ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରୁଥିବାର ଖବର ପ୍ରସାରଣ ପରେ ସାମ୍ବାଦିକ ଙ୍କୁ ଜୀବନ ରୁ ମାରିଦେବା ପାଇଁ ଧମକ
ସାମ୍ବାଦିକ ପକ୍ଷରୁ ଜୁନାଗଡ ଥାନା ରେ ଏତଲା….
କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ବ୍ଲକ ରେ ଜାଲ କାଗଜ ପତ୍ର ଦାଖଲ କରି କାର୍ଯ୍ୟରତ ସରକାରୀ ଶିକ୍ଷକ ଙ୍କ ବିରୁଦ୍ଧରେ ବାରମ୍ବାର ଅଭିଯୋଗ ହେବା ପରେ ଗତ ଜାନୁଆରୀ ୧୬ ତାରିଖ ରେ ଆଞ୍ଚଳିକ ଖବର କାଗଜରେ ଖବର ପ୍ରସାରଣ ଏହାର ଖବର ପ୍ରକାଶ ପାଇଥିଲା।ଏହି ଖବର କୁ ଭିତ୍ତି କରି କଳାହାଣ୍ଡି ଶିକ୍ଷା ବିଭାଗ ତଦନ୍ତ କରିଥିଲେ ଏବଂ ତଦନ୍ତ ପରେ ତଥ୍ୟ କୁ ଭିତ୍ତି କରି କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇଥିଲେ।ସେଥି ମଧ୍ୟରୁ ଭବାନୀପାଟଣା ବ୍ଲକ ରେ କାର୍ଯ୍ୟରତ ଜୈନିକ ସରକାରୀ ଶିକ୍ଷକଙ୍କ ମଧ୍ୟ ସେହି ଅଭିଯୋଗ ରେ ତଥ୍ୟ ଭିତ୍ତିକ ଭାବେ ରହିଥିଲା। ହେଲେ,ଆଜି ହଠାତ୍ ଅପରାହ୍ନ ୪ ଟା ୩୦ ମିନିଟ୍ ସମୟରେ ସଂପୃକ୍ତ ଶିକ୍ଷକ ଜୁନାଗଡ ଫୋକସ ପ୍ଲସର ସାମ୍ବାଦିକ ଙ୍କୁ ଫୋନ୍ କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଜୀବନ ରେ ମାରି ଦେବା ପାଇଁ ଧମକ ଦେଇଥିବା ଅଭିଯୋଗ ହୋଇଛି।ମୁଁ ତିନି ଚାରି ଥର ଜେଲ୍ ଯାଇଛି,ମୁଁ କାହାକୁ ଖାତିର କରେନାହିଁ,ତୋତେ ଜୀବନ ରେ ମାରି ଦେବି ବୋଲି ଧମକ ଦେଇଥିବା ସାମ୍ୱାଦିକ ପ୍ରକାଶ କରିଛନ୍ତି। ଏନେଇ ସାମ୍ବାଦିକ ନିଜ ଜୀବନ ପ୍ରତି ବିପଦ ଥିବାରୁ ଭୟଭୀତ ହୋଇ ସାମ୍ବାଦିକ ମାନଙ୍କ ଓ ବୁଦ୍ଧିଜୀବୀ ମାନଙ୍କ ସହିତ ଯାଇ ଜୁନାଗଡ ଥାନା ରେ ଏତଲା ଦେଇଛନ୍ତି। ଏଥିରେ ବରିଷ୍ଠ ସାମ୍ବାଦିକ ନରେନ୍ଦ୍ର ଖିତି, ପ୍ରବୀଣ ପଟ୍ଟନାୟକ,ରବି ଶଙ୍କର ସୁନାନୀ, ପୂର୍ଣ୍ଣ ପାଣିଗ୍ରାହୀ,ଆଦିତ୍ୟ ମହାନ୍ତି,ବ୍ୟୋମକେଶ ପୁରୋହିତ,ବିଜୟ ଦଣ୍ଡସେନା,ଆଦିତ୍ୟ ସ୍ବସ୍ତିଦୀପ ଓ ବୁଦ୍ଧିଜୀବୀ ପୂର୍ନେନ୍ଦୁ ମାଝୀ, ନିରଞ୍ଜନ କନ୍ଦପାନ,ଶରତ ଶବର, ଆଇନଜୀବୀ ଜୟଦେବ ସୁନାନୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଘଟଣାକୁ ନେଇ ସାମ୍ବାଦିକ ମହଲରେ ଉଦବେଗ ପ୍ରକାଶ ପାଇଛି। ସଂପୃକ୍ତ ଶିକ୍ଷକ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।
kalahandi epa ru ବିଦ୍ୟାଧର ସାହୁଙ୍କ ରିପୋର୍ଟ…
