ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ କନ୍ୟା ଦିବସ ୨୦୨୫
ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ କନ୍ୟା ଦିବସ ୨୦୨୫ ଅକ୍ଟୋବର ୧୧, ୨୦୨୫ ରେ ସକାଳ ୧୦:୩୦ ସମୟରେ ରାୟଗଡ଼ର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଉଛି । ଏହି ଅବସରରେ ଜିଲ୍ଲାପାଳ ଉପସ୍ଥିତ ସମସ୍ତ ବାଳିକାଙ୍କୁ ଆଜିର ଦିନରେ ଝିଅଟିଏ ଘରର ଲକ୍ଷ୍ମୀ ହୋଇଥାଏ ଏବଂ ଗୋଟିଏ ଝିଅ ଦୁଇଟି ଘରକୁ ପବିତ୍ର ବନ୍ଧୁତାର ବନ୍ଧନକୁ ଯୋଡ଼ିବାରେ ଗୁରୁତ୍ଵ ଭୂମିକା ସହ ଉତ୍ତମ ସମ୍ପର୍କକୁ ଦୃଢୀଭୂତ କରିବା ସହ ନିଜର ସ୍ବାମୀ,ସନ୍ତାନ ସହ ଶାଶୁ ଘରେ ସମସ୍ତଙ୍କ ମଧ୍ୟରେ ଠିକ୍ ଭାବେ ବୁଝାମଣା ସହ ଉତ୍ତମ ସଂସାର ନିଭେଇଥାଏ। ଆଜି ପୁଅ ଅପେକ୍ଷା ଝିଅ ଦୃତଗତିରେ ପ୍ରତ୍ୟେକ କ୍ଷେତ୍ରରେ ଆଗେଇ ଚାଲିଛି। ସେ ସମାଜରେ ତାର ସ୍ଥାନ ବୁଝି ନିଜେ ଆତ୍ମ ନିର୍ଭରଶିଳା ହୋଇ ନିଜର ଦୈନନ୍ଦିନ ଜୀବନ ସୁଚାରୁ ରୂପେ ବିତେଇ ପାରୁଚି। ତା ମାନେ ନୁହଁ ଯେ ପୁରୁଷ ପଛରେ। ଝିଅ ଓ ପୁଅଙ୍କ ଠିକ୍ ବୁଝାମଣା ହେଲେ ସମାଜ ଉତ୍ତମ ରୂପେ ଗଠିତ ହୋଇପାରିବ । ଜଣେ କନ୍ୟାସନ୍ତାନ ଉତ୍ତମ ଶିକ୍ଷା ସହ ଆତ୍ମନିର୍ଭରଶିଳା ହେବା ନିହାତି ଜରୁରୀ ବୋଲି ଜିଲ୍ଲାପାଳ ତାଙ୍କ ସମ୍ଭାଷୋଣରେ କହିଥିଲେ।
ଏଥି ସହ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କନ୍ୟା ସନ୍ତାନ ସୁରକ୍ଷା ,ଆତ୍ମ ନିର୍ଭରଶୀଳ,କନ୍ୟା ସନ୍ତାନ ସଶକ୍ତିକରଣ ପାଇଁ ରହିଥିବା ବିଭିନ୍ନ ଆଇନ ବ୍ୟବସ୍ଥା ନେଇ ପୁଙ୍ଖାନୁପୁଙ୍ଖ ଭାବେ ବୁଝେଥିଲେ। ଏହି କାର୍ଯ୍ୟକ୍ରମ କିଶୋରୀ ଝିଅମାନଙ୍କ ପାଇଁ ଓଡ଼ିଶାର ପ୍ରମୁଖ ପଦକ୍ଷେପ, ଅଦ୍ବିକା ଯୋଜନାକୁ ଏକୀକୃତ କରିବ, ଯାହା ସେମାନଙ୍କର ସ୍ୱର, ଆକାଂକ୍ଷା ଏବଂ ଅଧିକାରକୁ ପ୍ରଦର୍ଶନ କରିବା ପାଇଁ ଏକ ଉତ୍ସବମୁଖୀ ଏବଂ ଅର୍ଥପୂର୍ଣ୍ଣ ପ୍ଲାଟଫର୍ମ ସୃଷ୍ଟି କରିବ।
ଅକ୍ଟୋବର ୧୧ ତାରିଖରେ ପାଳିତ ଆନ୍ତର୍ଜାତୀୟ କନ୍ୟା ଦିବସ, ଝିଅମାନଙ୍କ ଅଧିକାର ପାଇଁ ସମର୍ଥନ କରେ ଏବଂ ଲିଙ୍ଗ-ଭିତ୍ତିକ ହିଂସା, ବାଲ୍ୟବିବାହ ଏବଂ ଶିକ୍ଷାର ଅଭାବ ଭଳି ପ୍ରସଙ୍ଗ ଉପରେ ଧ୍ୟାନ ଦିଏ। ୨୦୧୧ ମସିହାରେ ଜାତିସଂଘ ଦ୍ୱାରା ପ୍ରତିଷ୍ଠିତ ଏହି ଦିବସଟି ଝିଅମାନଙ୍କ ସଶକ୍ତିକରଣ ଉପରେ ଗୁରୁତ୍ୱାରୋପ କରେ ଏବଂ ସେମାନଙ୍କର ଅନନ୍ୟ ଚ୍ୟାଲେଞ୍ଜ, ଯେପରିକି ଲିଙ୍ଗ ଅସମାନତା ଏବଂ ଗୁରୁତ୍ୱପୂର୍ଣ୍ଣ ସମ୍ବଳଗୁଡ଼ିକର ସୀମିତ ପ୍ରବେଶକୁ ଆଲୋକିତ କରେ। ଏଥିରେ ସଚେତନତା ବୃଦ୍ଧି, ଝିଅମାନଙ୍କୁ ସଶକ୍ତ କରୁଥିବା ସଂଗଠନଗୁଡ଼ିକୁ ସମର୍ଥନ କରିବା, ପରାମର୍ଶ ପ୍ରଦାନ କରିବା , ଲିଙ୍ଗ-ଭିତ୍ତିକ ହିଂସା, ବାଲ୍ୟବିବାହ ଏବଂ ଶିକ୍ଷାର ଅଭାବ ଭଳି ପ୍ରସଙ୍ଗ ଉପରେ ଧ୍ୟାନ ଦିଏ। ୨୦୧୧ ମସିହାରେ ଜାତିସଂଘ ଦ୍ୱାରା ପ୍ରତିଷ୍ଠିତ ଏହି ଦିବସଟି ଝିଅମାନଙ୍କ ସଶକ୍ତିକରଣ ଉପରେ ଗୁରୁତ୍ୱାରୋପ କରିବା ସହ ଲିଙ୍ଗ ସମାନତାକୁ ପ୍ରୋତ୍ସାହିତ କରିବା ଅନ୍ତର୍ଭୁକ୍ତ। ଏହି ଦିବସଟି ଅଣ-ସରକାରୀ ସଂଗଠନଗୁଡ଼ିକୁ ଦାନ, ପରାମର୍ଶ ପ୍ରଦାନ କରିବା ଏବଂ ସାମୂହିକ କାର୍ଯ୍ୟକୁ ପ୍ରେରଣା ଦେବା ଏବଂ ସୁଯୋଗଗୁଡ଼ିକର ପ୍ରବେଶକୁ ଉନ୍ନତ କରିବା ପାଇଁ ଝିଅମାନଙ୍କ ସ୍ୱରକୁ ବୃଦ୍ଧି କରିବା ପାଇଁ ଉତ୍ସାହିତ କରେ।
ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ କନ୍ୟାସନ୍ତାନ ଦିବସ- ୨୦୨୫ ଆଜିର ଥିମ୍ ହେଉଛି “ମୁଁ ହେଉଛି ସେହି ଝିଅ, ଯେଉଁ ପରିବର୍ତ୍ତନର ମୁଁ ନେତୃତ୍ବ ନେଉଛି : ସଙ୍କଟର ଆଗଧାଡ଼ିରେ ଝିଅମାନେ”..। ଆମର ଡିଜିଟାଲ୍ ପିଢ଼ି” ଏହି ଥିମ୍ ସହ ଏହି ପ୍ରୟାସ ଝିଅମାନଙ୍କ ପାଇଁ ସମାନ ଇଣ୍ଟରନେଟ୍ ପ୍ରବେଶ ଏବଂ ଡିଜିଟାଲ୍ ଉପକରଣ ପାଇଁ ସମର୍ଥନ କରେ ଏବଂ ସେମାନଙ୍କ ବିକାଶ ପାଇଁ ଡିଜିଟାଲ୍ ଅନ୍ତର୍ଭୁକ୍ତି ଏବଂ ସାକ୍ଷରତାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥାଏ। ପିଢ଼ି ସମାନତା ଫୋରମ୍ ପୂର୍ବରୁ ଲିଙ୍ଗ ସମାନତା ଉପରେ ଆଲୋଚନାରେ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନକୁ ପ୍ରାଥମିକତା ଦେଇଛି, ଝିଅମାନଙ୍କ ପାଇଁ ସୁଯୋଗରେ ବିନିଯୋଗ କରି ଏବଂ ଡିଜିଟାଲ୍ ସମାଧାନର ନେତୃତ୍ୱ ନେବା ପାଇଁ ସେମାନଙ୍କୁ ସଶକ୍ତ କରି ଏକ ଅନ୍ତର୍ଭୁକ୍ତ ଡିଜିଟାଲ୍ ସମାଜ ଗଠନ ପାଇଁ ପ୍ରତିବଦ୍ଧତାକୁ ଆହ୍ୱାନ କରିଛି।
ଆଜିର ଉକ୍ତ କାର୍ଯ୍ୟକ୍ରମରେ ଝିଅ ସମ୍ଭନ୍ଧିତ ବିଷୟ ନେଇ ଜିଲ୍ଲାରେ ବିଭିନ୍ନ ସ୍ଥାନରୁ ଆସିଥିବା ବାଳିକାଙ୍କ ମଧ୍ୟରେ ବାତ୍କୃତ,ରଚନା,ଚିତ୍ରାଙ୍କନ,ନୃତ୍ୟ ପରିବେଷଣ ଭଳି ବିଭିନ୍ନ ପ୍ରତିଯୋଗିତା ତାଙ୍କ ମଧ୍ୟରେ ହୋଇଥିଲା ଏବଂ ପ୍ରତିଯୋଗିତାରେ କୃତିତ୍ୱଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।
ଆଜିର ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ,ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ,ଜିଲ୍ଲା ପିଇଓ ,ରାୟଗଡ଼ା ଉପଖଣ୍ଡିଆ ପିଇଓ,ଜିଲ୍ଲା ସୂଚନା ଅଧିକାରୀ, ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ।
ମହିଳା ସଶକ୍ତିକରଣ କେନ୍ଦ୍ରର ଜିଲ୍ଲା ସଂଯୋଜକ ଦିବାକର ପରିଛା ପରିଚାଳନା କରିଥିଲେ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
