July 2, 2025
Home » ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଶିଶୁ ସୁରକ୍ଷା ବ୍ୟବସ୍ଥା ସମ୍ପର୍କିତ ପରାମର୍ଶ କର୍ମଶାଳା ଅନୁଷ୍ଠିତ

ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଶିଶୁ ସୁରକ୍ଷା ବ୍ୟବସ୍ଥା ସମ୍ପର୍କିତ ପରାମର୍ଶ କର୍ମଶାଳା ଅନୁଷ୍ଠିତ

0
WhatsApp Image 2025-03-19 at 5.33.30 PM

ସୁବର୍ଣ୍ଣପୁର –ସେଚ୍ଛାସେବୀ ଅନୁଷ୍ଠାନ ରେଆର ସୋନପୁର ଦ୍ଵାରା ଷ୍ଟିଚଟିଙ୍ଗ୍ କିଣ୍ଡର ପୋଷ୍ଟଜିଗେଲୁ ନେଦରଲେଣ୍ଡ ସହଯୋଗରେ ରେଆର ର ସମ୍ବିଳନୀ କକ୍ଷରେ ପିତାମାତାଙ୍କ ସ୍ନେହ ଶ୍ରଦ୍ଧାରୁ ବଂଚିତ ଓ ଅସହାୟ ଅସୁରକ୍ଷିତ ଶିଶୁଙ୍କ ବକଳ୍ପ ଥଇଥାନ କାର୍ଯ୍ୟକ୍ରମ ଅଧିନରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଶିଶୁ ସୁରକ୍ଷା ବ୍ୟବସ୍ଥା ସମ୍ପର୍କିତ ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ କମିଟୀ ର ଅଧ୍ୟକ୍ଷ ଶ୍ରୀ ଶଙ୍କର୍ଷଣ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ସୁରକ୍ଷା ବ୍ୟବସ୍ଥାରେ ଯୋଡିଲେ ଶିଶୁଙ୍କ ଭବିଷ୍ୟତ ସୁରକ୍ଷିତ ଓ ବିକଶିତ ହେବ ବୋଲି ମତଦେବା ସହ ଶିଶୁ ସୁରକ୍ଷା ସମ୍ପର୍କିତ ପ୍ରକଳ୍ପ କୁ ଗୁରୁତ୍ବ ଦେବା ପାଇଁ ମତଉପସ୍ଥାପନ କରିଥିଲେ । ବିଶିଷ୍ଟ ଅତିଥି ଭାବେ ସୋନପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଞ୍ଜିବ କୁମାର ସାହୁ ଯୋଗଦେଇ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମକୁ ନିରନ୍ତର ଭାବେ ପରିଚାଳନାକୁ ପ୍ରଶଂସା କରିବା ସହ ପ୍ରଶାସନିକ ବ୍ୟବସ୍ଥା ଓ ସାମାଜିକ ସଂଗଠନ ର ସମନ୍ବୟରେ ଶିଶୁ ସୁରକ୍ଷା ସୁଦୃଢ କରାଯିବା ସହ ମାନବିକ ଅଧିକାର କୁ ସୁନିଶ୍ଚିତ କରାଯାଇପାରିବ ବୋଲି ମତ ଦେଇଥିଲେ । ସମ୍ମାନିତ ଅତିଥିଭାବେ କିଶୋର ନ୍ୟାୟ ବୋର୍ଡ ର ସଦସ୍ୟା ରଞ୍ଜିତା ସାହୁ, ଉପ-ଶ୍ରମ ଅୟୁକ୍ତ ଦିଲେଶ୍ଵର ଖାଖା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅତିରିକ୍ତ ଜନସାସ୍ଥ୍ୟ ଅଧିକାରୀ ଡା.ପଦ୍ମହଂସ ଦୋରା, ଜିଲ୍ଲା ପୋଲିସ କାର୍ଯ୍ୟାଳୟର ଡିଏସ୍‌ପି ରାଜେଶ୍ଵରୀ ଭୋଇ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରିଣୀ ସଂଯୁକ୍ତା ମାଝି, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ସୁରକ୍ଷା ଅଧିକାରୀ ବିଜୟ ବିଶ୍ବାଳ , ଜିଲ୍ଲା ଶିଶୁ ସୁରକ୍ଷା ଟାକ୍ସଫୋର୍ସ ସଦସ୍ୟ ସ୍ୱାଧୀନ ମେହେର, ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର କାର୍ଯ୍ୟକ୍ରମ ଅଧିକାରିଣୀ ସୁଦେସ୍ନା ମେହେର, ସିଡିପିଓ ସୋନପୁର ସାଗରିକା ସାଇଁ, ସଡିପିଓ ଵୀରମହାରାଜପୁର ମଞ୍ଜୁଲତା ସ୍ୱାଇଁ, ସଡିପିଓ କାର୍ଯ୍ୟାଳୟ ତୁଙ୍ଗୁରୀପାଲି ର ପରିଦର୍ଶିକା ବସନ୍ତ ମଞ୍ଜରୀ ଦୀପ୍, ଏକ୍ସଏଡ୍ ର ବାଲ୍ୟ ବିବାହ ନିରୋଧ ପରାମର୍ଶଦାତା ଅକ୍ଷୟ କୁମାର ସିଂହ, ଷ୍ଟେଟ୍ ବ୍ୟାଙ୍କ ଗ୍ରାମୀଣ ସ୍ୱରୋଜଗାର ତାଲିମକେନ୍ଦ୍ର ର ନିର୍ଦ୍ଦେଶିକା ଚୁଲେଶ୍ଵରୀ ଦାଶ ଯୋଗଦେଇ ଶିଶୁ ମାନଙ୍କ ଖାଦ୍ୟ, ସ୍ୱାସ୍ଥ୍ୟ , ଶିକ୍ଷା, ଅଂଶଗ୍ରହଣ କୁ ସୁଦୃଢ କରିବା ଯୌନ ନିର୍ଯ୍ୟାତନାରୁ ସୁରକ୍ଷା, ବାଲ୍ୟ ବିବାହ, ଶିଶୁ ଶ୍ରମିକ ତ‌ଥା ଶିଶୁ ପଳାୟନ କୁ ସୁରକ୍ଷା ବଞ୍ଚାଇ ରଖିବା ପାଇଁ ନିରନ୍ତର ପର୍ଯ୍ୟାଲୋଚନା କରିବା ଏବଂ ପ୍ରତ୍ୟେକ ଯତ୍ନକାରୀଙ୍କୁ ସ୍ବାବଲମ୍ବନ ହେବାପାଇଁ ରୋଜଗାର ର ମାଧ୍ୟମ ସୃଷ୍ଟି କରିପାରିବା ତତ୍ ସମ୍ପର୍କରେ ସରକାରଙ୍କ ଯୋଜନା ସମ୍ପର୍କରେ ଉପସ୍ଥାପନ କରିଥିଲେ । ରେଆର ର ପ୍ରତିଷ୍ଠାତା ଗୌରୀଶ୍ୟାମ ପଣ୍ଡା ଶିଶୁ ସୁରକ୍ଷା ଏକ ନିରନ୍ତର ପ୍ରକ୍ରିୟା ଏବଂ ଏହାକୁ ସୁଦୃଢ କରିବାକୁ ହେଲେ ପ୍ରଶାସନିକ ପଦକ୍ଷେପ ଅତ୍ୟନ୍ତ ଜରୁରୀ ବୋଲି ମତ ଦେବା ସହ ସାମାଜିକ ସଂଗଠନ ଭାବେ ଶିଶୁ ସୁରକ୍ଷାର ପ୍ରତିଟି ପାହାଚରେ କାମ କରିବା ପାଇଁ ରେଆର ଉତ୍ସାହିତ ବୋଲି ମତପ୍ରକାଶ କରିଥିଲେ । ରେଆର ର ସାଧାରଣ ସଂପାଦକ ଅନଙ୍ଗ ନେଗୀ ଶିଶୁ ମାନଙ୍କ ବିକଳ୍ପ ଥଇଥାନ କାର୍ଯ୍ୟକ୍ରମ ମଇ ୨୦୧୩ ରୁ ମଇ ୨୦୨୫ ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲା ର ସୋନପୁର ବ୍ଳକ ଓ ବଲାଙ୍ଗିର ଜିଲ୍ଲାର ଗୁଡଭେଲା ବ୍ଳକରେ ୯ ଟି ଗ୍ରାମ ପଂଚାୟତ ରୁ ଚିହ୍ନଟ କରାଯାଇଥିବା ୨୦୮୫ ଅସହାୟ ଶିଶୁ ଏବଂ ସେମାନଙ୍କ ପରିବାର ର ସୁରକ୍ଷା ପାଇଁ ନିଆଯାଇଯାଇଥିବା ପରିପୋଷଣ, ବିକଳ୍ପ ଥଇଥାନ ଓ ଶିଶୁ ସୁରକ୍ଷା ର ନିୟମିତ କାର୍ଯ୍ୟକାରିତା ପାଇଁ କରାଯାଇଥୁବା ସଚେତନତା ଏବଂ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଓ ତାର ପ୍ରଭାବ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହା ସହ ଆୟବୃଦ୍ଧିକାରୀ କାମ ପାଇଁ ୨୧୮ ଜଣ ଯତ୍ନକାରୀଙ୍କୁ ୧୩ ଲକ୍ଷ ୧୨୦୦ ଟଙ୍କାର ବ୍ୟବସାୟିକ କାର୍ଯ୍ୟପନ୍ଥା ସୃଷ୍ଟି କରାଯାଇଥିବା ସମ୍ପର୍କରେ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ସରକାରୀ ପଲିଟେକନିକ୍, ଯତ୍ନଦାତା, ଚାଇଲ୍ଡ ହେଲ୍ସ ଲାଇନ, ଗ୍ରାମୋଥାନ ସଂଗଠନ, ସଖ୍ ସଂଟ ର କର୍ମକର୍ତ୍ତା ତ‌ଥା ଅନ୍ୟାନ୍ୟ ସେଚ୍ଛାସେବୀ ସଂଗଠନ, ଆଇସିଡିଏସ୍ ପରିଦର୍ଶିକା ମାନେ ଯୋଗଦେଇ କାର୍ଯ୍ୟକ୍ରମ ର ପରବର୍ତ୍ତୀ କାର୍ଯ୍ୟକ୍ରମ ର ରୁପରେଖ ସମ୍ପର୍କରେ ନିଜର ମତାମତ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମ ସଂଯୋଜକ ମନୋଜ ସ୍ୱାଇଁ ସ୍ବାଗତ କରିଥିବାବେଳେ କାର୍ଯ୍ୟକ୍ରମ ସହାୟିକା ରିଙ୍କି ବସ୍ତିଆ ଓ ପ୍ରିୟଙ୍କା କଂଟାଲିଆ ସହଯୋଗ କରିଥିଲେ ଓ ରେଆର ର କର୍ମକର୍ତ୍ତା ଅଶୋକ ଝାଙ୍କର୍ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *