ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଆଇନ ସେବା ଦିବସ ପାଳିତ
ସୁବର୍ଣ୍ଣପୁର: ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକ ଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁର ର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ ଧନୁର୍ଦ୍ଧର ସେନାପତି ଙ୍କ ତତ୍ୱାବଧାନ କ୍ରମେ ଆଜି ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁର ତରଫରୁ ବିକଳ୍ପ ବିବାଦ ସମାଧାନ କେନ୍ଦ୍ର ର ସମ୍ମିଳନୀ କକ୍ଷ ଠାରେ “ଜାତୀୟ ଆଇନ ସେବା ଦିବସ” ପାଳିତ ହୋଇ ଯାଇଛି I ଏଥିରେ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁର ର ସଚିବ ଦେବାଶିଷ ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ତଥା ଜାତୀୟ ଆଇନ ସେବା ପ୍ରାଧିକରଣ ର ବିଭିନ୍ନ ଯୋଜନା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଦେୱାନୀ ଜଜ ଗଗନ ସାହୁ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମିସ ପ୍ରଣତି ରଥ ପ୍ରମୁଖ ଯୋଗ ଦେଇ ଜାତୀୟ ଆଇନ ସେବା ଦିବସ ର ମହତ୍ୱ ବିଷୟରେ ଅବଗତ କରିଥିଲେ I ଏହି ଦିବସ ରେ ପ୍ୟାନେଲ ଓକିଲ, ମେଡିଏଟର, ପାରା ଲିଗାଲ ସ୍ବେଛାସେବୀ, ସ୍ଟୁଡେଣ୍ଟ ଲିଗାଲ ଲିଟରେସି କ୍ଲବ ର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ଥିଲେ I ଏହି ଅବସରରେ ଜାତୀୟ ଆଇନ ସେବା ପ୍ରାଧିକରଣ ର ବିଭିନ୍ନ ଯୋଜନା ର କାର୍ଯ୍ୟକାରିତା ସମ୍ପର୍କରେ ବ୍ୟାନର ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା I
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
