February 10, 2026
Home » ଜିଲ୍ଲାସ୍ତରୀୟ କୃମିନାଶକ ଔଷଧ ସେବନର ଶୁଭାରମ୍ଭ

ଜିଲ୍ଲାସ୍ତରୀୟ କୃମିନାଶକ ଔଷଧ ସେବନର ଶୁଭାରମ୍ଭ

0
WhatsApp Image 2026-02-10 at 4.35.36 PM (1)

 

କୋରାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ନରେଶ ଚନ୍ଦ୍ର ଶବର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାସ୍ତରୀୟ କୃମିନାଶକ ଔଷଧ ସେବନର ଶୁଭାରମ୍ଭ କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶବର ଛାତ୍ରଛାତ୍ରୀ ମାନଙ୍କୁ କୃମିନାଶକ ଖାଇବାକୁ ପରାମର୍ଶ ଦେଇଥିଲେ। ଜାତୀୟ କୃମି ନାଶକ ଦିବସ ମୁଖ୍ୟତଃ ୧ ରୁ ୧୯ ବର୍ଷ ବୟସର ସମସ୍ତ ପିଲାମାନଙ୍କୁ ଅଙ୍ଗନବାଡ଼ି ଓ ବିଦ୍ୟାଳୟରେ କୃମି ନାଶକ ଔଷଧ ଦିଆଯାଏ । ଅଣପଞ୍ଜୀକୃତ ଓ ବିଦ୍ୟାଳୟ ଯାଉ ନ ଥିବା ପିଲାମାନେ ଏବଂ ୨୦ ରୁ ୨୪ ବର୍ଷ ବୟସର ପ୍ରଜନନକ୍ଷମ ମହିଳାମାନେ (ଗର୍ଭାବତୀ ଓ ପ୍ରସୂତି ବ୍ୟତିତ) ଅଙ୍ଗନବାଡ଼ି କେନ୍ଦ୍ରରେ ଔଷଧ ଖାଇବେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ରବୀନ୍ଦ୍ରନାଥ ମିଶ୍ର, ଏଡିପିଏଚଓ(ପରିବାର କଲ୍ୟାଣ) ଡାକ୍ତର ନୀଳ ମାଧବ ଶତପଥି , ବିଦ୍ୟାଳୟର ପ୍ରଧାନଶିକ୍ଷକ ହିମାଂଶୁ ଶେଖର ଦାସ ପ୍ରମୁଖ ଉପସ୍ଥିତ ଥିଲେ।କୋରାପୁଟ ଜିଲ୍ଲାରେ ସ୍କୁଲ ସଂଖ୍ୟା ୨୩୪୯ ରହିଥିବା ବେଳେ ଅଙ୍ଗନୱାଡ଼ି କେନ୍ଦ୍ର ୩୩୩୯ ରହିଛି। ୧ ରୁ ୫ ବର୍ଷ ପିଲା ସଂଖ୍ୟା ୧୪୮୯୫୪ ରହିଥିବା ବେଳେ ୬ରୁ ୧୯ବର୍ଷ ପିଲା ସଂଖ୍ୟା ୩୯୩୯୦୦ ଏବଂ ୨୦ ରୁ ୨୪ ବର୍ଷ ବୟସର ପ୍ରଜନନ କ୍ଷମ ମହିଳାଙ୍କ ସଂଖ୍ୟା ୫୮୮୮୭ ରହିଛି।

ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *