December 25, 2025
Home » ଜିଲ୍ଲାପ୍ରଶାସନ ଙ୍କ ପ୍ରତିଶୃତି ରେ ଜିଲ୍ଲା ଠିକାଦାର ସଙ୍ଗ ର ଧାରଣା ଓ ତାଲା ବନ୍ଦ ଆନ୍ଦୋଳନ ସ୍ତଗୀତ

ଜିଲ୍ଲାପ୍ରଶାସନ ଙ୍କ ପ୍ରତିଶୃତି ରେ ଜିଲ୍ଲା ଠିକାଦାର ସଙ୍ଗ ର ଧାରଣା ଓ ତାଲା ବନ୍ଦ ଆନ୍ଦୋଳନ ସ୍ତଗୀତ

0
WhatsApp Image 2025-03-07 at 12.06.48 PM

ପୂର୍ତ୍ତ ବିଭାଗ ରାସ୍ତା ଓ( ସୌଧୋ) ଦେଓଗଡ ବିଭାଜନ ରେ ଖାଲି ପଡ଼ିଥିବା। ସ୍ଥାୟୀ ଅଧିକ୍ଷଣ ଯନ୍ତ୍ରୀ ଓ ଅନ୍ୟ କର୍ମ ଚାରି ନିଯୁକ୍ତି ଠିକ ସମୟରେ ବିଲ୍ ପୈଠ ଜିଲ୍ଲା ଠିକାଦାର ସଙ୍ଗ ପକ୍ଷରୁ ଗତ ତା 03/03 ରୁ ଚାଲି ଥିବା ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଓ ତାଲା ବନ୍ଦ ସାମହିକ ଭାବେ ସ୍ତଗିତ ରହିଛି। ଗତ କାଲି ଗୁରୁବାର ଦିନ ୦୬/୦୩ ସମୟ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ମହୋଦୟ ଓ ସମ୍ବଲପୁର ସାଂସଦ ଙ୍କ ପ୍ରତିନିଧି ଶ୍ରୀ ଅରୁଣ କୁମାର ସାହୁ ମହୋଦୟ ଙ୍କ ନେତୃତ୍ୱ ରେ ବିଭାଗୀୟ ସମ୍ବଲପୁର ଜୋନ C,C ହେମନ୍ତ କୁମାର ନାୟକ A,C ଓ SDO ରାଜେନ୍ଦ୍ର ସୋରେନ ଙ୍କ ସହିତ ଦେଓଗଡ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ଠିକାଦାର ସଙ୍ଗ ର କର୍ମ କର୍ତ୍ତା ମାନଙ୍କ ସହିତ ଆଲେଚନା କରିଥିଲେ।

ଏହି ଅବସରରେ ଆଗମୀ ପନ୍ଦର ରୁ କୋଡ଼ିଏ ଦିନ ମଧ୍ୟରେ ନିୟମିତ ଅଧିକ୍ଷଣ ଯନ୍ତ୍ରୀ ପଦବି ସହିତ ଖାଲି ପଡ଼ିଥିବା ଅନ୍ୟାନ୍ୟ ପଦବୀ ପୂରଣ ପାଇଁ ପ୍ରଶାସନ ପକ୍ଷରୁ ପ୍ରତିଶୁତି ଦିଆଯାଇଥିଲା। ଫୋଳରେ ଠିକାଦାର ସଙ୍ଗ ର କର୍ମ କର୍ତ୍ତା ମାନେ ଧାରଣା ତାଲା ବନ୍ଦ ଆନ୍ଦୋଳନ ସ୍ତଗିତ ପାଇଁ ରାଜି ହୋଇଯାଇଥିଲା। ଚଳିତ ବର୍ଷ ୨୦୨୪ ୨୦୨୫ ବର୍ଷ ଆଉ ମାତ୍ର ଅଳ୍ପ ଦିନ ଥିବା ବେଳେ ସୂଚନା ଯୋଗ୍ୟ ଯେ ଏକ ମାସ ରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଅଫିସ ରେ ପ୍ରାୟ ସମୟ ଆସୁ ନଥିବା ହେତୁ କାର୍ଯ୍ୟ ରେ ବାଧା ଉପୁଜିବା ସହିତ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଲେଙ୍କା ଙ୍କ କହିବା କଥା ସମ୍ବଲପୁର ପୂର୍ତ୍ତ ବିଭାଗ ଜୋନ ରେ ପୋଷ୍ଟିଙ୍ଗ ହୋଇଥିଲା ବେଳେ ଦେଓଗଡ ପୂର୍ତ୍ତ ବିଭାଗ ରେ ଇନଚାର୍ଜ ଭାବେ ଦାଇତ୍ୱ ନେଇଥିଲେ। କାର୍ଯ୍ୟ ବ୍ୟସ୍ତତା ହେତୁ ଦେଓଗଡ ଅଫିସ ରେ ସମୟ ଦେଇପାରୁନଥିଲି। ବୋଲି ଉତ୍ତର ରଖିଥିଲେ। କିନ୍ତୁ ଆଗମୀ ଦିନରେ ଦେଓଗଡ ଅଫିସ କୁ ଆସି ସପ୍ତାହରେ ଏକ ରୁ ଦୁଇଦିନ ଅଫିସ ରହି କାର୍ଯ୍ୟ ତୁଲାଇବି ବୋଲି ଅଧିକ୍ଷଣ ଯନ୍ତ୍ରୀ ଲେଙ୍କା ମହୋଦୟ ପ୍ରତିଶୁତି ଦେଇଥିଲେ।

ଦେଓଗଡ ରୁ ଦେବାନନ୍ଦ ଙ୍କ ସହିତ ଇପିଏ ନିୟୂଜ।

Leave a Reply

Your email address will not be published. Required fields are marked *