October 23, 2025
Home » ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ-“ମହକ – ୨୦୨୫” ଅନୁଷ୍ଠିତ

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ-“ମହକ – ୨୦୨୫” ଅନୁଷ୍ଠିତ

0
WhatsApp Image 2025-10-08 at 1.03.10 PM (1)

 

ରାୟଗଡ଼ା ସହରରେ ଥିବା ବିଜୁ ପଟ୍ଟନାୟକ ଅଡିଟରିଅମରେ ଓଡ଼ିଶା ମହିଳା ଏବଂ ଶିଶୁ ବିକାଶ ବିଭାଗ ଏବଂ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା ଶିଶୁ ଯତ୍ନ ପ୍ରତିଷ୍ଠାନରେ ଥିବା ପିଲାମାନଙ୍କ ସକାଶେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ – ୨୦୨୫” ବାର୍ଷିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏସପି ସ୍ୱାତି ଏସ କୁମାର,ମୁଖ୍ୟ ବକ୍ତା ଏଡିଏମ (ସାଧାରଣ) ନବୀନ ଚନ୍ଦ୍ର ନାୟକ, ବରେଣ୍ୟ ଅତିଥି ରାୟଗଡ଼ା ଡିଏଲଏସଏ, ସମ୍ପାଦକ ସୁବ୍ରତ ଆଚାର୍ଯ୍ୟ , ଦିଏସଡବ୍ଲୁଓ ମିନତୀ ଦେଓ,,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମହାଦେବ ଚିଚୁଆନ ମଞ୍ଚାସିନ ରହି ଆଜିର କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇ ଶିଶୁଙ୍କୁ ଉତ୍ସାହିତ କରାଇଥିଲେ।

ଏହା ଅନୁଷ୍ଠାନିକ ଯତ୍ନରେ ଥିବା ପିଲାମାନଙ୍କର ସାମଗ୍ରିକ ବିକାଶ ଏବଂ କଲ୍ୟାଣ ସୁନିଶ୍ଚିତ କରିବା ଏବଂ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଏକ ବ୍ୟାପକ ପଦକ୍ଷେପର ଅଂଶ ଏବଂ ଯାହାଦ୍ଵାରା କି ପିଲାମାନଙ୍କୁ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିପାରିଛି।ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମରେ କୃତିତ୍ଵଙ୍କୁ ଆତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ପ୍ରଥମ କାର୍ଯ୍ୟକ୍ରମ ଗୋଷ୍ଠୀ ଏବଂ ଏକକ ନୃତ୍ୟ,ଏକକ ଗୀତ,ଚିତ୍ରକଳା,ବିତର୍କ ଏବଂ କୁଇଜ୍,କ୍ରୀଡା, ଯେପରିକି ଦୌଡ଼ ଏବଂ ଡେଇଁବା,ସଂରଚନା ଏବଂ ସଂଗଠନ ଭଳି ବିଭିନ୍ନ ପ୍ରତିଯୋଗିତା ଜିଲ୍ଲା ସ୍ତରରେ ଅନୁଷ୍ଠିତ ହେବା ପରେ ଏଥିରେ ଶ୍ରେଷ୍ଠ ପ୍ରଦର୍ଶନକାରୀମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଶିଶୁ କନ୍ୟାକୁ ପଷ୍ୟସନ୍ତାନ ରୂପେ କିଛି ଦମ୍ପତିଙ୍କୁ ପ୍ରଦାନ କରା ଯାଇଥିଲା। ଏଥି ସହ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚାରୋଟି ଅନୁଷ୍ଠାନରୁ କୁନି କୁନି ପିଲାଙ୍କ ଦ୍ଵାରା ଅତି ସୁନ୍ଦର ଭାବେ ନୃତ୍ୟଗୀତ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

 

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *