July 30, 2025
Home » ଜିଲ୍ଲା ଆଇନ ସେବା ପ୍ରାଧିକରଣ,ଜୟପୁର ଆନୁକୂଲ୍ୟରେ ସମ୍ବିଧାନ ଦିବସ ପାଳିତ

ଜିଲ୍ଲା ଆଇନ ସେବା ପ୍ରାଧିକରଣ,ଜୟପୁର ଆନୁକୂଲ୍ୟରେ ସମ୍ବିଧାନ ଦିବସ ପାଳିତ

0
WhatsApp Image 2024-11-27 at 1.01.15 PM (1)

ଜିଲ୍ଲା ଆଇନ ସେବା ପ୍ରାଧିକରଣ,ଜୟପୁର ଆନୁକୂଲ୍ୟରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆଜି ଜିଲ୍ଲା ନ୍ୟାୟାଳୟ, ଜୟପୁର ପରିସର ରେ ଜିଲ୍ଲା ଆଇନସେବା ପ୍ରାଧିକରଣ, କର୍ମଚାରୀ, ଜିଲ୍ଲା କୋର୍ଟ କର୍ମଚାରୀ, ଏବଂ ଜୟପୁର ବାର ଆସସେସନ ର ଆଇନଜୀବି ବୃନ୍ଦ ଙ୍କୁ ନେଇ ଜିଲ୍ଲା ଜଜ୍ ତଥା ଅଧକ୍ଷ୍ୟ ଜିଲ୍ଲା ଆଇନସେବା ପ୍ରାଧିକରଣ, ଜୟପୁର ଶ୍ରୀ ପ୍ରଦୀପ କୁମାର ମହନ୍ତଙ୍କ ତତ୍ତ୍ବାବଧାନରେ ସମ୍ବିଧାନର ଆଭିମୂଖ୍ୟ ପଠନ କରାଯାଇଥିଲା।

ଏହା ବ୍ୟତିତ ଅନ୍ୟ ବିଚାରପତିମାନଙ୍କ ମଧ୍ୟରେ ସ୍ବତନ୍ତ୍ର ବିଚାରପତି ଭିଜିଲାନ୍ସ ଶ୍ରୀ ରାଜେଶ ଏକ୍କା, ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ବିଦ୍ୟାଧର ପୃଷ୍ଟି, ଅତିରିକ୍ତ ଜିଲ୍ଲାଜଜ୍ ତଥା ସ୍ପେସିଆଲ ଜଜ୍ ପୋକ୍ସ କୋର୍ଟ ଶ୍ରୀ ସି.ଏଚ୍ ବାସୁଦେବ ପାତ୍ର, ସି.ଜେ.ଏମ, ଶ୍ରୀମତି ସଂଘମିତ୍ରା ଦାସ, ବରିଷ୍ଠ ଦେୱନୀ ବିଚାରପତି ଶ୍ରୀ ସ୍ବଂୟପ୍ରକାଶ ଦାସ, ବରିଷ୍ଠ ଦେୱନୀ ବିଚାରପତି ତଥା ମହିଳା କୋର୍ଟ ବିଚାରପତି ଶ୍ରୀମତୀ ଆଲକାନନ୍ଦ ମହାନ୍ତି, ରେଜିଷ୍ଟ୍ରାର ସିଭିଲ କୋର୍ଟ ଶ୍ରୀ ବିଷ୍ଣୁପ୍ରସାଦ ଦେବତା, ସଚିବ ତଥା ବିଚାରପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଶ୍ରୀ ସୁମନ ଜେନା, ଏସ.ଡି.ଜେ.ଏମ, ଶ୍ରୀ ସନ୍ତୋଷ କୁମାର ବାରିକ, ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ଦଣ୍ଡାଧିକାରୀ ଶ୍ରୀ ଅନିମେଶ ଜେନା ଉପସ୍ଥିତିରେ ସମ୍ବିଧାନର ଆଭିମୂଖ୍ୟ ପଠନ କରାଯାଇ ଥିଲା ଏହାପରେ ଜିଲ୍ଲା ଆଇନସେବା ପ୍ରାଧିକରଣ ଜୟପୁର ସଭାଗୃହ ଠାରେ ସମ୍ବିଧାନ ଦିବସ ଉପଲକ୍ଷେ ଜୟପୁର ବାରର ଆଇନଜିବୀ ଏବଂ ଜିଲ୍ଲା ନ୍ୟାୟାଳୟର କର୍ମଚାରୀ ମାନଙ୍କୁ ନେଇ ସେମିନାର ଅନୁଷ୍ଠିତ କରାଯାଇଥିଲା।


ଏହି ସେମିନାର ରେ ଅଂଶଗ୍ରହଣ କରି ଜିଲ୍ଲା ଜଜ୍ ତଥା ଅଧକ୍ଷ ଜିଲ୍ଲା ଆଇନସେବା ପ୍ରାଧିକରଣ, ଶ୍ରୀ ପ୍ରଦୀପ କୁମାର ମହନ୍ତ, ସ୍ବତନ୍ତ୍ର ବିଚାରପତି ଭିଜିଲାନ୍ସ ଶ୍ରୀ ରାଜେଶ ଏକ୍କା, ବରିଷ୍ଠ ଦେୱନୀ ବିଚାରପତି ଶ୍ରୀ ସ୍ବଂୟପ୍ରକାଶ ଦାସ,ରେଜିଷ୍ଟ୍ରାର ସିଭିଲ କୋର୍ଟ ଶ୍ରୀ ବିଷ୍ଣୁପ୍ରସାଦ ଦେବତା, ସଚିବ ତଥା ବିଚାରପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଶ୍ରୀ ସୁମନ ଜେନା, ଏବଂ ଜୟପୁର ଆଇନ ମହାବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଶ୍ରୀ ଚକ୍ରଧର ପାଣି କହିଥିଲେ ଯେ ଭାରତର ସମ୍ବିଧାନ ଗ୍ରହଣକୁ ସ୍ମରଣୀୟ କରିବା ପାଇଁ ଆମ ଦେଶରେ ପ୍ରତିବର୍ଷ ୨୬ ନଭେମ୍ବରରେ ସମ୍ବିଧାନ ଦିବସ ନାମରେ ମଧ୍ୟ ଜଣାଶୁଣା । ୨୬ ନଭେମ୍ବର ୧୯୪୯ ରେ, ଭାରତର ବିଧାନସଭା ଭାରତର ସମ୍ବିଧାନ ଗ୍ରହଣ କଲା, ଯାହା ୨୬ ଜାନୁୟାରୀ ୧୯୫୦ ରୁ କାର୍ଯ୍ୟକାରୀ ହେଲା। ଭାରତର ସମ୍ବିଧାନ ଗ୍ରହଣକୁ ପାଳନ କରିବା ପାଇଁ ପ୍ରତିବର୍ଷ ନଭେମ୍ବର ୨୬ ରେ ସମ୍ବିଧାନ ଦିବସ ବା ‘ସମ୍ବିଧାନ ଦିବସ’ ପାଳନ କରାଯାଏ।

ରିପୋର୍ଟ:କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *