July 5, 2025
Home » ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ଅବସର ଗ୍ରହଣ।

ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ଅବସର ଗ୍ରହଣ।

0
WhatsApp Image 2025-04-02 at 3.02.04 PM

କନ୍ଧମାଳ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଭାକର ମହାରଣା ମାର୍ଚ୍ଚ ୩୧ତାରିଖରେ ଅବସର ଗ୍ରହଣ କରିଛନ୍ତି। ପ୍ରଥମେ ୨୦୧୪ମସିହାରେ ଉପଖଣ୍ଡ ସ୍ତରୀୟ ଲୋକ ସମ୍ପର୍କ ଅଧିକାରୀ ଭାବେ ଫୁଲବାଣୀରେ ଯୋଗଦେଇଥିଲେ। ପରେ ୨୦୨୧ମସିହା ଠାରୁ ଆଜି ପର୍ଯ୍ୟନ୍ତ ଜିଲା ଲୋକ ସମ୍ପର୍କ ଅଧିକାରୀ ଭାବେ ସୂଚାରୁ ରୂପେ ଦାୟିତ୍ୱ ନିର୍ବାହ କରି ଆସିଛନ୍ତି। ସେ ଅତ୍ୟନ୍ତ ସରଳ ଓ ଅମାୟିକ ବ୍ୟକ୍ତି ଥିଲେ। ଅତ୍ୟନ୍ତ ନିଷ୍ଠା ଓ ଆନ୍ତରିକତା ସହ ଶ୍ରୀ ମହାରଣା କର୍ତ୍ତବ୍ୟ କରି ପ୍ରଶଂସାର ପାତ୍ର ହୋଇଥିଲେ। ତାଙ୍କ ଅବସର କାଳୀନ ବିଦାୟ ବେଳାରେ ପ୍ରେସକ୍ଳବ ପକ୍ଷରୁ ସଭାପତି ସୁନିଲ ପଟ୍ଟନାୟକ ସଂମ୍ପାଦକ ବିରେନ୍ଦ୍ର ସୁବୁଦ୍ଧି, କାର୍ଯ୍ୟକାରୀ ସଭାପତି ଅଶୋକ ପରିଡା,ଉପସଭାପତି ସୂର୍ଯ୍ୟ ନାରାୟଣ ବେହେରା, ବିମଳ ନାୟକଙ୍କ ସହ ମୁସ୍କାନ ସୁଆର,ପ୍ରଶାନ୍ତ କୁମାର ବେହେରା, କାହ୍ନୁ ଚରଣ ଶତପଥି ପ୍ରମୁଖ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ। ବର୍ତ୍ତମାନ ସୁଦ୍ଧା ସରକାର କନ୍ଧମାଳ ଜିଲା ପାଇଁ କାହାକୁ ନିଯୁକ୍ତି ଦେଇ ନଥିବାରୁ ପ୍ରଶାସନ ପକ୍ଷରୁ ଜିଲା ସଂସ୍କୃତି ଅଧିକାରୀ ଙ୍କୁ ସାମୟିକ ଦାୟିତ୍ୱ ଦିଆଯାଇଛି।

Leave a Reply

Your email address will not be published. Required fields are marked *