ଜାନୁଆରୀ 6 ରୁ ସୁବର୍ଣ୍ଣ ଲୋକ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହେବ

ସୁବର୍ଣ୍ଣପୁର:ସୁବର୍ଣ୍ଣ ଲୋକ ମହୋତ୍ସବ ଜାନୁଆରୀ 6 ତାରିଖ ରୁ 10 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l ସୋନପୁର ରାମେଶ୍ୱର ଷ୍ଟାଡିଅମ ରେ ହେବାକୁ ଥିବା ସୁବର୍ଣ୍ଣ ଲୋକ ମହୋତ୍ସବ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟ ରେ ପହଂଚିଛି l ସୁବର୍ଣ୍ଣପୁର କଳା, ସଂସ୍କୃତି, ଐତିହ୍ୟ ଓ ବିକାଶ ଧାରା ର ବାର୍ତ୍ତାବହ 31 ତମ ସୁବର୍ଣ୍ଣ ଲୋକ ମହୋତ୍ସବ, ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା ଏବଂ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ଚଳିତ ମାସ 6 ତାରିଖ ରୁ 10 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l ଚଳିତ ବର୍ଷ ଜିଲ୍ଲା ତଥା ରାଜ୍ୟ ବାହାର ର 34 ଟି ସାଂସ୍କୃତିକ ଦଳ ର ଏବଂ ପ୍ରସିଦ୍ଧ କଣ୍ଠ ଶିଳ୍ପୀ ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି l ରାଜ୍ୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ଓ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ରେ 242 ଟି ଷ୍ଟଲଲ ବ୍ୟବସ୍ଥା କରାଯାଇଛି l 6 ତାରିଖ ରେ ସୁବର୍ଣ୍ଣ ଲୋକ ମହୋତ୍ସବ ଉଦଘାଟନ ହେବ l 7 ତାରିଖ ରେ ଓଡ଼ିଆ ସାହିତ୍ୟ ଓ ସୁବର୍ଣ୍ଣପୁର, 8 ତାରିଖ ରେ ସଂସ୍କୃତି ଓ ସାମାଜିକ ପ୍ରଗତି ଏବଂ 9 ତାରିଖ ରେ ନୂତନ ଶିକ୍ଷା ନୀତି ଓ ଉଚ୍ଚ ଶିକ୍ଷା ବିଷୟ କୁ ନେଇ ଜିଲ୍ଲା ସଂସ୍କୃତି ଭବନ ଠାରେ ସେମିନାର ହେବ l 10 ତାରିଖ ରେ ରାମେଶ୍ୱର ଷ୍ଟାଡିଅମ ଠାରେ ଥିବା ସନ୍ତରଣାଗାର ପରିସରରେ ଖୋଲା ମଞ୍ଚ ରେ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହେବ l ଉଦଘାଟନୀ ଦିନ ସକାଳ 9 ଟା ରେ ମା ସୁରେଶରୀ ଙ୍କ ମନ୍ଦିର ରେ ପୂଜାର୍ଚ୍ଚନା କରାଯାଇ ସାଂସ୍କୃତିକ ଦଳ ମାନଙ୍କୁ ନେଇ ଏକ ଶୋଭାଯାତ୍ରା ଆୟୋଜିତ ହେବ l ଟ୍ରାଫିକ ସମସ୍ୟା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବ l ଏ ନେଇ ଜିଲ୍ଲାପାଳ ଙ୍କ ସମ୍ବିଳନୀ କକ୍ଷ ରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀ ରେ ଜିଲ୍ଲାପାଳ ଅନ୍ୟା ଦାସ ସବିଶେଷ ସୂଚନା ପ୍ରଦାନ କରିଥିଲେ l ଏହି ସାମ୍ବାଦିକ ସମ୍ବିଳନୀ ରେ ଜିଲ୍ଲାପାଳ ଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ମେହେର, ସୋନପୁର ଉପ ଜିଲ୍ଲାପାଳ ଡ. ସୌମ୍ୟାରୁପା ରଥ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ସୋନପୁର ଥାନା ଆଇ ଆଇ ସି ରଂଜିତ କୁମାର ସାହୁ, ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର