ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ପଞ୍ଚାୟତିରାଜ ଦିବସ ୨୦୨୫ ଅନୁଷ୍ଠିତ
ରାୟଗଡ଼ା ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ପଞ୍ଚାୟତିରାଜ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ରାୟଗଡ଼ା ବିଜୁପଟ୍ଟନାୟକ ଅଡ଼ିଟରିୟମ ଠାରେ ଜିଲ୍ଲାପାଳ ପାରୁଲ ପଟ୍ଟୱରିଙ୍କ ତତ୍ତ୍ୱାବଧାନରେ ଆୟୋଜିତ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝୀ,ଜିଲ୍ଲା ସ୍ତରୀୟ,ବ୍ଲକ ସ୍ତରୀୟ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ। ଉକ୍ତ ତ୍ରିସ୍ତରୀୟ ପଞ୍ଚାୟତରାଜ ଦିବସ ଯାହା ୭୩ତମ ସାମ୍ବିଧାନିକ ସଂଶୋଧନ ଅଧିନିୟମ,୧୯୯୨ ର ୩୨ ବର୍ଷ ପୂରଣ ହେବ, ଯାହା ପଞ୍ଚାୟତରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପଞ୍ଚାୟତକୁ ଗ୍ରାମାଞ୍ଚଳର ସ୍ଥାନୀୟ ସ୍ଵୟଂ ଶାସନର ଅନୁଷ୍ଠାନ ଭାବରେ ସାମ୍ବିଧାନିକ ମାନ୍ୟତା ଦେଇପାରିଛି। ପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କ ଫଟୋଚିତ୍ର ନିକଟରେ ଉପସ୍ଥିତ ଅତିଥିଙ୍କ ଦ୍ଵାରା ପ୍ରତିପା ପ୍ରଜ୍ବଳନ କରାଯାଇ ଥିଲା। ଏହାପରେ ଜମ୍ମୁ କାଶ୍ମୀର ରାଜ୍ୟର ପୁଲୱାମାରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀଙ୍କ ଦ୍ୱାରା ଅତର୍କିତ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନିମନ୍ତେ ଏକ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା।

ରାଜ୍ୟ ସ୍ତରୀୟ ପଞ୍ଚାୟତିରାଜ ଦିବସଟିକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ଜିଲ୍ଲା ସ୍ଥିତ ତାଳବଣିଆ ଠାରେ ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ରାଜ୍ୟର ୬ ଲକ୍ଷ ଯୋଗ୍ୟ ହିତାଧୀକାରୀଙ୍କୁ ନୂତନ ରାସନ କାର୍ଡ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ୩ କିଲୋୱାଟ ପର୍ଯ୍ୟନ୍ତ ସୋଲାର ପ୍ୟାନେଲ ପାଇଁ ୧,୩୮,୦୦୦ ଟଙ୍କା ପର୍ଯ୍ୟନ୍ତ ସବସିଡି ପ୍ରଦାନ କରାଯାଇଛି। ୪,୧୨୪ କୋଟି ଟଙ୍କା ମୂଲ୍ୟର ୩୧୪ ଟି ବ୍ଲକସ୍ତରୀୟ ଷ୍ଟାଡିୟମର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ପାଖାପାଖି ୨ ଲକ୍ଷ ନୂତନ ହିତାଧୀକାରୀଙ୍କୁ ପ୍ରାୟ ୨୦୦ କୋଟି ଟଙ୍କାର ସୁଭଦ୍ରା ସହାୟତା ରାଶି ପ୍ରଦାନ କରାଯାଇଛି। ସେହିପରି ଇ- ପଞ୍ଚାୟତ ସଭା ପୋର୍ଟାଲ, ପି ପି ଏମ୍ ଏସ୍ ପୋର୍ଟାଲ, ପଞ୍ଚାୟତ ମନିଟରିଂ ସିଷ୍ଟମ ପୋର୍ଟାଲ ଓ ମୋବାଇଲ ଆପ୍ ଉନ୍ମୋଚନ ସହ ୩୨ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ରାଜ୍ୟ ସ୍ତରରେ ବଣ୍ଟନ କରାଯାଇଛି । ରାଷ୍ଟ୍ରୀୟ ପଞ୍ଚାୟତିରାଜ ଦିବସ ଅବସରରେ ଆୟୋଜିତ ରାୟଗଡ଼ା ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଆର୍ଥିକ ବର୍ଷ ୨୩-୨୪ ପାଇଁ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ରାୟଗଡ଼ା ଜିଲ୍ଲାର ଆଠୋଟି ବ୍ଲକରେ ଥିବା ବି ଓ ସି ବର୍ଗର ଆଠଟି ଗ୍ରାମ ପଞ୍ଚାୟତକୁ ମୋଟ ଟ.୩୪୭୮୨୫୮/- ଙ୍କାର ଆର୍ଥିକ ପ୍ରୋତ୍ସାହନ ରାଶି ପଞ୍ଚମ ରାଜ୍ୟ ଅର୍ଥ ଆୟୋଗଙ୍କ ପକ୍ଷରୁ ପ୍ରଦାନ କରାଯାଇଛି । ଏହି ପ୍ରୋତ୍ସାହନ ଅର୍ଥ ରାଶି ଜିଲ୍ଲାର ପାଞ୍ଚଟି ଗ୍ରାମ ପଞ୍ଚାୟତର ବିକାଶ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନିମନ୍ତେ ବିନିଯୋଗ ହେବ। ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ରାୟଗଡ ବ୍ଲକର ତିନୋଟି ଯଥା କୁର୍ଲୁ,ପିପିଲିଗୁଦ, ମିରାବାଲି ଗ୍ରାମପଞ୍ଚାୟତରେ ଓ ପୌରାଞ୍ଚଳରେ ୱାର୍ଡ ନମ୍ୱର ୩,୧୭,୨୩ ରେ ରେସନ କାର୍ଡ ପ୍ରଦାନ କରାଯାଇଥିଲା। ଅତିଥିମାନେ ରାୟଗଡ ପୌରାଞ୍ଚଳର ୱାର୍ଡ ନମ୍ବର ୦୫ର ୫ ଜଣ ସୁଭଦ୍ରା ହିତାଧିକାରୀଙ୍କୁ ଡମି ଚେକ୍ ପ୍ରଦାନ କରାଗଲା।

ଆଜିର ସମ୍ମାନ ସମାରୋହରେ ୨୦୨୪-୨୫ ଆର୍ଥିକ ବର୍ଷରେ ପଞ୍ଚାୟତ ରାଜ ଏବଂ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଗ୍ରାମାଞ୍ଚଳ ଶାସନ, ନାଗରିକଙ୍କ ଅଂଶଗ୍ରହଣ ଏବଂ ସ୍ଥାୟୀ ବିକାଶରେ ଉଲ୍ଲେଖନୀୟ ଅବଦାନ ତଥା ସଫଳତାକୁ ନେଇ ରାୟଗଡ଼ା ଜିଲ୍ଲା ପ୍ରଶାସନ ଦ୍ବାରା ସ୍ୱୀକୃତି ପ୍ରଦାନ କରିଛି । ତୃଣମୂଳ ସ୍ତରରେ ବିକାଶମୂଳକ କାର୍ଯ୍ୟରେ ନେତୃତ୍ୱ ନେବାରେ ଗୁଣପୁର ବ୍ଲକର କୁଲୁସିଂ ଜିପି ଶ୍ରୀ ଡଷ୍ଟାନା ରାଇକା ଶ୍ରେଷ୍ଠ ଗ୍ରାମ ରୋଜଗର ସେବା (ଜିଆରଏସ) ଭାବରେ ମାନ୍ୟତା ପାଇଛନ୍ତି। କୋଲନାରା ବ୍ଲକର ଜୋରାଡି ଜିପିର ଶ୍ରୀମତୀ ସିବାନୀ ପଟ୍ଟନାୟକଙ୍କୁ ସ୍କିମ୍ କାର୍ଯ୍ୟକାରୀ କରିବାରେ ଅଦମ୍ୟ ପ୍ରତିବଦ୍ଧତା ଏବଂ କାର୍ଯ୍ୟକାରିତା ପାଇଁ ଶ୍ରେଷ୍ଠ ଆକାଉଣ୍ଟାଣ୍ଟ-ଡାଟା ଏଣ୍ଟ୍ରି ଅପରେଟର ଆଖ୍ୟା ଦିଆଯାଇଛି। ଶ୍ରୀ ଗଦାଧର ମିଶ୍ର, ପିଇଓ, ତେଲେଙ୍ଗପଦର ଜିପି, ମୁନିଗୁଡା ବ୍ଲକକୁ ଫ୍ଲାଗସିପ୍ ସ୍କିମର ନିଷ୍ଠା, ଦକ୍ଷତା ଏବଂ ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ ଶ୍ରେଷ୍ଠ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ଭାବରେ ପୁରସ୍କୃତ କରାଯାଇଛି | ଶାସନ ତଥା ଅନ୍ତର୍ଭୂକ୍ତ ବିକାଶରେ ଆଦର୍ଶ ପ୍ରଦର୍ଶନ ପାଇଁ ରାୟଗଡା ବ୍ଲକର ତାଡମା ଗ୍ରାମ ପଞ୍ଚାୟତକୁ ରାୟଗଡା ଜିଲ୍ଲାର ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ ଭାବରେ ମାନ୍ୟତା ଦିଆଯାଇଛି। ଆର୍ଥିକ ବର୍ଷ ୨୦୨୪-୨୫ ମଧ୍ୟରେ ଗ୍ରାମୀଣ ଗୃହ ଯୋଜନା ଅଧୀନରେ ଉଲ୍ଲେଖନୀୟ ସଫଳତା ହାସଲ କରିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ରାୟଗଡା ଜିଲ୍ଲାର ଗ୍ରାମୀଣ ଗୃହ ଦଳ ଶ୍ରେଷ୍ଠ ଦଳ ଭାବରେ ମାନ୍ୟତା ପାଇଛି | ଗ୍ରାମୀଣ ଶାସନ, ନାଗରିକଙ୍କ ଅଂଶଗ୍ରହଣ ଏବଂ ନିରନ୍ତର ବିକାଶରେ ସର୍ବୋଚ୍ଚ ମାନ ହାସଲ କରିଥିବାରୁ ରାମନାଗୁଡା ବ୍ଲକକୁ ରାୟଗଡା ଜିଲ୍ଲାର ଶ୍ରେଷ୍ଠ ବ୍ଲକ ଭାବେ ପ୍ରଦାନ କରାଯାଇଛି।ଏଥିସହ ରାଷ୍ଟ୍ରୀୟ ପଞ୍ଚାୟତର ଦିବସ ଅବସରରେ “ଭାରତର ଭବିଷ୍ୟତ ଗଠନରେ ପଞ୍ଚାୟତିରାଜ ଅନୁଷ୍ଠାନ ଭୂମିକା” ପ୍ରସଙ୍ଗରେ ଆୟୋଜିତ ଏକ ପ୍ରବନ୍ଧ ପ୍ରତିଯୋଗିତାରେ ଭାଗ ନେଇ ତାଙ୍କର ପ୍ରଶଂସନୀୟ ଅଭିବ୍ୟକ୍ତି ଏବଂ ଦୃଷ୍ଟିକୋଣ ପାଇଁ କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥି ପ୍ରଥମ ସ୍ଥାନରେ ରାଜେଶ୍ୱରି ଭଟରାୟ,ଶୁଭେନ୍ଦୁ କୁମାର ପାତ୍ର ଦ୍ବିତୀୟ, ମୋନିକା ବୁଦ୍ଦି ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗିକରୀଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।

ଆଜିର ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଡିଏସପି , ଜିଲ୍ଲା ପଞ୍ଚାୟତ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ,ଜିଲ୍ଲା ଯୋଗାଣ ବିଭାଗର ଅଧିକାରୀ ଓ କର୍ମଚାରୀ, ପିଆରଆଇ ସଦସ୍ୟ, ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା,କୃଷକ ଏବଂ ହିତାଧିକାରୀମାନେ ଅଂଶଗ୍ରହଣ କରିଥିଲେ।କାର୍ଯ୍ୟକ୍ରମ ଆୟୋଜନ କରିବାରେ ସଦର ବ୍ଲକର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
ରିପୋର୍ଟ:ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
