November 27, 2025
Home » ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

0
WhatsApp Image 2025-11-27 at 10.43.01 AM (1)

 ନୟାଗଡ ଜିଲ୍ଲା କୋର୍ଟ ପ୍ରାଙ୍ଗଣରେ ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକଙ୍କ ନିର୍ଦେଶରେ ଜିଲ୍ଲା ଦୌରାଜଜ ତଥା ଆଇନ ସେବା ପ୍ରାଧ୍ୟାକରଣ ଅଧକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ସମ୍ପୃତିରେ ଏବଂ ସଚିବ, ଅଞ୍ଜଳି ମଚ୍ଛ ଖଣ୍ଡଙ୍କ ପ୍ରତେକ୍ଷ୍ୟ ତତ୍ତ୍ଵାବଧାନରେ ନୟାଗଡ଼ ଏବଂ ନୂଆଗାଁ ବ୍ଳକର ଶ୍ରେଣୀ ୭ମ ରୁ ଶ୍ରେଣୀ ୧୦ମ ପର୍ଯନ୍ତ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ଚୟନ ବିଷୟ ବସ୍ତୁ ଉପରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି ।ଏହି ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଥ‌ିବା ପ୍ରତିଯୋଗୀ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ କୋର୍ଟର ସମସ୍ତ ବିଚାରପତି ମାନେ ଉପସ୍ଥିତ ରହିଥିଲେ। ପ୍ରତିଯୋଗିତା ପରିଶେଷରେ ଅଦାଲତର ସମସ୍ତ ବିଚାରପତି, ସରକାରୀ ଓକିଲ ଦଣ୍ଡପାଣି ସ୍ବାଇଁ ଓ ଅନ୍ୟ ଆଇନଜୀବୀ ପ୍ରମୁଖଙ୍କ ଉପସ୍ଥିତିରେ ପ୍ରତିଯୋଗୀ ତାରେ ଶ୍ରେଷ୍ଠ ବିବେଚିତ ବିଜେତା ମାନଙ୍କୁ ଅତିଥି ମାନେ ମାନପତ୍ର ସହିତ ପ୍ରରୋସ୍କୃତ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମ କୁ ସଫଳ କରିବାରେ ସମସ୍ତ ଅଧିକାର ମିତ୍ର, ଜିଲ୍ଲା ଆଇନ ସେବା ପ୍ରାଧ୍ଵରଣ କର୍ମଚାରୀ, ନୟାଗଡ଼ ଜିଲ୍ଲା କୋର୍ଟ କର୍ମଚାରୀ ପ୍ରମୁଖ ସମ୍ପୂର୍ଣ ସହଯୋଗ କରିଥିଲେ । ପୁନଶ୍ଚ ଏହି ପ୍ରତିଯୋଗିତା ନୟାଗଡ ଜିଲ୍ଲାର ଅନ୍ୟ ତାଲୁକ ସ୍ତରୀୟ କୋର୍ଟ ଯଥା- ଖଣ୍ଡପଡା, ରଣପୁର, ଓଡ଼ଗାଁ, ଦଶପଲା ଏବଂ ଭାପୁରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି। ଶେଷରେ ସଚିବ, ଅଞ୍ଜଳି ମଛଖଣ୍ଡ ସମସ୍ତ ସହଯୋଗୀ ଙ୍କୁ ଧନ୍ୟବାଦ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମର ସମାପ୍ତ କରାଯାଇଥିଲା ।

ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *