ଜିଲ୍ଲାରୁ ଗୋ ମହିଷାଦି ପଦା କରିବାକୁ ଲାଗି ପଡିଛନ୍ତି ମାଫିଆ,ପୁଣି ଧରା ପଡ଼ିଲା ମଇଁଷି ବୋଝେଇ ଗାଡ଼ି।

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଏବେ ଖୁଲମ୍ ଖୋଲା ଗାଈ ମଇଁଷି ଚୋରା ଚାଲାଣ ଚାଲିଛି। ପାହାଡିଆ ଅଞ୍ଚଳରେ ମଧ୍ୟ ଏହି ଜୀବ ଚୋରି ହେଉଛନ୍ତି। ରାତିରେ ଗାଈ ଗୋରୁ ଗୁହାଳରୁ ଫିଟେଇ ଚୋର ସ୍କର୍ପିଓରେ ନେଇ ଯାଉଛନ୍ତି। ଏଯାଏ ଗୋରୁ ଚୋର ଧରା ପଡୁ ନାହାନ୍ତି। ଦେଖା ଯାଉଛି କେନ୍ଦୁଝର ସେଣ୍ଟ୍ରାଲ ସ୍କୁଲ ପାଖେ ଗୋରୁ ଜମା ହେଉଛନ୍ତି ଗାଡ଼ି ମଧ୍ୟ ଲାଗୁଛି। ମୁଖ୍ୟମନ୍ତ୍ରୀ ଗସ୍ତ ଦିନ ମଧ୍ୟ ଏହା ଚାଲିଥିଲା। କିଛି ଲୋକ ଧର୍ମ କର୍ମ ଭୁଲି ଗୋ ମାଫିଆ ବନି କଂସେଇଙ୍କୁ ଗୋରୁ ବିକୁଛନ୍ତି। କିଛି ଦିନ ତଳେ ରିମୁଳି ଅଞ୍ଚଳରେ ଗୋରୁ ବୋଝେଇ ଗାଡ଼ି ଜବତ ହୋଇଥିଲା ଗୋ ସେବକ ଦୁର୍ବ୍ୟବହାର ଶିକାର ହୋଇଥିଲେ। ଏବେ ପୁଣି ରିମୁଳି ଛକ ଉପରେ ଲୋକେ ଏକ ମଇଁଷି ବୋଝେଇ ଗାଡ଼ି ଧରିଛନ୍ତି। ଏକ ପିକ୍ ଅପ୍ ନଂ ବିଆର୍ ୦୧ଜିକେ ୭୮୬୫ରେ ଏହି ସବୁ ମଇଁଷି ଚାଲାଣ ହେଉଥିଲେ। ପରତାପଶି ନିକଟରେ ଏହି ଗାଡିକୁ ଲୋକେ ଅଟକାଇ ରିମୁଳି ଫାଣ୍ଡି ପୋଲିସକୁ ଦେଇଛନ୍ତି। ତେବେ ମଇଁଷି ନେଉଥିବା ଲୋକେ ଚାଷୀ କି ନୁହଁନ୍ତି କିଣିବା ରସିଦ ପାଖରେ ଅଛି କି ନାହିଁ ତାହାର ପୋଲିସ ଯାଞ୍ଚ କରିବ। ପୁଣି ନିଷ୍ଠୁର ଭାବେ ୬ଟି ମଇଁଷିଙ୍କୁ ଗୋଟେ ଗାଡ଼ିରେ ନେଉଥିବାରୁ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ଣ୍ଣ ପ୍ରେସ