ଜିଲ୍ଲାସ୍ତରୀୟ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ (ଏଲଏଲଆଇଏନ) ବଣ୍ଟନର ଶୁଭାରମ୍ଭ

ମାଲକାନଗିରି ଜିଲ୍ଲାସ୍ତରୀୟ ଦୀର୍ଘସ୍ଥାୟୀ କୀଟନାଶକ ଔପଚାରିତ ମଶାରୀ ବଣ୍ଟନ ତା :୦୭/୧୧/୨୪ ରିଖରେ ମାଲକାନଗିରି ବ୍ଳକସ୍ଥିତ ଗୌଡ଼ଗୁଡା ଗ୍ରାମ ଠାରେ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପ୍ରଥମେ ପ୍ରଦୀପ ପ୍ରଜ୍ଜଳନ କରାଯାଇ ଏକ ସଚେତନତା ବୈଠକ କରାଯାଇଥିଲା l
ଏହି ଶୁଭାରମ୍ଭ ଓ ସଚେତନତା ବୈଠକରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଓ ଚିକିତ୍ସା ଅଧିକାରୀ ଡ଼ା ବ୍ରଜବନ୍ଧୁ ଦାଶ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ମଶା ବାହିତ ରୋଗ) ଡ଼ା କବିତା ସ୍ୱାଇଁ, ମାଲକାନଗିରି ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର, ମାଲକାନଗିରି ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କସମମ ତୀର୍କୀ, ଗୋଷ୍ଠୀ ସ୍ୱାସ୍ଥ୍ୟ ଚିକିତ୍ସା ଅଧିକାରୀ ପାଣ୍ଡ୍ରିପାଣି ଡ଼ା ନିଶାନ୍ତ ଦାଶ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ l
ଜିଲ୍ଲାରେ ମୋଟ ୪୧୫୮୯୯୩ ଟି ମସାରି ବଣ୍ଟନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ୧୧୧ ଟି ଗ୍ରାମ ପଞ୍ଚାୟତ ସହିତ ୧୫୮ ଟି ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘସ୍ଥାୟୀ ଔଷଧ ଉପଚାରିତ ମସାରି ବଣ୍ଟନ ସକାଶେ ବର୍ତ୍ତମାନ ସୁଦ୍ଧା ୧୨୪୯ଟି ମସାରି ବଣ୍ଟନ କେନ୍ଦ୍ର ଚିହ୍ନଟ ହୋଇଥିବା ଜଣାପଡିଛି । ଏଥିରେ ସିଙ୍ଗଲ, ଡବଲ, ଲାର୍ଜ ସାଇଜ ଭଳି ତିନି ପ୍ରକାରର ମଶାରୀ ରହିଛି ଯାହା ପରିବାର ଆବଶ୍ୟକତା ଅନୁଯାୟୀ ସର୍ଭେ ପରେ ବଣ୍ଟାଯିବ । ମ୍ୟାଲେରିଆ ରୋଗରୁ ସୁରକ୍ଷା ଓ ନିରାକରଣ ନିମନ୍ତେ ମଶାରୀ ବ୍ୟବହାର ବିଷୟରେ ପଥ ପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା କରାଯାଇଥିଲା । ସେହିପରି ଜନ ସାଧାରଣଙ୍କୁ ମଶାରୀ ବ୍ୟବହାର ନିମନ୍ତେ ସଚେତନତା ସୃଷ୍ଟି କରିବା ନିମନ୍ତେ ପ୍ରତ୍ୟେକ ଗ୍ରାମକୁ ନିଧି ରଥ ବା ସଚେତନତା ରଥ ମାଧ୍ୟମରେ ଜିଲ୍ଲା ସ୍ତରୀୟ ନିଧି ରଥ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମକୁ ଅଜିତ କୁମାର ଦଳାଇ, ଜିଲ୍ଲା ମଶାବାହିତ ପରାମର୍ଶଦାତା ପରିଚାଳକ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଣ୍ଡ୍ରିପାଣି ସ୍ୱାସ୍ଥ୍ୟ ଅଧିକାରୀ ପରିଚାଳନା କରିଥିଲେ l
ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ