July 2, 2025
Home » ଜିଲ୍ଲାରେ ସିକେଲସେଲଏନିମିଆ ଓ ଯକ୍ଷ୍ମା ରୋଗ ଚିହ୍ନଟ ଓ ସ୍କ୍ରିନିଂ ନିମନ୍ତେ ସହଯୋଗର ହାତ ବଢ଼ାଇଲା ନାଲକୋ ଫାଉଣ୍ଡେସନ

ଜିଲ୍ଲାରେ ସିକେଲସେଲଏନିମିଆ ଓ ଯକ୍ଷ୍ମା ରୋଗ ଚିହ୍ନଟ ଓ ସ୍କ୍ରିନିଂ ନିମନ୍ତେ ସହଯୋଗର ହାତ ବଢ଼ାଇଲା ନାଲକୋ ଫାଉଣ୍ଡେସନ

0
WhatsApp Image 2025-03-23 at 10.28.47 PM (1)

ମାଲକାନଗିରି ଜିଲ୍ଲାରେ ସିକେଲସେଲଏନିମିଆ ଓ ଯକ୍ଷ୍ମା ରୋଗର ଚିହ୍ନଟ ଓ ସ୍କ୍ରିନିଂ ନିମନ୍ତେ ନବରତ୍ନ କମ୍ପାନୀ ନାଲକୋ ଫାଉଣ୍ଡେସନ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାଲକୋ ଫାଉଣ୍ଡେସନର ଏକ ପ୍ରତନିଧି ଦଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ଭେଟି ୧ କୋଟି ୨୪ ଲକ୍ଷ ୭୦ ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାରୁ ସିକେଲସେଲଏନିମିଆ ଓ ଯକ୍ଷ୍ମା ରୋଗ ନିରାକରଣ ନିମନ୍ତେ ଏହି ଅର୍ଥ ରାଶି ବ୍ୟବହୃତ ହେବ। ଏହାଦ୍ବାରା ଅନେକ ରୋଗୀ ଚିକିତ୍ସା ସେବା ପାଇ ଉପକୃତ ହୋଇପାରିବେ ।

ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *