ଜିଲ୍ଲାସ୍ତ୍ୟରୀୟ ଶିଶୁଙ୍କପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ
ବରଗଡ଼ : ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଶିଶୁଙ୍କପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଙ୍କ ଅଧ୍ୟକ୍ଷତାରେ ଶିଶୁମାନଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମ ରେ TDF ର ସମସ୍ତ ଗାରିମାମୟ ସଦସ୍ୟ ଅଧିକାରୀ ମାନେ DIAS (ଜିଲ୍ଲା ନ୍ୟାୟଧୀଶ,ବରଗଡ଼ ) ଅଧ୍ୟକ୍ଷ,ପୋଲିସ,ଅଧିକ୍ଷକ,ବରଗଡ଼, CDMO-CUM-EO ଜିଲ୍ଲା ପରିଷଦ /PRDA,ଜିଲ୍ଲା ଶିକ୍ଷା ଅଧିକାରୀ ଓ OPC ସମଗ୍ର ଶିକ୍ଷା,ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ,ADPHO(FW),DPMO,OLM,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ (ଡି ଏଲଟିଏଫର ସହ-ସମ୍ମିଳକ ),CHILD Help LINE(DCPO) ସମନ୍ୱୟକାରୀ,ବରଗଡ଼ ଏବଂ AJKA(NGO) ର ପ୍ରତିନିଧି ମାନଙ୍କ ସହିତ ବିଭିନ୍ନ ବିଭାଗ ର ଅଧିକାରୀ ମାନେ ସମସ୍ତ ସଦସ୍ୟ ଜିଲ୍ଲାରେ ଶିଶୁ ବିଭାଗ ରୋକଥାମ,କିଶୋର ସାଶକ୍ତିକରଣ ଉଦ୍ୟମ ଓ ଶିଶୁ ସୁରକ୍ଷା ସମ୍ବନ୍ଧୀୟ ମାମଲା ଗୁଡିକ ଉପରେ ବିସ୍ତୃତ ସମୀକ୍ଷା କରିଥିଲେ। ଜିଲ୍ଲାପାଳ ଉକ୍ତ ସମୀକ୍ଷା କରି ଅନ୍ତର ବିଭାଗୀୟ ସମନ୍ୱୟକୁ ଅଗ୍ରଗତି କୁ ପ୍ରସଂଶା କରିଥିଲେ।

ଏବଂ ଶିଶୁବିବାହ କୁ ପ୍ରଭାବି ଭାବେ ରୋକିବାକୁ ଓ ଶିଶୁମାନଙ୍କ ଅଧିକାର ସୁରକ୍ଷା ପାଇଁ ସଚେତନା କାର୍ଯ୍ୟକ୍ରମ କରିବାକୁ ବିଭାଗ ଅଧିକାରୀ ମାନଙ୍କୁ ଗୁରୁତ୍ୱ ଦେବାକୁ ଆଦେଶ ଦେଇଥିଲେ ଓ ସେହିପରି ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକ ରେ ଜିଲ୍ଲାପାଳ ସମସ୍ତ CDPO,TPWODL, କାର୍ଯ୍ୟାଳୟ ର ସମସ୍ତ କର୍ମକର୍ତା ବୃନ୍ଦ ବୈଠକ ରେ ଉପସ୍ଥିତଥିଲେ। AWC ର ବିଦ୍ୟୁତିକରଣ। ଖାଲି ପଦବୀ ପୂରଣ ଅଙ୍ଗନବାଡି ୱର୍କର (AWH ଏବଂ AW) ଶିଶୁମାନଙ୍କୁ ପୋଷଣ ଓ ପୁଷ୍ଟିକର ଖାଦ୍ୟ ବଣ୍ଟନ ସୁଭଦ୍ରା ଯୋଜନା,ବାଲ୍ୟ ବିବାହ,ମମତା ଯୋଜନା, SISHU ଶ୍ରମିକ ଚାଲଣ ଏବଂ ଜିଲ୍ଲାପାଳ ICDS ର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିଥିଲେ।ପରିଶେଷରେ ବରଗଡ଼ ଜିଲ୍ଲା ରେ ଶିଶୁ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ ରୂପାୟଣ ପାଇଁ ଗୁରୁତ୍ୱପୁର୍ଣ ସିଦ୍ଧାନ୍ତ ଓ କାର୍ଯ୍ୟଯୋଜନା ଗ୍ରହଣ କରାଯାଇଥିଲା। ଉକ୍ତ ଜିଲ୍ଲା ଶିଶୁ ସୁରକ୍ଷା ର ସମସ୍ତ ଅଧିକାରୀ ଓ ଜିଲ୍ଲା ସମାଜ ମଙ୍ଗଳ ର ଅଧିକାରୀ ସଭାରେ ଉପସ୍ଥିତ ହୋଇ ସଭା କୁ ସୁରୁଖୁରୁରେ ପରିଚାଳନା କରିଥିଲେ
ଇପିଏରୁ ବରଗଡ଼ ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସୀ)
