July 5, 2025
Home » ଜିଲା କାର୍ଯ୍ୟାଳୟ ର ବରିଷ୍ଠ ଦପ୍ତରି, ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ପାତ୍ର ଙ୍କ ଦେହାନ୍ତ ରେ ଶୋକ ସଭା ସହିତ ସ୍ମୃତି ଚାରଣ

ଜିଲା କାର୍ଯ୍ୟାଳୟ ର ବରିଷ୍ଠ ଦପ୍ତରି, ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ପାତ୍ର ଙ୍କ ଦେହାନ୍ତ ରେ ଶୋକ ସଭା ସହିତ ସ୍ମୃତି ଚାରଣ

0
WhatsApp Image 2025-01-14 at 9.35.57 AM

ନବରଙ୍ଗପୁରର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ତିତ ଅଶୋକ ମେହେଟା ସମ୍ମିଳନୀ କକ୍ଷଠାରେ ଶିବ ଶଙ୍କର ପାଢି, ସହାୟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ୧୩/୧/୨୫ ତାରିଖରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜିଲା କାର୍ଯ୍ୟାଳୟ ର ବରିଷ୍ଠ ଦପ୍ତରି, ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ପାତ୍ର ଙ୍କ ଦେହାନ୍ତ ଖବର ଶୁଣି ଏକ ଶୋକାକୁଳ ପରିବେଶ ମଧ୍ୟରେ ଦିବଂଗତ ପାତ୍ରଙ୍କ ଦେହାନ୍ତରେ ଏକ ଶୋକ ସଭା ସହିତ ସ୍ମୃତି ଚାରଣ କରାଯାଇଥିଲା । ସ୍ବର୍ଗତ ପାତ୍ର ଏକା ଧାରରେ ଜଣେ ସମାଜସେବୀ, ନିଷ୍ଠାପର, କର୍ତ୍ତବ୍ୟ ପରାୟଣ ଏବଂ ଅତ୍ୟନ୍ତ ମେଳାପି ବ୍ୟକ୍ତି ଥିଲେ। ସ୍ବର୍ଗତ ପାତ୍ର ଚତୃର୍ଥ ଶ୍ରେଣୀ କର୍ମଚାରୀଙ୍କ ବହୁଦିନ ଧରି ସମ୍ପାଦକ ଭାବେ କାର୍ଯ୍ୟ ତୁଲାଇ ଥିଲେ, ତାଙ୍କର ଦୃଢ଼ ସାଙ୍ଗଠନିକ ଦକ୍ଷତା ଯୋଗୁଁ ସେ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଥିଲେ । ଏହି ଶୋକ ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଜୟ କୁମାର ସାହୁ, ସୁରେଶ ପଟନାୟକ, ସୌରଭ ଦାଶ, ମନୋଜ ପଣ୍ଡା, ଜିତେନ୍ଦ୍ର ଚୌଧୁରୀ, ପ୍ରଣତି ମାଝୀ, ସତ୍ୟନାରାୟଣ ସାହୁ, ଗଗନ ଚୌହାନ, ଯୁବଲ ନିକେତନ ହରିଜନ, ଶିବ କେଶବ ବ୍ରହ୍ମା, ସଂଜୀବ ପଣ୍ଡା, କବିତା ବ୍ରହ୍ମା, ରାମଚନ୍ଦ୍ର ରଘୁ ମଣ୍ଡଳ, ଜଗନ୍ନାଥ ମହାପାତ୍ର, ମୀରା ପଣ୍ଡା, ବୁଛି ପତ୍ରାଣି, ରମ୍ଭା ବିଷୋଇ, ସୁବାଶ ସାହୁ, ତୃପ୍ତି ପଟନାୟକ, ବବିତ ପରିଛା, ସରୋଜିନି ଦାଶ, ପ୍ରମୁଖଙ୍କ ସହ ଓଡ଼ିଶା ରାଜସ୍ବ ଅମଲା ସଂଘ ର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ ଉପସ୍ଥିତ ଥିଲେ l

ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *