December 21, 2025
Home » ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ୧୩୨ଟି ଅଭିଯୋଗରୁ ୨୬ଟି ଅଭିଯୋଗର ସମାଧାନ ।

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ୧୩୨ଟି ଅଭିଯୋଗରୁ ୨୬ଟି ଅଭିଯୋଗର ସମାଧାନ ।

0
1000758447
ନୟାଗଡ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ପଞ୍ଚାୟତ ସମିତି ସଭାଗୃହରେ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଆରକ୍ଷୀ ଅଧୀକ୍ଷକ ଏସ୍. ସୁଶ୍ରୀ, ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ନୟାଗଡ଼ ଲଗ୍ନଜିତ ରାଉତ, ମୁଖ୍ୟ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ସୁଶାନ୍ତ କୁମାର ଦାସ ଏବଂ ସମସ୍ତ ବିଭାଗୀୟ ଜିଲ୍ଲା ଅଧିକାରୀମାନଙ୍କ ଉପସ୍ଥିତିରେ ୧୩୨ ପଞ୍ଜିକୃତ ଅଭିଯୋଗ ମଧ୍ୟରୁ ୧୨୦ ବ୍ୟକ୍ତିଗତ ଅଭିଯୋଗ ରହିଥିବାବେଳେ ୧୦ଟି ଗ୍ରାମ ସମୂହ ସମସ୍ୟା ଓ ୨ଟି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ ସମ୍ପର୍କିତ ସମସ୍ୟା ଅଭିଯୋଗ ଥିଲା ।
ରେଡ୍‌କ୍ରସ ସମ୍ବନ୍ଧୀୟ ସମସ୍ୟା ନଥିଲା । ଶିବିରରେ ୨୬ଟି ସମସ୍ୟାର ତତ୍କାଳ ସମାଧାନ ହୋଇଥିଲା । ଅବଶିଷ୍ଟ ମାମଲାଗୁଡିକ ସମାଧାନ ନିମନ୍ତେ ସମ୍ପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ବିଶେଷ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭତ୍ତା, ରାସନ୍ କାର୍ଡ, ସୁଭଦ୍ରା, କ୍ଷୁଦ୍ର ଜଳସେଚନ, ପୁଲିସ୍ ଓ ଜାଗାବାଡ଼ି ସମ୍ବନ୍ଧୀୟ ଅଭିଯୋଗ ରହିଥିଲା ।
ମଶାବାରୀ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ କେନାଲ ଗୁଡ଼ିକରୁ ଜବରଦଖଲ ହଟାଇବା ନିମନ୍ତେ ଅଭିଯୋଗ ହୋଇଥିବା ବେଳେ ପୁଅ ଖାଇବାକୁ ଗଣ୍ଡେ ଦେଉ ନଥୁବା ନେଇ ବାପା ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିବା ସହିତ ସରକାରୀ ଯୋଜନାରୁ ବଞ୍ଚିତ ଅନେକ ହିତାଧିକାରୀ ସେମାନଙ୍କ ସମସ୍ୟାଗୁଡ଼ିକୁ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆଣିଥିଲେ।ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ବିଡିଓ ଜିତେନ୍ଦ୍ର କୁମାର ନାୟକ, ଅତିରିକ୍ତ ତହସିଲଦାର ଜି. ଶ୍ରୀନୁ, ଓଡ଼ଗାଁ ଏନ୍‌ଏସି ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁ, କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ମନୋଜ କୁମାର ରାଉତ, ପାନୀୟ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ସୁବାସ ଚନ୍ଦ୍ର ସ୍ବାଇଁ, ଓଡ଼ଗାଁ ବନାଞ୍ଚଳ ବନପାଳ ସରିତା ବରାଳ, ସାମାଜିକ ସୁରକ୍ଷା ଅଧିକାରୀ ରାଜୟିନୀ ପ୍ରଧାନ, କୃଷି ଅଧିକାରୀ ପ୍ରତିଭା ପ୍ରଧାନ, ଯୋଗାଣ ଅଧିକାରୀ ମଳୟ କୁମାର ମେହେର, ବ୍ଳକ ଗ୍ରାମପଞ୍ଚାୟତ ଅଧିକାରୀ ବିଶ୍ଵଜିତ ଜେନାଙ୍କ ସହିତ ଜିଲ୍ଲାର ବିଭାଗୀୟ ପଦସ୍ଥ ଅଧିକାରୀମାନେ ଯୋଗଦେଇ ଅଭିଯୋଗ ଶୁଣାଣିରେ ସହଯୋଗ କରିଥିଲେ ।
Nayagarh epa ru gokula sadangi nka report

Leave a Reply

Your email address will not be published. Required fields are marked *