October 24, 2025
Home » ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ମହିଳା ଙ୍କ ଧାରଣା

ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ମହିଳା ଙ୍କ ଧାରଣା

0
WhatsApp Image 2024-12-25 at 7.06.32 PM (2)

l ସୁବର୍ଣ୍ଣପୁର –ଖ୍ରୀଷ୍ଟମାସ ଛୁଟି ସମୟ ରେ ସବୁ ଅମଲାତନ୍ତ୍ର ମଉଜ କରୁଥିବା ସମୟ ରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନା ରେ ଦେଖିବାକୁ ମିଳିଛି ହୃଦୟ ବିଦାରକ ଦୃଶ୍ୟ। ଛୋଟ ଛୋଟ କ୍ଷୀର ଖୁଆ ଛୁଆ ଙ୍କୁ ଧରି ମାଁ ମାନେ ଦେଉଛନ୍ତି ଧାରଣା। ଏସ ପତ୍ରାପାଲି ପଞ୍ଚାୟତ ବେହେରାମାଲ ଗାଁ ର ଯୋଗାଣ ସହାୟକ ମନୋଜ ମହାକୁର ଓ ତାଙ୍କ ସ୍ତ୍ରୀ ସି ଆର୍ ପି ବିଜୁଳି ମହାକୁର ୭ ଜଣ ମହିଳା ଙ୍କୁ ଠକେଇ କରି ୬ ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଇଛନ୍ତି। ସେ ମଧ୍ୟରୁ ଜଣେ ଆଦିବାସୀ ମହିଳା ବାସନ୍ତୀ ଟପ୍ପୋ ମଧ୍ୟ ରହିଛନ୍ତି। କେବଳ ଦୁଇ ଜଣ ମହିଳା ସାହସ କରି ନିଜର ନ୍ୟାୟ ପାଇବା ପାଇଁ ଧାରଣା ଦେଇଛନ୍ତି। ଏ ଘଟଣା ଦୀର୍ଘ ଛଅ ମାସ ର l ଉଲୁଣ୍ଡା ଥାନା ଆଇ ଆଇ ସି ମଧ୍ୟ ଅଭିଯୁକ୍ତ ର ପକ୍ଷ ନେଇ ବାରମ୍ବାର ମହିଳା ମାନଙ୍କୁ ଦୁର୍ବ୍ୟବହାର ଦେଖାଇଛନ୍ତି ବୋଲି ଅଭିଯୋଗ ହେଉଛି l ଉଲୁଣ୍ଡା ତହସିଲଦାର ମଧ୍ୟ ତାଙ୍କ କଥା ଅଣଦେଖା କରି ଧମକପୂର୍ଣ୍ଣ କଥା କହିଛନ୍ତି। ଶେଷ ରେ ମହିଳା ମାନେ ନାରୀନେତ୍ରୀ ସୋନାଲି ବିଶି ଙ୍କୁ ସମ୍ପର୍କ କରିଥିଲେ ଓ ଘଟଣା ବିଷୟ ରେ ସବୁ ଜଣାଇଥିଲେ।

ସେଥି ମଧ୍ୟରୁ ଜଣେ ମହିଳା ରଞ୍ଜିତା ପଧାନ ଙ୍କୁ ନେଇ ଶ୍ରୀମତୀ ବିଶି ଓ ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ପାଢ଼ୀ ଅତିରିକ୍ତ ଜିଲ୍ଲାପାଳ ଙ୍କ କକ୍ଷ ରେ ତାଙ୍କ ଉପସ୍ଥିତି ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଓ ଅନ୍ୟାନ୍ୟ ଅଧିକାରୀ ଙ୍କ ସମ୍ମୁଖ ରେ ଆଲୋଚନା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପ୍ରଧାନ ଙ୍କ ହସ୍ତକ୍ଷେପ ପରେ ଅଭିଯୁକ୍ତ ଙ୍କୁ କୋର୍ଟ ଚାଳନା କରିବା ପାଇଁ ସୂଚନା ଦେଇଥିଲା ପୋଲିସ। ହେଲେ କାଲି ରାତି ସାରା ଲିଖିତ ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ବସି ରହିବୁ ବୋଲି ମହିଳା ମାନେ ଜିଦ୍ ଧରିଥିଲେ। ଛଅ ମାସ ଆମକୁ ଭୁଆଁ ବୁଲେଇଥିବା ପ୍ରଶାସନ କୁ କେମିତି ବିଶ୍ୱାସ କରିବୁ ବୋଲି ସେମାନେ କହିଛନ୍ତି। ଶେଷ ରେ ନବନିର୍ମାଣ କୃଷକ ସଂଗଠନ ର ଯୁବ ନେତା ଶୁଭମ୍ ସାହୁ ସେମାନଙ୍କ ରାତ୍ରୀ ଭୋଜନ ବ୍ୟବସ୍ଥା କରିଥିଲେ । ଆଜି ସରକାରୀ ଛୁଟି ଥିବାରୁ ଅଧିକାରୀ ମାନଙ୍କ କାହାରି ଦେଖା ନାହିଁ। ଧାରଣା ଏବେ ବି ଜାରି ରହିଛି। ଦେଖାଯାଉ ଦୁର୍ନୀତିଗ୍ରସ୍ତ ଓ ଦୁର୍ବ୍ୟବହାର ଦେଖାଉଥିବା ଆଇ ଆଇ ସି ଓ ତହସିଲଦାର ଙ୍କ ବିରୋଧ ରେ କଣ କାର୍ଯ୍ୟାନୁଷ୍ଠାନ ନେଉଛି ପ୍ରଶାସନ। ଅଭିଯୁକ୍ତ ଙ୍କ ବିରୁଦ୍ଧ ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀମତୀ ବିଶି ଦାବୀ କରିଛନ୍ତି। ମହିଳା ମାନଙ୍କୁ ସମ୍ମାନ ଏକ ପ୍ରହସନ। ସରକାର ପରିବର୍ତ୍ତନ ହେଲା। ହେଲେ ଏ ମହିଳା ମାନଙ୍କ ଦୁଃଖ ରେ କିଛି ପରିବର୍ତ୍ତନ ହେଲା ନାହିଁ ବୋଲି ରାଜ୍ୟ ସରକାର ଙ୍କୁ ବ୍ୟଙ୍ଗ କରିଛନ୍ତି ପ୍ରଦ୍ୟୁମ୍ନ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *