December 3, 2025
Home » ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

0
WhatsApp Image 2025-09-22 at 6.07.13 PM

 

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଉଲୁଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ଜଉଁରା ଭଉଁରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଓ ଉପ- ଆରକ୍ଷୀ ଅଧିକ୍ଷକ, ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ସର୍ବମୋଟ ୮୪ ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ। ତନ୍ମଧ୍ୟରୁ ୫୧ ଗୋଟି ଦରଖାସ୍ତ ବ୍ୟକ୍ତିଗତ ଦରଖାସ୍ତ ଗ୍ରହଣ ବକରାଯାଇଥିଲା। ସମସ୍ତ ସାମୁହିକ ଓ ବ୍ୟକ୍ତିଗତ ଅଭିଯୋଗ ଦରଖାସ୍ତ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଉଲୁଣ୍ଡା ବିଡ଼ିଓ ଚିନ୍ମୟ କୁମାର ମହାନନ୍ଦଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ ) ରାଜେନ୍ଦ୍ର ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଅଶ୍ୱିନୀ କୁମାର ମେହେର, ଉପ – ଜିଲ୍ଲାପାଳ, ସୋନପୁର ଡ. ସୌମ୍ୟାରୂପା ରଥଙ୍କ ସମେତ ତହସିଲଦାର, ଉଲୁଣ୍ଡା, ସୁଶ୍ରୀ ମମତା ମେହେର,ଜଉଁରା ଭଉଁରା ଗ୍ରାମ ପଞ୍ଚାୟତ ର ସରପଞ୍ଚ ସୁନୀତା ସୀଙ୍ଗରା ତଥା ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ, ତହସିଲ ଓ ବ୍ଲକ ସ୍ତରୀୟ ଅଧିକାରୀ, କର୍ମଚାରୀଙ୍କ ସମେତ ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ। ଏହି ଅବସରରେ ଜଉଁରା ଭଉଁରା ଗ୍ରାମ ପଞ୍ଚାୟତର ଅନ୍ତର୍ଗତ ବିଭିନ୍ନ ଗ୍ରାମର ଭିନ୍ନକ୍ଷମ ବ୍ୟକ୍ତି ଲାଇବାନ ବାଘ, ଯଜ୍ଞ ଭୁଏ ଓ ଫିଦିଁଙ୍ଗ ପାଢ଼ୀଙ୍କୁ ହ୍ବିଲ ଚେୟାର ଜିଲ୍ଲାପାଳ ଡ଼.ନୃପରାଜ ସାହୁଙ୍କୁ ଦ୍ଵାରା ପ୍ରଦାନ କରାଯାଇଥିଲା।ଏତଦବ୍ୟତୀତ ଜଉଁରା ଭଉଁରା ଗ୍ରାମ ପଞ୍ଚାୟତର ପାଞ୍ଚ ଜଣ ଯୋଗ୍ୟ ହିତାଧିକାରୀ ସୁକାନ୍ତି କୁମ୍ଭାର, ଜାନକୀ ପଟେଲ, ବାସନ୍ତୀ ମଲ୍ଲିକ, ସୁରେଶ ମହାପାତ୍ର ଓ ଜଗନ୍ନାଥ ହରପାଳଙ୍କୁ ଜିଲ୍ଲାପାଳ ଙ୍କ ଦ୍ଵାରା ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ପ୍ରଦାନ କରାଯାଇଥିଲା l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *