ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିଵସ ପାଳନ ୨୦୨୫
ବରଗଡ଼: ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ-୨୦୨୫ ପାଳିତ ହୋଇଥିଲା । ଏଥିରେ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଲୋଚନ ଚନ୍ଦ୍ର ମାଝୀଙ୍କ ଅଧିକ୍ଷତାରେ ସଭା ପରିଚାଳିତ ହୋଇଥିଲା ।ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ର, ଶ୍ରୀମତୀ ମଧୁଛନ୍ଦା ସାହୁ ଏବଂ ସମ୍ମାନିତ ଅତିଥି ଭାବରେ ସହକାରୀ ନିର୍ଦ୍ଦେଶକ, କୃଷି ଓ ଉଦ୍ୟାନ ବିଭାଗ ଶ୍ରୀ ଗୋବିନ୍ଦ ଚନ୍ଦ୍ର ପଣ୍ଡା ଯୋଗଦାନ କରିଥିଲେ ।

ମୁଖ୍ୟ ଅତିଥିଙ୍କ ସମେତ ଅନ୍ୟ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଶ୍ରୀ ଅଞ୍ଜନ କୁମାର ନାୟକ ସଭା ଆରମ୍ଭରେ ଅତିଥି ପରିଚୟ କରିଥିଲେ ।ଶ୍ରୀ ଅନ୍ନ ଅଭିଯାନରେ ମାଣ୍ଡିଆ ଦିବସ ପାଳନ କରାଯାଉଥିବା ଏବଂ ମାଣ୍ଡିଆ ତିଆରି ବିଭିନ୍ନ ପ୍ରକାର ଜିନିଷ ଗୁଡ଼ିକୁ ବଜାରରେ ବିକ୍ରି କରି ସ୍ଵୟଂ ସହାୟକ ଗୋଷ୍ଠୀମାନେ ମିଲେଟ୍ ମିଶନ ଦ୍ଵାରା ଲାଭବାନ ହେଉଛନ୍ତି । ଜୈବ ଵିଵିଧତା ସଂରକ୍ଷଣରେ ମହିଳାଙ୍କ ଭୂମିକାର ଗୁରୁତ୍ବ ଓ ଘରେ କିପରି ମାଣ୍ଡିଆରେ ବିଭିନ୍ନ ପ୍ରକାରର ଜିନିଷ ତିଆରି କରିବେ ତା ଉପରେ ସେ ଆଲୋକପାତ କରିଥିଲେ ଏବଂ ଆଜିର ଯୁବ ଗୋଷ୍ଠୀକୁ ମିଲେଟ୍ ମିଶନ କାର୍ଯ୍ୟକ୍ରମରେ ସାମିଲ କରିବାକୁ ସଭାରେ ଉପସ୍ଥିତ ସମସ୍ତଙ୍କୁ ଆହ୍ୱାନ କରିଥିଲେ ।

ପଦ୍ମପୁର କୃଷି ଅଧିକାରୀ ଶ୍ରୀ ପ୍ରଭାସ ପଣ୍ଡା କିପରି ପ୍ରତିକୂଳ ଜଳବାୟୁରେ ମାଣ୍ଡିଆ ଚାଷ କରା ଯାଇ ପାରିବ ତାହା ଉପରେ ଆଲୋକପାତ କରିଥିଲେ । ଜିଲ୍ଲା କୃଷି ଅଧିକାରୀ ଶ୍ରୀ ମାଝୀ ଆଜି ଯୁଗରେ ଛୋଟ ରୁ ବଡ଼ ସମସ୍ତଙ୍କୁ ପୃଷ୍ଟି ବିହିନତା ଯୋଗୁଁ ବ୍ୟାପୁଥିବା ରୋଗ ଗୁଡ଼ିକ ବିଷୟରେ ଅବଗତ କରାଇଥିଲେ ଏବଂ ମାଣ୍ଡିଆ ଆମ ଶରୀର ପାଇଁ କିଭଳି ହିତକର ଏହା ଉପରେ ଆଲୋଚନା କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ସର୍ବୋତ୍ତମ ସୁବିଧାକାରୀ ସଂସ୍ଥା ଭାବେ ଗାଇସିଲେଟର ଦେବଦତ୍ତ କ୍ଳବ୍, ସର୍ବୋତ୍ତମ FPO ଭାବେ ବୋଡାସମ୍ବର ଡାଲି ଓ ଭେଜିଟେବୁଲ ପ୍ରଡ୍ୟୁସର୍ କମ୍ପାନୀ ଲିମିଟେଡ଼ ଗାଇସିଲେଟ, ସର୍ବୋତ୍ତମ ମିଲେଟ ଚାଷୀ ଭାବେ ପାଇକମାଳ, ଭୁବନେଶ୍ୱରପୁର ରୁ ମୀନା ପଟେଲ, ସର୍ବୋତ୍ତମ ସଂରକ୍ଷକ ଚାଷୀ ଭାବେ ପାଇକମାଳ, ଖରାମାଲ ରୁ ଶ୍ରୀ ଡମ୍ୱରୁ ଧର ମାଝୀ, ସର୍ବୋତ୍ତମ ସ୍ୱୟଂ ସହାୟିକା ଗୋଷ୍ଠୀ ଭାବେ ପଦ୍ମପୁରରୁ ମା ଦୁର୍ଗା SHG ଏବଂ ଶ୍ରେଷ୍ଠ ପ୍ରଦର୍ଶନକାରୀ ବ୍ଲକ ଭାବେ ପଦ୍ମପୁର ବ୍ଳକ କୁ ପୁରସ୍କୃତ କରାଯାଇଥିଲା ।

ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ସୁସ୍ଵାଦୁ ଖାଦ୍ୟ, ଔଷଧ ତଥା ମାଣ୍ଡିଆ ପ୍ରକ୍ରିୟାକରଣ ନିମିତ୍ତ ଆବଶ୍ୟକ ବିଭିନ୍ନ ଯନ୍ତ୍ରପାତି ର ପ୍ରଦର୍ଶନୀ ହୋଇଥିଲା । ଏହି ପ୍ରଦର୍ଶନୀ ମୁଖ୍ୟ ଅତିଥିଙ୍କ ଦ୍ଵାରା ଉଦଘାଟନ କରାଯାଇଥିଲା ।
ବରଗଡ ଜିଲ୍ଳା ପ୍ରତିନିଧି ଇପିଏରୁ କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ(ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସୀ)
