July 5, 2025
Home » ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

0
WhatsApp Image 2025-03-08 at 9.24.35 PM

କୋରାପୁଟ ସ୍ଥାନୀୟ ପୋଲିସ ପ୍ୟାରେଡ଼ ପଡ଼ିଆ ଠାରେ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି।କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ କୋଟପାଡ଼ ବିଧାୟକ ରୁପୁ ଭତ୍ରା,କୋଟପାଡ଼ ଏନଏସି ଅଧ୍ୟକ୍ଷ ଏମ ଶଙ୍କର ରାଓ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ପ୍ରତିଯୋଗୀତାର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ପୋଷଣ ଅଭିଯାନ କାର୍ଯ୍ୟକ୍ରମର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜିଲ୍ଲାର ଶ୍ରେଷ୍ଠ ଶିଶୁ ବିକାଶ ଅଧିକାରୀ ଭାବେ ସେମିଳିଗୁଡା ସିଡିପିଓ ବିନୋଦିନୀ ବେହେରାଙ୍କୁ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ସେହିପରି ଶ୍ରେଷ୍ଠ ସୁପରଭାଇଜର ଭାବେ ବୈପାରିଗୁଡାର ଚନ୍ଦ୍ରବତୀ ମଣ୍ଡଳ ଓ ବୋରିଗୁମ୍ମାର ଶର୍ମିଷ୍ଠା ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ଭାବେ ପାର୍ବତୀ ନାୟକ, ଦୁତିକା ହାଲବା, ଅଞ୍ଜନା ହିକକା ଓ ଶକୁନ୍ତଳା ହିମେରିକାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରେଷ୍ଠ ହେଲପର ଭାବେ ଦନମତି ଚପାଡ଼ି, ଗୌରୀ ଦୁଆରୀ ଓ ଏ.କମଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କୋରାପୁଟ ଜିଲ୍ଲାର ୩ ଲକ୍ଷ ସୁଭଦ୍ରା ହିତାଧୀକାରୀ ଦ୍ବିତୀୟ କିସ୍ତି ଟଙ୍କା ଡିବିଟି ମାଧ୍ୟମରେ ପାଇଥିବା ଜିଲ୍ଲାପାଳ ଭି କୀର୍ତ୍ତି ୱାସନ କହିଛନ୍ତି।

ରିପୋର୍ଟ:କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *