December 21, 2025
Home » ଜିଲ୍ଲା ଆଦିବାସୀ ସମାଜ ଓ ଜିଲ୍ଲା ବଙ୍ଗାଳୀ ସମାଜ ଉଭୟ ପକ୍ଷଙ୍କରୁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଏକ ଦାବି ପତ୍ର ପ୍ରଦାନ

ଜିଲ୍ଲା ଆଦିବାସୀ ସମାଜ ଓ ଜିଲ୍ଲା ବଙ୍ଗାଳୀ ସମାଜ ଉଭୟ ପକ୍ଷଙ୍କରୁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଏକ ଦାବି ପତ୍ର ପ୍ରଦାନ

0
WhatsApp Image 2025-12-11 at 6.25.32 PM (1)

ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ମାଲକାନଗିରି ଜିଲ୍ଲା ଦିନିକିଆ ଗସ୍ତ ସମୟରେ ଜିଲ୍ଲା ଆଦିବାସୀ ସମାଜ ଓ ଜିଲ୍ଲା ବଙ୍ଗାଳୀ ସମାଜ ଉଭୟ ପକ୍ଷଙ୍କରୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ।ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଉଭୟ ପକ୍ଷଙ୍କ ସହ ଆଲୋଚନା କରିବା ସହ ଉଭୟଙ୍କ ଦାବି ଗୁଡିକୁ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ପରିପ୍ରେକ୍ଷୀରେ ସେ ଶାନ୍ତି ବଜାୟ ରଖିବାକୁ ଉଭୟ ପକ୍ଷକୁ ନିବେଦନ କରିଥିଲେ। ଏଥିପୂର୍ବରୁ ଜିଲ୍ଲାରେ ରହିଥିବା ଶାନ୍ତିପୂର୍ଣ୍ଣ ପରିବେଶ ଭଳି ବର୍ତ୍ତମାନ ମଧ୍ୟ ସେହିଭଳି ସମାନ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଓ ଶାନ୍ତି ବଜାୟ ରଖିବାକୁ ଉଭୟ ପକ୍ଷଙ୍କୁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଆଗାମୀ ଦିନରେ ଉଭୟ ପକ୍ଷକୁ ଶାନ୍ତି ବଜାୟ ରଖିବା ପାଇଁ କାମ କରିବାକୁ ପଡିବ ବୋଲି ଉଭୟ ପକ୍ଷକୁ ବୁଝାଇ କହିଥିଲେ।


ସ୍ଥାନୀୟ ଉଭୟ ପକ୍ଷର ଲୋକ ଯେଉଁମାନେ ବର୍ଷ ବର୍ଷ ଧରି ଏହି ଅଞ୍ଚଳ ସହିତ ଜଡିତ ରହି ବସବାସ କରି ଆସୁଥିବା ଉଭୟ ବାସିନ୍ଦାଙ୍କ ସମସ୍ତ କଥା ଶୁଣି ଏକାଠି ରହିଆସୁଥିବା ଉଭୟଙ୍କ ଆବଶ୍ୟକତାକୁ ମଧ୍ୟ ଧ୍ୟାନ ଦେଇ ଶାନ୍ତି ବଜାୟ ରଖିବାକୁ ଉପମୁଖ୍ୟମନ୍ତ୍ରୀ ବୁଝାଇ କହିଥିଲେ।
ଉଭୟ ଗୋଷ୍ଟିଙ୍କ ସୁରକ୍ଷା ସହ ରହିଥିବା ସମସ୍ତ ଦାବି, ଚିନ୍ତାଧାରାଗୁଡ଼ିକୁ ସିଧାସଳଖ ସରକାରଙ୍କ ନିକଟରେ ପହଞ୍ଚାଇବା ସହ ଉଭୟଙ୍କ ସୁବିଧା ସକାଶେ ସରକାର ଦୃଷ୍ଟି ରଖିବ ବୋଲି କହିଥିଲେ।ଏଥିସହ ଉକ୍ତ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ସହ ସେମାନଙ୍କ ଆବଶ୍ୟକତା ଉପରେ ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ନେତାମାନଙ୍କ ସହ ଆଲୋଚନା କରିଥିଲେ।

ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *