ଜିଲାସ୍ତରୀୟ ମାଣ୍ଡିଆ କ୍ରୟ କମିଟି ବୈଠକ , ୨ ଲକ୍ଷ ୪୧ ହଜାର କ୍ୟୁଣ୍ଟାଲ ମାଣ୍ଡିଆ ସଂଗ୍ରହ ନେଇ ଲକ୍ଷ ଧାର୍ଯ୍ୟ
କୋରାପୁଟ ସ୍ଥାନୀୟ ଡିଏନକେ ସଦଭାବନା ସଭାଗୃହରେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତରେ ଶ୍ରୀ ଅନ୍ନ ଅଭିଯାନ ଅନ୍ତର୍ଗତ ଖରିଫ ମାର୍କେଟିଂ ବର୍ଷ ୨୦୨୫-୨୬ ପାଇଁ ମାଣ୍ଡିଆ ସଂଗ୍ରହ ସକାଶେ ୦୯/୧୨/୨୫ ତାରିଖରେ ଜିଲ୍ଲା ସ୍ତରୀୟ ମାଣ୍ଡିଆ କ୍ରୟ କମିଟି (ଡିଏଲପିସି ) ବୈଠକ ଅନୁଷ୍ଠିତ ହୋଇଯାଇଛି।

ଚଳିତ ବର୍ଷ ୨ ଲକ୍ଷ ୪୧ ହଜାର କ୍ୟୁଣ୍ଟାଲ ମାଣ୍ଡିଆ କ୍ରୟ କରାଯିବା ନେଇ ଧାର୍ଯ୍ୟ କରାଯାଇଛି I ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ-ସହ-ପ୍ରକଳ୍ପ ନିର୍ଦ୍ଦେଶକ,କୃଷି ପ୍ରଯୁକ୍ତିବିଦ୍ୟା ପରିଚାଳନା ସଂସ୍ଥାଙ୍କ ଦ୍ଵାରା ଆୟୋଜିତ ଏହି ବୈଠକରେ ଚଳିତ ବର୍ଷ ଜିଲ୍ଲାର ୧୨ ଟି ବ୍ଲକ ୪୫ ଟି ମଣ୍ଡିରେ ମାଣ୍ଡିଆ କ୍ରୟ କରାଯିବ। ଏଥିପାଇଁ ୧୨ ହଜାର ୮୨୩ ଜଣ ଚାଷି ନାମ ପଞ୍ଜିକରଣ କରିଥିବା ବେଳେ , କ୍ୟୁଣ୍ଟାଲ ପିଛା ୪ ହଜାର ୮୪୬ ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯିବା ନେଇ ନିଷ୍ପତି ହୋଇଛି । ତେବେ ଚଳିତ ବର୍ଷ ଜିଲ୍ଲାରେ ୨ ଲକ୍ଷ ୪୧ ହଜାର କ୍ୟୁଣ୍ଟାଲ ମାଣ୍ଡିଆ ସଂଗ୍ରହ କରାଯିବ ବୋଲି ନିଷ୍ପତି ନିଆଯାଇଛି I ସେହିଭଳି ଜିଲ୍ଲାରେ ୧୨ ହଜାର ୨ ଶହ ହେକ୍ଟର ଜମିରେ ମୁଗ,ବିରି ଓ ଡାଲିଜାତୀୟ ଫସଲ ହୋଉଥିବାରୁ ଏହାକୁ କ୍ରୟ କରାଯିବ I ଏହାର କ୍ୟୁଣ୍ଟାଲ ପିଛା ୮ ହଜାର ଟଙ୍କା ରଖା ଯାଇଥିବା ପ୍ରକାଶ କରିଛନ୍ତି I ତେବେ ସମସ୍ତ ମଣ୍ଡିରେ ଚାଷୀଙ୍କ ପାଇଁ ମୌଳିକ ସୁବିଧା ପାନୀୟ ଜଳ , ପାଇଖାନା ଓ ବିଶ୍ରାମ ଗୃହ ଆଦି ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଉଛନ୍ତି Iଉକ୍ତ ଜିଲାସ୍ତରୀୟ ମାଣ୍ଡିଆ କ୍ରୟ କମିଟିର ବୈଠକରେ କୋରାପୁଟ ସାଂସଦ ପ୍ରତିନିଧି ମନୋଜ ଆଚାର୍ଯ୍ୟଙ୍କ ସହ ସମସ୍ତ ଅଧିକାରୀ ଓ ଚାଷି ଉପସ୍ଥିତ ଥିଲେ I
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
