February 4, 2026
Home » ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ- ୨୦୨୬ ପାଳନ

ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ- ୨୦୨୬ ପାଳନ

0
WhatsApp Image 2026-01-13 at 5.29.58 PM

ମାଲକାନଗିରି, ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜଳସମ୍ପଦ ବିଭାଗ ମାଲକାନଗିରି ତରଫରୁ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ- ୨୦୨୬ ପାଳନ କରାଯାଇଛି । ପୋଟେରୁ ଜଳସେଚନ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ. ତୃପ କୁମାର ପାତ୍ର ଏହି ପକ୍ଷ ପାଳନର ସଭାପତିତ୍ବ କରିଥିଲେ । ପୋଟେରୁ ଜଳସେଚନ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ପାତ୍ର କୃଷିର ଉନ୍ନତିରେ ପାଣିପଞ୍ଚାୟତ ର ଭୂମିକା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହି ପକ୍ଷ ପାଳନ ସମାରୋହରେ ମାଲକାନଗିରି ଜିଲ୍ଲା ପରିଷଦର ଉପସଭାପତି ପତିତପାବନ ବୈଦ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।


ଏହି ସମାରୋହରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଦେବୀ ପ୍ରସାଦ ଦାଶ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କୃଷକ ବନ୍ଧୁଗଣଙ୍କୁ କୃଷି କ୍ଷେତ୍ରରେ ଆଧୁନିକ ଜ୍ଞାନ କୌଶଳ ଓ ପ୍ରଯୁକ୍ତିବିଦ୍ୟା ର ପ୍ରୟୋଗ ସମ୍ବନ୍ଧରେ ପରାମର୍ଶ ଦେଇଥିଲେ ଏବଂ ଜଳବାୟୁ ଅନୁସାରେ ଫସଲ ବିବିଧିକରଣ କୁ ପ୍ରୋତ୍ସାହନ ଦେବା ସମ୍ବନ୍ଧରେ ଆଲୋକପାତ କରିଥିଲେ ।ଏହି ସମାରୋହରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମହେଶ କୁମାର ପାଢ଼ୀ, ଉପ ନିର୍ଦ୍ଦେଶକ, ଉଦ୍ୟାନ କୃଷି ବିଭାଗ, ମାଲକାନଗିରି ଦୟାନିଧି ରାଉତ, ବିଧାୟକ ପ୍ରତିନିିଧି, ମାଲକାନଗିରି ନିହାର ରାୟ, ବିଧାୟକ ପ୍ରତିନିଧି, ଚିତ୍ରକୋଣ୍ଡା ଗୋବିନ୍ଦ ଚନ୍ଦ୍ର ପାତ୍ର, ପ୍ରକଳ୍ପ ନିର୍ଦ୍ଦେଶକ, ଜଳ ବିଭାଜିକା ବିଭାଗ, ସମୀର ଶବର ଯୋଗ ଦେଇ ଅନଲାଇନ୍ କୃଷକ ପଞ୍ଜୀକରଣ, କୃଷକ ଙ୍କ ପାଇଁ ଉପଲବ୍ଧ ବିଭିନ୍ନ ଯୋଜନା ଓ ଆର୍ଥିକ ସହାୟତା ସମ୍ବନ୍ଧରେ ସମ୍ୟକ୍ ବିବରଣୀ ପ୍ରଦାନ କରିଥିଲେ ତଥା ଅର୍ଥନୈତିକ ଫସଲ ଉତ୍ପାଦନ ନିମନ୍ତେ କୃଷକ ବନ୍ଧୁଗଣଙ୍କୁ ପ୍ରୋତ୍ସାହିତ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଅଧିକ୍ଷଣ ଯନ୍ତ୍ରୀ, ପୋଟେରୁ କେନାଲ ବିଭାଜନ, ଏମ.ଭି.୭୯ ସନୋଜ କୁମାର ସାହୁ, ନିର୍ବାହୀ ଯନ୍ତ୍ରୀ, ବୃହତ୍ ଉଠା ଜଳସେଚନ ପ୍ରକଳ୍ପ, ମାଲକାନାଗିରି ଅଭିମନ୍ୟୁ ପ୍ରଧାନ ଉପସ୍ଥିତ ଥିଲେ । ଏହି ପକ୍ଷ ପାଳନ ସମାରୋହରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କରାଯାଇଥିବା ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପକ୍ଷ ପାଳନ ସମାରୋହରେ ଆଇ.ଏମ.ଏସ.ଟି ବିଦ୍ୟାଳୟର ଶିକ୍ଷୟିତ୍ରୀ ନିବେଦିତା ମିଶ୍ର ଓ ସହକାରୀ ନିର୍ବାହୀ ଯନ୍ତ୍ରୀ, ପୋଟେରୁ ଜଳସେଚନ ବିଭାଜନ, ବାଲିମେଳା ସୌମେନ କୁମାର ନାଥ ମଞ୍ଚ ପରିଚାଳନା କରିଥିଲେ ।

ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *