋଇଥାଏ l ଏହି ସମୟରେ ବିବାହ ଋତୁ ହେଉଥିବାରୁ ବାହାଘର ର ଅଧିକାଂଶ ସାମଗ୍ରୀ ଏହି ମକର ମେଳା ରୁ ହିଁ ମିଳିଥାଏ l ଛୋଟ ଜିନିଷ ଠାରୁ ଆରମ୍ଭ କରି ବଡ଼ ଜିନିଷ ଏହି ମକର ମେଳା ରେ ମିଳିଥାଏ l ମୀନାବଜାର ଠାରୁ ଆରମ୍ଭ କରି ଛୋଟ ଛୋଟ ବ୍ୟବସାୟୀ ମାନେ ଏଠାକୁ ଆସନ୍ତି ଦୁଇ ପଇସା ରୋଜଗାର ପାଇଁ l ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ପଲଶାଗୋରା ( ବଘିଆବାହାଲ ) ଚଳ ଚଞ୍ଚଳ ହୋଇଉଠେ l ମକର ମେଳା ପାଇଁ ପ୍ରବଳ ଜନ ସମାଗମ ହେଉଥିବାରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ବାହିନୀ ମୁତୟନ ହୋଇଥାନ୍ତି l ମକର ମେଳା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟ ରେ ପହଞ୍ଚି ସାରିଛି ବୋଲି ମକର ମେଳା ପରିଚାଳନା କମିଟି ସଭାପତି ରବୀନ୍ଦ୍ର କୁମାର ପଧାନ ସୂଚନା ଦେଇଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
