December 3, 2025
Home » ଜିଲ୍ଲାପାଳ ଙ୍କ ଜନ ଅଭିଯୋଗ ଶୁଣାଣୀ

ଜିଲ୍ଲାପାଳ ଙ୍କ ଜନ ଅଭିଯୋଗ ଶୁଣାଣୀ

0
WhatsApp Image 2025-09-13 at 6.41.12 AM

ଫୁଲବାଣୀ ଇ ପି ଏ, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ, ଚକାପାଦ ବ୍ଲକ ଅନ୍ତର୍ଗତ କୁସୁମେଣ୍ଡି ଗ୍ରାମ ପଞ୍ଚାୟତ ରେ ରେସନ କାଡ଼ କେଳେଙ୍କାରୀ ଗୋଟିଏ ପରେ ଗୋଟିଏ ଗୁମର ଫିଟୁଛି। ସୂଚନା ଯୋଗ୍ୟ କୁସୁମେଣ୍ଡି ପଞ୍ଚାୟତ ଅନ୍ତର୍ଗତ ପଣଷପଦର ଗ୍ରାମ ର ରେସନ କାଡ ନମ୍ବର ୧୬୦୨୦୮୧୧୧୮୦ ର ପରିବାର ସଂଖ୍ୟା ଦୁଇ ସସ୍କିତା ନାୟକ,ସରମିତା ନାୟକ ଦୁଇ ଭଉଣୀ ଚଳଣୀ ଦୁଃଖ ଦାୟକ ଏମାନେ ବାହର ରାଜ୍ୟ କୁ ଦାଦନ ଶ୍ରମିକ ଖଟିବାକୁ ଯାଇଥିଲେ।ଆସି ପଞ୍ଚାୟତ ଯୋଗାଣ ସହାୟକ ଙ୍କୁ ଆଠମାସର ବି.ପି.ଏଲ ଚାଉଳ ମାଗିବାରୁ ଦେଇ ନ ଥିଲେ।ଏନେଇ ବ୍ଲକ କୁ ଧାଇଁ ଅଭିଯୋଗ କରିଥିଲେ, ହିତାଧିକାରୀ ସରମିତା ନାୟକ କେହି ହେଲେ ଦୁଃଖ ବୁଝିଲେ ନାହିଁ।ତା ୪.୮.୨୦୨୫ ରିଖ ଦିନ ଟିକାବାଲି ବ୍ଲକ ରେ ଜିଲ୍ଲାପାଳ ଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିର ରେ ବାଇଓ ମେଟ୍ରିକ୍ କୁ ଜାଲିଆତି କରି ଆଠମାସର ବିପିଏଲ ଚାଉଳ ହଡପ ଘଟଣା ରେ ସରମିତା ନାୟକ ଙ୍କ ରିପୋର୍ଟ ତଲବ ପାଇଁ ଜିଲ୍ଲାପାଳ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ତୁରନ୍ତ ପଦକ୍ଷେପ ନେବା ପାଇଁ ଦାୟୀତ୍ବ ଦେଇଥିଲେ।ହେଲେ ଜିଲ୍ଲା ଯୋଗାଣ ଅଧିକାରୀ କ’ଣ ଏମିତି ପଦକ୍ଷେପ ଗ୍ରହଣ କଲେ ଯଦ୍ବାରାକି ରେସନ କାଡ ରେ ଆଠମାସର ବିପିଏଲ ଚାଉଳ ବାଇଓ ମେଟ୍ରିକ୍ କୁ ଜାଲିଆତି କରି ଚାଉଳ ହଡପ ଘଟଣା କୁ ଚପାଇ ଦେବାକୁ ପଞ୍ଚାୟତ ଯୋଗାଣ ସହାୟକ ଙ୍କ ଗାଁ ଦାଦାଗିରି ରାତି ଅଧିଆ ସରମିତା ନାୟକ ଙ୍କ ଘର ଆଗରେ ନାନା ଅଶ୍ଳୀଳ ଭାଷା ରେ ଗାଳିଗୁଲଜ କରିଥିବା ଓ ସରମିତା ନାୟକ ଙ୍କ ଦେହରେ ହାତ ମାରୁଥିବା ଅଭିଯୋଗ ଟିକାବାଲି ଥାନାରେ ଏତଲା ଦେଇଛନ୍ତି। ଏତଲା କୁ ଭିତ୍ତି କରି ଟିକାବାଲି ପୋଲିସ ପକ୍ଷରୁ ତା୦୧.୯.୨୦୨୫ ରିଖ ଟିକାବାଲି ଥାନା କେସ ନ ୧୯୬ ପ୍ରକାରେ ୪ଟି ଦଫା ୨୯୬/୭୫/୩୫୧(୨)/୩(୫) ମାମଲା ରୁଜୁ ହୋଇଛି। ଟିକାବାଲି ପୋଲିସ ତନାଘନା କରୁନଥିବା ଅଞ୍ଚଳ ବାସିନ୍ଦା ଙ୍କ ମନରେ ପ୍ରଶ୍ନ ବାଚିଷୃଷ୍ଟି ହେଉଛି। ପଞ୍ଚାୟତ ଯୋଗାଣ ସହାୟକ ଜଣେ ସରକାରୀ କର୍ମଚାରୀ ତେଣୁ ଘଣ୍ଟଘୁଡାଉଥିବେ ବୋଲି ସାଧାରଣରେ ଆଲୋଚନା ହେଉଛି। ଚକାପାଦ ବ୍ଲକ ରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ଦୀନ ସିଧାସଳଖ ଭାବେ ଜିଲ୍ଲା ଯୋଗାଣ ଅଧିକାରୀ, ବ୍ଲକ ଯୋଗାଣ ଅଧିକାରୀ ଙ୍କ କାର୍ଯ୍ୟାଳୟରେ ବସିଥିବା ସମୟରେ କୁସୁମେଣ୍ଡି ପଞ୍ଚାୟତ ରେ ଦାମୋଦର ମୂଖୀ,ସିତାନସୁ ମୂଖୀ ରେସନ କାଡ ନମ୍ବର ୧୬୦୨୦୮୧୧୦୫୧ ପରିବାର ସଂଖ୍ୟା ପାଞ୍ଚ ହେଲେ ନିଜ ସ୍ତ୍ରୀ ମାନଙ୍କ ନାମ ତାଲିକା ରେ ନାହିଁ ଯେଉଁ ମାନଙ୍କର ନାମ ଅଛି ସେମାନେ ସେ ଜାତିର ନୁହନ୍ତି କି ସେମାନେ ତାଙ୍କର ସ୍ତ୍ରୀ ନୁହଁନ୍ତି।ରେସନ କାଡ ନମ୍ବର ୧୬୦୨୦୮୧୧୦୩୭ ଜଣେ ୧୬ ବର୍ଷିୟା ଝିଅ ୩୫ କେ. ଜି ଅନ୍ତୋଦୟ ଚାଉଳ ପାଉଥିବା ଘଟଣା ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ଖୋଲା ଖୋଲି ଭାବେ ଜଣାଇ ଦିଆଯିବା ସ୍ବତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା କଥା ସମୟ ହିଁ କଥା କହିବ। ରାଜ୍ୟରେ ବି.ଜେ.ପି ମୂଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୁର୍ନିତୀ ମୁକ୍ତ ସରକାର ଲୋକଙ୍କ ସରକାର, ବିଜେପି ଡବଲ ଇଂଜିନି ସରକାର ଙ୍କ ସମୟରେ ଦୁର୍ନିତୀ ମୁକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି ହେଲେ ଅଭିଯୋଗ ପରେ ଅଭିଯୋଗ ଗଣମାଧ୍ୟମରେ ବାରଂବାର ପ୍ରସାର ପ୍ରଚାର ପରେ ମଧ୍ୟ ଲୋକମାନଙ୍କ ସରକାର କେବେ ନ୍ୟାୟ ଦେବେ ନିରିହ ଲୋକଙ୍କୁ ନତୁବା ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ଙ୍କ ଅଞ୍ଚଳ ରେ ଗସ୍ତ କିଛି କମ ନାହିଁ। ହେଲେ କୁସୁମେଣ୍ଡି ପଞ୍ଚାୟତ ରେ ରେସନ କାଡ଼ କେଳେଙ୍କାରୀ ମାମଲା ବ୍ୟକ୍ତିଗତ ଗରିବ ଖଟିଖିଆ ଲୋକଙ୍କ ସମସ୍ୟା ପ୍ରତିଧ୍ୟାନ ନାହିଁ ସମୟ ନାହିଁ। ଜିଲ୍ଲାପାଳ ଙ୍କ ଜନ ଅଭିଯୋଗ ଶୁଣାଣୀ କାହା ସ୍ବାର୍ଥରେ କୁସୁମେଣ୍ଡି ପଞ୍ଚାୟତ ରେ ରେସନ କାଡ଼ କେଳେଙ୍କାରୀ ମାମଲା ଥାନାରେ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କେବେ ସାଧାରଣ ରେ ଦେଖିବାକୁ ବାକି ରହିଲା।

 

ଇ ପି ଏ ରୁ କନ୍ଧମାଳ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ

Leave a Reply

Your email address will not be published. Required fields are marked *