October 23, 2025
Home » ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ୨୦୨୫ ପାଳନ

ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ୨୦୨୫ ପାଳନ

0
WhatsApp Image 2025-10-15 at 1.44.20 PM

 

ନୟାଗଡ଼:ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ୨୦୨୫ ପାଳନ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଭାରପ୍ରାପ୍ତ ଉପଜିଲ୍ଲାପାଳ ପ୍ରଭାତୀ ମହାରଣା , ଜୟଶ୍ରୀ ପଟ୍ଟନାୟକ ପ୍ରୋଗ୍ରାମ ଅଫିସର , ଜୟଶ୍ରୀ ପ୍ରଧାନ ପ୍ରୋଗ୍ରାମ ଅଫିସର , ସଞ୍ଜୁଲତା ପାଣିଗ୍ରାହୀ ପୋଗ୍ରାମ ଅଫିସର, ଆଶିଷ ରଞ୍ଜନ ମହାପାତ୍ର,ଜିଲ୍ଲା ସଂଯୋଜକ ପ୍ରମୁଖ ମଞ୍ଚାସୀନ ଥିଲେ।

ଏହି କାର୍ଯ୍ୟକ୍ରମର ଧୂମ ମେଦବହୁଳତା କମାଇବା ପାଇଁ ଖାଦ୍ୟରେ ତେଲ ଲୁଣ କମ୍ କରିବା, ଶୂନରୁ ତିନି ବର୍ଷ ପିଲାଙ୍କ ବୌଦ୍ଧିକ ବିକାଶକୁ ବୃଦ୍ଧି, ଗର୍ଭବତୀ ମାଆ ଓ ଶିଶୁ ମାନଙ୍କ ଯତ୍ନ ଓ ସୁରକ୍ଷା ପାଇଁ ,ମହିଳାମାନଙ୍କ ଶହ ପୁରୁଷମାନଙ୍କ ସହଭାଗିତାକୁ ପ୍ରାଧାନ୍ୟ ଦେବା, ଉତ୍ତମ ପୋଷଣ ସୁସ୍ଥ ଜୀବନ, ମାଆ ଓ ଶିଶୁ ମୃତ୍ୟୁ ହାର କମାଇବା, କୁପୋଷଣକୁ ଦୂର କରି ସୁପୋଷଣକୁ ଗ୍ରହଣ କରିବା , ରକ୍ତ ହୀନତା ଦୂରୀକରଣ ପାଇଁ ଓ ରକ୍ତ ହୀନତା କିପରି ଦୂର କରାଯାଇ ପାରିବ ସେହି ଉପରେ ଆଲୋଚନା କରାଯାଇ ସଚେତନତା ପାଇଁ ଆଲୋକପାତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ଲକ ସ୍ତରୀୟ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଓ ଅଙ୍ଗନବାଡି କର୍ମୀ ମାନେ ଉପସ୍ଥିତ ଥିଲେ।

ଇପିଏରୁ ଗୋକୁଳ କୁମାର ଷଡ଼ଙ୍ଗୀ, ଜିଲ୍ଲା ପ୍ରତିନିଧି, ନୟାଗଡ଼ ।

Leave a Reply

Your email address will not be published. Required fields are marked *