December 28, 2024
Home » ଜିଲ୍ଲାପାଳ, ଏସ୍‌ପିଙ୍କୁ ସୁରକ୍ଷା ମାଗିଲେ ଧର୍ମଶାଳା ବିଧାୟକ

ଜିଲ୍ଲାପାଳ, ଏସ୍‌ପିଙ୍କୁ ସୁରକ୍ଷା ମାଗିଲେ ଧର୍ମଶାଳା ବିଧାୟକ

0

 

ହିମାଂଶୁ ଶେଖର ସାହୁ ନିଜକୁ ସୁରକ୍ଷା ମନେ କରୁନାହାନ୍ତି। ଏହାର କାରଣ ହେଲା ଧର୍ମଶାଳରେ ଏକ ରାଜନୈତିକ ଦଳର ସମର୍ଥକମାନେ ଗୁଣ୍ଡାଗିରି କରୁଛନ୍ତି।ଏହି ରାଜନୈତିକ ଦଳର ସମର୍ଥକମାନେ
କୌଣସି ସମୟରେ ହିଂସାକାଣ୍ଡ କରିପାରନ୍ତି ବୋଲି ହିମାଂଶୁ ଆଶଙ୍କା କରୁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ସୁରକ୍ଷା ମାଗିଛନ୍ତି।

ଯାଜପୁର: ଧର୍ମଶାଳା ବିଧାୟକ ଭାବେ ନିର୍ବାଚିତ ହେବାପରେ ହିମାଂଶୁ ଶେଖର ସାହୁ ବିଜେଡିର ପୂର୍ବତନ ବିଧାୟକଙ୍କ କଳାକାର ନାମା ଖୋଲିବାକୁ ଉଦ୍ୟମ କରି ଦୀର୍ଘ ଦିନ ହେଲା ଗଣମାଧ୍ୟମରେ ପୃଷ୍ଠା ମଣ୍ଡନ କରୁଥିବା ବିଧାୟକ ଜିଲ୍ଲାପାଳ ଓ ଏସପିଙ୍କୁ ନିଜର ସୁରକ୍ଷା ମାଗି ପୁଣି ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିବା ଦେଖିବାକୁ ମିଳିଛି।
ହିମାଂଶୁ ପ୍ରକୃତରେ ପୂର୍ବତନ ବିଜେଡି ବିଧାୟକଙ୍କ ଦୁର୍ନୀତି ଖୋର କାର୍ଯ୍ୟ କଳାପକୁ ଲୋକଲୋଚନକୁ ଆଣିବାକୁ ଚାହୁଁଛନ୍ତି ନା ଶସ୍ତା ଲୋକପ୍ରିୟତା ହେବାକୁ ଏହିଭଳି ଗୋଟିଏ ପରେ ଗୋଟିଏ କାର୍ଯ୍ୟକୁ ମିଡ଼ିଆରେ ପୋଷ୍ଟ କରି ଚର୍ଚ୍ଚାକୁ ଆସୁଛନ୍ତି ତାହା ସାଧାରଣରେ ଆଲୋଚ୍ୟର ବିଷୟ ହୋଇଛି।
ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଭୟଭୀତ ହୋଇ ପ୍ରଶାସନକୁ ସୁରକ୍ଷା ମାଗିଛନ୍ତି। ଯିଏ ବନ୍ଧୁକ ଚଳାଇ ପାରୁଛି, ସେ ଜୀବନ ମଧ୍ୟ ନେଇପାରିବ। ଏଥି ପାଇଁ ସେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ଚିଠି ମଧ୍ୟ ଲେଖିଛନ୍ତି। ସେ କହିଛନ୍ତି, ସୁରକ୍ଷା ପାଇଁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖିଛି। ମୋର ଆଶା ଯେ, ଘଟଣାର ତଦନ୍ତ ହେବ।

ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଭୟଭୀତ ହୋଇ ପ୍ରଶାସନକୁ ସୁରକ୍ଷା ମାଗିଛନ୍ତି। ଯିଏ ବନ୍ଧୁକ ଚଳାଇ ପାରୁଛି, ସେ ଜୀବନ ମଧ୍ୟ ନେଇପାରିବ।
ବିଧାୟକ ଶ୍ରୀ ସାହୁ କହିଛନ୍ତି, ମୁଁ ଜଣେ ଲୋକ ପ୍ରତିନିଧି ହିସାବରେ କାମ କରିବି। ତେଣୁ ମୋତେ ସୁରକ୍ଷା ଦରକାର। ଧର୍ମଶାଳାରେ ପୂର୍ବତନ ବିଧାୟକ ଓ ତାଙ୍କ ସମର୍ଥକମାନେ ରକ୍ତମୁଖା ହୋଇଗଲେଣି। ସେମାନେ ଗୁଳି ଚାଳନା ପାଇଁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି। ବିଜେଡିର ବ୍ଲକ ସଭାପତି ଜଳଧର ମହାନ୍ତି ଏବଂ ଯୁବ ସଭାପତି ଖିତିଶ ନାୟକ କିଛି ଲୋକଙ୍କୁ ଆଣି ଏଭଳି କାମ କରିଥିଲେ। ସେମାନଙ୍କ ନାମରେ ଥାନାରେ ଏତଲା ମଧ୍ୟ ଦିଆଯାଇଛି। ତଥାପି ସେମାନେ ଖୁଲମଖୁଲ୍ଲା ବୁଲୁଛନ୍ତି। ତାଙ୍କ ଗୁଣ୍ଡାରାଜ ବହୁତ ବଢ଼ି ଯାଇଛି। ମୋହନ ସରକାର ଗୁଣ୍ଡାରାଜ ଶେଷ କରିବେ ବୋଲି ଆଶା କରୁଛି।

 

ଇପିଏ ରୁ ବିରଞ୍ଚିନାରାୟଣ ପତ୍ରୀଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି . ଭୁବନେଶ୍ୱର

Leave a Reply

Your email address will not be published. Required fields are marked *