July 6, 2025
Home » ଜିଲ୍ଲାସ୍ତରୀୟ ବିଶ୍ୱ ପରିବେଶ ଦିବସ

ଜିଲ୍ଲାସ୍ତରୀୟ ବିଶ୍ୱ ପରିବେଶ ଦିବସ

0
WhatsApp Image 2025-06-05 at 4.54.58 PM (1)

କଟକ : ବିଶ୍ୱ ପରିବେଶ ଦିବସ ପାଳନ ଉପଲକ୍ଷେ ଆଜି କଟକ ଜିଲ୍ଲା ପ୍ରଶାସନ, କଟକ ବନାଂଚଳ ଏବଂ ଜିଲ୍ଲା ଅବକାରୀ ବିଭାଗର ମିଳିତ ଆନୁକୂଲ୍ୟରେ ସିଡିଏ ସେକ୍ଟର ୬ ସ୍ଥିତ ପେଟାନାଳ ନିକଟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ବୃକ୍ଷରୋପଣ ସହ ଜଙ୍ଗଲ ସୃଷ୍ଟି, ବାୟୁମଣ୍ଡଳକୁ ପ୍ରଦୂଷଣମୁକ୍ତ କରିବା, ନିଶା ନିବାରଣ, ବିଭିନ୍ନ ମାଦକ ଦ୍ରବ୍ୟ ବ୍ୟବହାରର କୁପରିଣାମ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୂଳ ଲକ୍ଷ୍ୟ ଥିଲା ।

ଅବକାରୀ ଆୟୁକ୍ତ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟପୋ, ଅତିରିକ୍ତ ସଚିବ ଶ୍ରୀ ଅଶୋକ ଗର୍ତିଆ, ଯୁଗ୍ମ ଆୟୁକ୍ତ ଶ୍ରୀ ଡମ୍ବରୁଧର ଖଣ୍ଡା, ସୋମନାଥ ମାଝୀ, ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀ କରୁଣା ଶଙ୍କର ତିୱାରୀ, ଅବକାରୀ ଉପଅଧୀକ୍ଷକ ଅରୁପା ପାଣିଗ୍ରାହୀ, ଅବକାରୀ ନିରୀକ୍ଷକ ଶ୍ରୀ କମଳ ଲୋଚନ ପାଇକରାୟ ଏବଂ ବନଖଣ୍ଡ ଅଧିକାରୀଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

ନିଜ ପରିବେଶକୁ ସୁସ୍ଥ ରଖିବା ତଥା ଭବିଷ୍ୟତ ପିଢୀ ପାଇଁ ସୁସ୍ଥ ପରିବେଶ ସୁରକ୍ଷିତ କରିବା ଉପରେ ଗୁରୁତ୍ୱ ଦେଇ ଜନସାଧାରଣ ଖାଲିଥିବା ସ୍ଥାନଗୁଡିକରେ ବୃକ୍ଷରୋପଣ କରିବାକୁ ଏହି କାର୍ଯ୍ୟକ୍ରମରେ ଆହ୍ୱାନ ଦିଆଯାଇଥିଲା ।

କଟକ ଇପିଏ ରୁ ଲଳିତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *