July 5, 2025
Home » ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର ଅନୁଷ୍ଠିତ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର ଅନୁଷ୍ଠିତ

0
WhatsApp Image 2025-02-09 at 1.25.44 PM (2)

ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ୦୭-୦୨-୨୦୨୫ ତାରିଖ ଦିନ ଜିଲ୍ଲା କୋର୍ଟ ପରିସରରେ “ କର୍ମକ୍ଷେତ୍ରରେ ମହିଳା ମାନଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା ଏବଂ ଏହାର ପ୍ରତିରୋଧ, ନିଷେଧ ଓ ନିରାକରଣ ଆଇନ-୨୦୧୩”, ଓ ମାନସିକ ସ୍ୱାସ୍ଥ୍ୟ ଆଇନ ଉପରେ ମହିଳା ଆଇନଜୀବି, ପାରା ଲିଗାଲ ସ୍ୱେଛା ସେବୀ, ପାନେଲ ଲୟାର, ଓ ଜିଲ୍ଲା କୋର୍ଟ କର୍ମଚାରୀ ମାନଙ୍କୁ ନେଇ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜର୍ଜ ସୁବ୍ରତ ମହାନ୍ତିଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଦୌରାଜର୍ଜ ସୁବ୍ରତ ମହାନ୍ତି ଯୋଗ ଦେଇଥିଲେ ଏବଂ ଉକ୍ତ ଆକ୍ଟ ବିଷୟରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ପରିବାର ବିଚାରବିଭାଗୀୟ ଜର୍ଜ ଶ୍ରୀମତୀ ଲିଲିପ୍ତା ପସାୟତ, ଅତିରିକ୍ତ ଜିଲ୍ଲା ଜର୍ଜ ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ମିଶ୍ର, ଅତିରିକ୍ତ ଜିଲ୍ଲା ଜର୍ଜ (ପୋକସୋ) ବାସୁଦେବ ଆଚାର୍ଯ୍ୟ, ଏଡ଼ି॰ ଏମ॰ ଓ ମଳୟ କୁମାର ତ୍ରିପାଠୀ, ଅତିରୀକ୍ତମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରି ଶ୍ରୀମତୀ ସୀମା ତ୍ରିପାଠୀ, ବରିଷ୍ଟ ଦେବାନୀ ଜର୍ଜ ଶ୍ରୀମତୀ ମୋନିତା ତ୍ରିପାଠୀ, ବରିଷ୍ଟ ଦେବାନୀ ଜର୍ଜ, ନବରଙ୍ଗପୁର (ମହିଳା କୋର୍ଟ) ଶ୍ରୀମତୀ ସୁଦୀପା ପାତ୍ର, ରେଜିଷ୍ଟ୍ରାର ଜିଲ୍ଲାକୋର୍ଟ ସୁକାନ୍ତ କିଶୋର ଜେନା, ବରିଷ୍ଟ ଦେବାନୀ ଜର୍ଜ, ବିଚାର ବିଭାଗୀୟ ଦଣ୍ଡାଧିକାରୀ ସୌମ୍ୟ ଶଙ୍କର ମହନ୍ତ, ସୁଶ୍ରୀ ନନ୍ଦ, ମାନସିକ ରୋଗ ପରାମର୍ଶଦାତା ଆଇନଜୀବି ସଂଘର ସମ୍ପାଦକ ତପନ କୁମାର ସିଂହ ମଞ୍ଚାସୀନ ହୋଇ କର୍ମକ୍ଷେତ୍ରରେ ମହିଳା ମାନଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା ଏବଂ ଏହାର ପ୍ରତିରୋଧ, ନିଷେଧ ଓ ନିରାକରଣ ଆଇନ-୨୦୧୩”, ଓ ମାନସିକ ସ୍ୱାସ୍ଥ୍ୟ ଆଇନ ଉପରେ ମହିଳା ଆଇନଜୀବି, ଓ ଜିଲ୍ଲା କୋର୍ଟ କର୍ମଚାରୀ ମାନଙ୍କୁ ସଚେତନ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସାଇ ଅଭିସ୍ପା ଗୋଛାୟତ ଏହି ଆଇନ ସଚେତନତା ଶିବିରର ପରିଚାଳନା କରିଥିଲେ ।

ରିପୋର୍ଟ:ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *