March 12, 2025
Home » ଜିଲ୍ଲାସ୍ତରୀୟ ସୁଶାସନ ଦିବସ-୨୦୨୪ ପାଳିତ ସୁଶାସନ ଦିବସ ସରକାରରେ ଉତ୍ତରଦାୟିତ୍ୱ ବିଷୟରେ ସଚେତନତା ସୃଷ୍ଟି କରେ …

ଜିଲ୍ଲାସ୍ତରୀୟ ସୁଶାସନ ଦିବସ-୨୦୨୪ ପାଳିତ ସୁଶାସନ ଦିବସ ସରକାରରେ ଉତ୍ତରଦାୟିତ୍ୱ ବିଷୟରେ ସଚେତନତା ସୃଷ୍ଟି କରେ …

0

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜୟନ୍ତୀ ସମାରୋହ ଅବସରରେ ଭାରତ ଦେଶ ଆଜି ସୁଶାସନ ଦିବସ ରୂପେ ପାଳନ କରୁଛି । ଡିସେମ୍ବର ୨୩,୨୦୧୪ ରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନ ସହିତ ବାଜପେୟୀଙ୍କୁ ସମ୍ମାନିତ କରିବାକୁ ଘୋଷଣା କରିବା ସହ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସମ୍ମାନାର୍ଥେ ୨୦୧୪ ମସିହାରେ ପ୍ରଥମେ ବାଜପେୟୀଙ୍କ ଜନ୍ମଦିବସ ଡିସେମ୍ବର ୨୫ ଦିବସଟିକୁ ଶୁଶାସନ ଦିବସ ରୂପେ ଘୋଷିତ ସହ ପ୍ରତିଷ୍ଠା କରାଯିବା ପର ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଘୋଷଣା ଅନୁଯାୟୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ ଭାରତରେ ପ୍ରତିବର୍ଷ ଶୁଶାସନ ଦିବସ ଭାବେ ପାଳନ କରିଆସୁଛି।
ଏହି ପବିତ୍ର ଜୟନ୍ତୀ ଦିବସ ଉପଲକ୍ଷେ ରାୟଗଡ଼ା ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଡିସେମ୍ବର ମାସ ୨୫ ତାରିଖ ବୁଧବାର ଦିନ ଅପରାହ୍ନ ଘ. ୩. ୩୦ ଘଂଟିକା ସମୟରେ “ସୁଶାସନ ଦିବସ” ଭାବେ ରାୟଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ଠାରେ ବରଣ୍ୟ ଅତିଥି ବୃନ୍ଦଙ୍କ ଉପସ୍ଥିତିରେ ପାଳିତ ହୋଇଯାଉଛି । ବାଜପେୟୀଙ୍କ ୧୦୦ତମ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ପାରୁଲ ପଟାବରୀ, ଭା.ପ୍ର.ସେ ଜିଲ୍ଲାପାଳ, ରାୟଗଡ଼, ବସନ୍ତ କୁମାର ପ୍ରଧାନ ଉପ-ନିର୍ଦ୍ଦେଶକ-ତଥା- ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ରାୟଗଡ଼,ଶ୍ରୀ ସୁଶାନ୍ତ ନାୟକ, ସମ୍ପାଦକ ପଞ୍ଚବଟୀ,ରାୟଗଡ଼, ଭାରତୀୟ ଜନତା ଦଳର ରାୟଗଡ଼ ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, ବିଜେପି କୋରାପୁଟ ସାଂସଦ ପର୍ଥି କାଳିରାମ ମାଝୀ,ମୁଖ୍ୟ ବକ୍ତା ଭାବରେ ଡଃ. ଦୁଷ୍ମନ୍ତ ମହାନ୍ତି, ଶିକ୍ଷାବିତ, ରାୟଗଡ଼,ଡଃ. ବବିଲତା ସରାଫ, ଅଧ୍ୟକ୍ଷା ସ୍ବୟଂ ଶାସିତ ମହାବିଦ୍ୟାଳୟ, ରାୟଗଡ଼ ମଞ୍ଚାସିନ ଥିବା ବେଳେ ବରିଷ୍ଠ ନାଗରିକ, ବିଜେପି ଦଳ ସଭ୍ୟସଭ୍ୟା, ଅଧ୍ୟାପକ ଅଧ୍ୟାପିକା, ଆଇନଜୀବୀ, ବୁଦ୍ଧିଜିବି,ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।
ଏହି ଦିବସରେ ମୁଖ୍ୟ ଅତିଥି ଶ୍ରମତୀ ପାରୁଲ ପଟାୱରୀ ଯୋଗଦାନ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ତୈଳ ଚିତ୍ରରେ ପୁଷ୍ପାଅର୍ଘ୍ୟ ଦେବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସୁଶlସନ ଦିବସ ଉପରେ ବିସ୍ତୃତ ଭାବରେ ଆଲୋକପlତ କରିଥିଲେ । ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ସୁସାହିତ୍ୟକ ପଞ୍ଚବଟିର ସମ୍ପାଦକ ସୁଶାନ୍ତ କୁମାର ନାୟକ, ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ବବିଲତା ସରାଫ, ସମାଜ ସେବି ଶିବ ପଟ୍ଟନାୟକ, କଳିରାମ ମାଝୀ ଆଦି ଯୋଗଦାନ କରି ସ୍ୱର୍ଗତ ବାଜପେୟୀଙ୍କ ଜୀବନ ଆଦର୍ଶ ଓ ସୁଶାନ ଉପରେ ବକ୍ତବ୍ୟ ରଖି ଥିଲେ । ସେହିପରି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି ସ୍ୱର୍ଗତ ବାଜପେୟୀଙ୍କ ରାଜନୈତିକ ଜୀବନ ଆଦର୍ଶ, ଦୃଢ ନେତୃତ୍ବ ଓ ନିବିଡ଼ ଦେଶପ୍ରେମ ଉପରେ ବକ୍ତବ୍ୟ ରଖିଥିଲେ l
ମୋଦୀ ସରକାର ୨୦୧୯ ମସିହାରେ,ଉତ୍ତମ ଶାସନ ପରିଚାଳନା ସୂଚକାଙ୍କ ଆରମ୍ଭ କରିଥିଲେ, ଯାହା ଉତ୍ତମ ଶାସନର ବିଭିନ୍ନ ପାରାମିଟର ଉପରେ ଆଧାରିତ ଏକ ବୈଜ୍ଞାନିକ ଭାବରେ ପରିକଳ୍ପିତ ଉପକରଣ ଯାହା ଯେକୌଣସି ସମୟରେ ଯେକୌଣସି ରାଜ୍ୟର ସ୍ତରକୁ ଆକଳନ କରିଥାଏ ଏବଂ ଭବିଷ୍ୟତର ବିକାଶରେ ସାହାଯ୍ୟ କରିଥାଏ।


ଅଟଳ ବିହାରୀ ବାଜପେୟୀ ଭାରତୀୟ ଜନତା ଦଳର ପ୍ରଥମ ନେତା ଯିଏକି ୧୯୯୬-୧୯୯୯ ମଧ୍ୟରେ ତିନିଥର ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ମିଳିତ ଜାତିସଂଘ ସାଧାରଣ ସଭାରେ ହିନ୍ଦୀରେ ଭାଷଣ ଦେଇଥିବା ସେ ହେଉଛନ୍ତି ପ୍ରଥମ ଭାରତୀୟ ରାଜନେତା।
ନିଷ୍ପତ୍ତି ଗ୍ରହଣର ପ୍ରକ୍ରିୟା ଏବଂ ପ୍ରକ୍ରିୟା ଯାହା ଦ୍ଵାରା ନିଷ୍ପତ୍ତି କାର୍ଯ୍ୟକାରୀ ହିଁ ଏକ ଶୁ ଶାସନ । ୧୯୯୮ ମସିହାରେ ଯେତେବେଳେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ଵ ଗ୍ରହଣ କଲେ, ସେ ଭାରତର ପ୍ରଥମ ଚନ୍ଦ୍ର ଅନୁସନ୍ଧାନ ଯୋଜନା – ଚନ୍ଦ୍ରଯାନ ୧ କୁ ଉନ୍ମୋଚନ କରିଥିଲେ। ୨୦୦୧ରେ, ସେ ଏକ ସାମାଜିକ ଯୋଜନା ସର୍ବ ଶିକ୍ଷା ଅଭିଯାନ୍ ଆରମ୍ଭ କରିଥିଲେ । ଭାରତରେ ପ୍ରଥମ ଥର ପାଇଁ ୬-୧୪ ବର୍ଷ ବୟସର ପିଲାମାନଙ୍କ ପାଇଁ ପ୍ରାଥମିକ ଶିକ୍ଷା ମାଗଣା କରାଯାଇଥିଲା । ବାଜପେୟୀ ଭାରତକୁ ଆଣବିକ ଅସ୍ତ୍ର ଦେଶ ଭାବରେ ପରିଣତ କରିଥିଲେ। ୧୯୯୮ରେ, ଭାରତ ଗୋଟିଏ ସପ୍ତାହରେ ପାଞ୍ଚଟି ଆଣବିକ ପରୀକ୍ଷଣ କରିଥିଲା। ଭାରତର ସବୁଠୁ ଉଚ୍ଚାଭିଳାଷୀ ସଡକ ପ୍ରକଳ୍ପ ତାଙ୍କ ଦ୍ଵାରା ଆରମ୍ଭ ହୋଇଥିଲା, ସେଥିରେ ଗୋଲଡେନ୍ ଚତୁର୍ଭୁଜ ଏବଂ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡକ ଯୋଜନା। ପ୍ରଧାନମନ୍ତ୍ରୀ ଭାବରେ ବାଜପେୟୀ ୧୯୯୯ ରେ କାର୍ଗିଲ ଯୁଦ୍ଧ ଏବଂ ୨୦୦୧ ରେ ଭାରତୀୟ ସଂସଦ ଉପରେ ଆତଙ୍କବାଦୀ ଆକ୍ରମଣ ଭଳି ସଙ୍କଟ ସମୟରେ ଭାରତର ନେତୃତ୍ୱ ନେଇଥିଲେ। ପରବର୍ତ୍ତୀ ସମୟରେ, ବାଜପେୟୀ ୨୦୦୧ ରେ ଆଗ୍ରା ସମ୍ମିଳନୀ ଆରମ୍ଭ କରିଥିଲେ, ଯାହା ଭାରତ-ପାକିସ୍ଥାନ ସମ୍ପର୍କର ଏକ ଜଳପ୍ରବାହ ଥିଲା । ଏପରିକି ଆର୍ଥିକ ନିଅଣ୍ଟକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖି ସେ ଆର୍ଥିକ ଦାୟିତ୍ ଦାୟିତ୍ଵ ଆଇନ ମଧ୍ୟ ପ୍ରଣୟନ କରିଥିଲେ ଯାହା କି ସାର୍ବଜନୀନ କ୍ଷେତ୍ରର ସଞ୍ଚୟକୁ ବୃଦ୍ଧି କରିଛି। ତେଣୁ ୨୦୦୦ ମସିହାରେ ଜିଡିପିର -୦.୮% ରୁ ୨୦୦୫ ରେ ୨.୩% କୁ ବୃଦ୍ଧି ପାଇଥିଲା । ବାଜପେୟୀ ପ୍ରଥମେ ଜଣେ ସାମ୍ବାଦିକ, ସାହିତ୍ୟିକ ଭାବେ ନିଜ କ୍ୟାରିଅର ଆରମ୍ଭ କରିଥିଲେ ।
ଏହି ଅବସରରେ ଅଟଳ ବିହାରୀ ବାଜପେୟୀଙ୍କୁ ଜୀବନି, ଜୀବନୀଦର୍ଶ, ଜାତୀୟ ଚେତନାବୋଧ ନେଇ କବିତା ପାଠୋତ୍ସବ ନେଇ କବି ମାନଙ୍କ ଦ୍ୱାରା ସ୍ୱରଚିତ ଦେଶାତ୍ମବୋଧକ କବିତା ପାଠ କରିଥିଲେ । ଏଥି ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜୟନ୍ତୀ ସମାରୋହ ଅବସରରେ ମହାବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତାର କୃତିତ୍ୱ ପ୍ରତିଯୋଗୀଙ୍କୁ ମଞ୍ଚାସିନ ଥିବା ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।
କାର୍ଯ୍ୟକ୍ରମରେ ଅଧ୍ୟାପକ ଏନ ଶ୍ରୀବlସ ଆଚରି,ପ୍ରଶାନ୍ତ ସାହୁ, ଭବେଶ ମହାନ୍ତି, ଅମିତ ଶବର, ସତୀଶ ଦାଶ, ଅମିତ ସାହୁ, ଶିବ ପଡିକା ଏବଂ ସରସ୍ବତୀ ରାଓ ସହଯୋଗ କରିଥିବା ବେଳେ ।ସୂଚନା ଓ ଲୋକସମ୍ପର୍କ ବିଭାଗର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା, ଗ୍ରନ୍ଥlଗlରିକ ଦମ୍ଭରୁଧର ପଣ୍ଡା, ସମ୍ରାଟ ସାହୁ, ରାଜେନ୍ଦ୍ର ଦୋରା ପ୍ରମୁଖ ସହଯୋଗ କରିଥିଲେ l

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *