February 9, 2026
Home » ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏମଭି-୨୬ ଗ୍ରାମରେ କ୍ଷୟକ୍ଷତିର ଆକଳନ

ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏମଭି-୨୬ ଗ୍ରାମରେ କ୍ଷୟକ୍ଷତିର ଆକଳନ

0
WhatsApp Image 2025-12-10 at 10.04.40 PM

 

ଶାନ୍ତି ଫେରିବା ପରେ ଗ୍ରାମବାସୀ ନିଜ ନିଜ ଘରକୁ ଫେରୁଛନ୍ତି

ମାଲକାନଗିରି ଏମଭି-୨୬ ଗ୍ରାମରେ ହୋଇଥିବା କ୍ଷୟକ୍ଷତି ନେଇ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ନିଜେ ଉପସ୍ଥିତି ରହି ଗ୍ରାମର ସ୍ଥିତି ଅନୁଧ୍ୟାନ କରିବା ସହ ତୁରନ୍ତ କ୍ଷୟକ୍ଷତିର ଆକଳନ କରି ଗ୍ରାମବାସୀଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଅଧିକାରୀ ମାନଙ୍କୁ ତାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଙ୍ଗା ଘର, ଘରର ସମସ୍ତ ଆସବାବ ପତ୍ର ଏଭଳି କି ବାଡି ବଗିଚାର ନଷ୍ଟ ହୋଇଥିବା ଗଛର ହିସାବ କରାଯାଇଛି। ସୂଚନା ଥାଉ କି ଆଜି ମୃତକ ମହିଳାଙ୍କ କଟା ମୁଣ୍ଡ ମିଳିଛି। ଗ୍ରାମରେ ଶାନ୍ତି ଫେରିଛି। ସେହିପରି ମୃତକଙ୍କ ପରିବାରକୁ ମଧ୍ଯ ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ମୃତକଙ୍କ ପୁଅଙ୍କୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ଯୋଗାଇ ଦିଆଯାଇଛି। ଗ୍ରାମରେ ଶାନ୍ତି ଫେରିବା ପରେ ବର୍ତ୍ତମାନ ଗ୍ରାମବାସୀ ନିଜ ନିଜ ଘରକୁ ଫେରୁଛନ୍ତି। ପୀଡିତ ଗ୍ରାମବାସୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଫ୍ରି କିଚେନ୍ ବ୍ୟବସ୍ଥା କରାଯାଇ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ରାତ୍ରୀ ଭୋଜନ ପାଇଁ ମଧ୍ୟ ରାତ୍ରୀ କିଚେନ୍ ବ୍ୟବସ୍ଥା କରାଯାଇଛି। ଶୀତ ପ୍ରକୋପରୁ ରକ୍ଷା ପାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏମଭି-୨୬ ଗ୍ରାମବାସୀଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ପରିସ୍ଥିତିକୁ ତୀକ୍ଷ୍ମ ନଜର ରଖିବା ପାଇଁ ଗ୍ରାମର ଚାରିଆଡ଼େ ସର୍ଭେଲାନ୍ସ କ୍ୟାମେରା ଖଞ୍ଜା ଯାଇଛି।
ସମଗ୍ର ଜିଲ୍ଲାରେ ଆଉ ୧୨ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରି ଦିଆଯାଇଛି। ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି।

ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *