ଜିଓ ୫ଜି ହେବା ପରେ ମଧ୍ୟ ପାରାଦୀପରେ ଧିମା ଚାଲିଛି ନେଟୱାର୍କ : ହନ୍ତସନ୍ତ ଉପଭୋକ୍ତା
ପାରାଦୀପ – ବନ୍ଦର ଓ ଶିଳ୍ପ ସହର ପାରାଦୀପ ର ବିଭିନ୍ନ ସଂସ୍ଥା ଏବଂ ଜନସଧାରଣ ଯୋଗାଯୋଗ କ୍ଷେତ୍ରରେ ପ୍ରାୟତଃ ଇଣ୍ଟରନେଟ ସେବା ଉପରେ ନିର୍ଭରଶୀଳ l ଯଦି ଏହି ସେବାରେ ବିଭ୍ରାଟ ଘଟେ, ତେବେ ବ୍ୟାଙ୍କ ଲେଣଦେଣ ସମେତ ସମସ୍ତ ସଂସ୍ଥା ମାନଙ୍କର କାର୍ଯ୍ୟ ଠପ ହୋଇଯାଇଥାଏ l ତେବେ କିଛିଦିନ ହେବ ଗୁରୁତ୍ୱପୂର୍ଣ୍ଣ ପାରାଦୀପ ସହର ଓ ଏହାର ଆଖପାଖ ଅଞ୍ଚଳରେ ଜିଓ କମ୍ପାନୀ ତାର ଟାୱାର ରେ ୫ଜୀ ସେବା ଉପଲବ୍ଧ କରାଇଥିଲେ ସୁଦ୍ଧା ନେଟୱାର୍କ ଧିମା ରହିବା ଯୋଗୁଁ ଯୋଗାଯୋଗ ଏବଂ ଇଣ୍ଟରନେଟ କ୍ଷେତ୍ରରେ ବିଭ୍ରାଟ ଲାଗି ରହି ସ୍ଥିତି ଯଥା ପୂର୍ବଂ ତଥା ପରଂ ଭଳି ହୋଇଛି l
ଭିତିଭୂମି ନଥାଇ ଟାୱାର ସଂଖ୍ୟା ନବଢ଼ାଇ ଗ୍ରାହକ ସଂଖ୍ୟା ବଢ଼ାଇବା ଏ ସମସ୍ୟାର ମୂଖ୍ୟ କାରଣ ବୋଲି ଅଭିଯୋଗ ହେଉଥିବା ବେଳେ ବାରମ୍ବାର ସ୍ଥାନୀୟ ଜିଓ କାର୍ଯ୍ୟାଳୟ କୁ ଯୋଗାଯୋଗ କରିବା ପରେ କେବଳ ଆଶ୍ୱାସନା ମିଳୁଛି l ସୂଚନାଥାଉକି, ପ୍ରାରମ୍ଭରେ ଜିଓ କମ୍ପାନୀ ଗ୍ରାହକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଲୋଭନୀୟ ଅଫର ଦେଇ ତାର ଗ୍ରାହକ ସଂଖ୍ୟାକୁ ବୃଦ୍ଧି କରିଥିଲା l କିନ୍ତୁ ବାରମ୍ବାର ଜିଓ ମୋବାଇଲ ସେବାରେ ବିଭ୍ରାଟ ଲାଗି ରହୁଥିବାରୁ ଉପଭୋକ୍ତା ମାନଙ୍କ ମଧ୍ୟରେ ଅସନ୍ତୋଷ ର ଦାନା ବାନ୍ଧୁଥିବାର ଦେଖିବାକୁ ମିଳିଛି l ତେବେ ବହୁ ଗ୍ରାହକ ଏବେ ଜିଓ ଛାଡି ଅନ୍ୟ ଇଣ୍ଟରନେଟ ସେବା ପ୍ରଦାନକାରୀ ସଂସ୍ଥା ପ୍ରତି ଆକର୍ଷିତ ହେବାରେ ଲାଗିଛନ୍ତି l
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
