July 5, 2025
Home » ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର

0
WhatsApp Image 2025-02-20 at 12.04.11 AM

ନବରଙ୍ଗପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ କୁକୁଡାବାଇ ଗ୍ରାମ ପଞ୍ଚାୟତ ଅଫିସ ପରିସରରେ “ପ୍ରବାସୀ ଶ୍ରମିକ ମାନଙ୍କର ବିଭିନ ପ୍ରସଙ୍ଗ ଓ ନାବାଳକ ନ୍ୟାୟ ଯତ୍ନ ଏବଂ ଶିଶୁ ମାନଙ୍କର ସୁରକ୍ଷା ଆଇନ” କୁ ନେଇ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ସୁବ୍ରତ ମହାନ୍ତିଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସାଇ ଅଭୀପ୍ସା ଗୋଛାୟତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତଙ୍କୁ ପ୍ରବାସୀ ଶ୍ରମିକ ମାନଙ୍କର ବିଭିନ ପ୍ରସଙ୍ଗ ଓ ନାବାଳକ ନ୍ୟାୟ ଯତ୍ନ ଏବଂ ଶିଶୁ ମାନଙ୍କର ସୁରକ୍ଷା ଆଇନ ବିଷୟରେ ଆଲୋକପାତ କରିଥିଲେ। ଅନ୍ୟାନ୍ୟ ଅତିଥିଭାବେ ଶ୍ରୀ ଛୋଟରାୟ ଟୁଡୁ, ଜିଲ୍ଲା ଶ୍ରମ ଅଧିକାରୀ, ଶ୍ରୀମତୀ କିଶୋରୀ ପଟ୍ଟନାୟକ ତାଲିକାଭୁକ୍ତ ଆଇନଜୀବି, ଶ୍ରୀ ରାଜ କିଶୋର ନାଗ, ଉପ ମୁଖ୍ୟ ଆଇନ ସହାୟତା ପ୍ରତିରକ୍ଷ୍ୟା ପରାମର୍ଶଦାତା,ଶ୍ରୀମତୀ ରତ୍ନା ଯାନୀ, ସରପଞ୍ଚ କୁକୁଡାବାଇ ଗ୍ରାମ ପଞ୍ଚାୟତ, ଏବଂ ଶ୍ରୀ ପ୍ରବୀଣ କୁମାର ପ୍ରଧାନ ପୀ ଈ ଓ, କୁକୁଡାବାଇ ଗ୍ରାମ ପଞ୍ଚାୟତ ପ୍ରମୁଖ ଯୋଗ ଦେଇଥିଲେ। ଏହି ଶିବିରରେ ଓଡିଶା ଅଣସଂଗଠିତ ସାମାଜିକ ସୁରକ୍ଷ୍ୟା ବୋର୍ଡ ଅଧୀନରେ ୧୫ ଜଣଙ୍କୁ ଅଣସଂଗଠିତ ଶ୍ରମିକ ପରିଚୟ ପତ୍ର ଓ ମୂତ୍ୟୁ କାଳୀନ ସହାୟତା ବାବଦକୁ ୮ ଜଣ ହିତାଧିକାରୀଙ୍କୁ ମୋଟ ଟଙ୍କା ୧୨ ଲକ୍ଷର ସହାୟତା ପ୍ରଦାନ କରାଯାଇଥିଲା । ଏହି ସଚେତନତା ଶିବିରରେ ଆଇନଜୀବି ଶ୍ରୀ ରାଜ କିଶୋର ନାଗ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ୍:ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *