November 19, 2025
Home » ଜିଲ୍ଲା ନୋଡାଲ ଅଧିକାରୀ ତଥା ସ୍ବତନ୍ତ୍ର ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ l

ଜିଲ୍ଲା ନୋଡାଲ ଅଧିକାରୀ ତଥା ସ୍ବତନ୍ତ୍ର ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ l

0
WhatsApp Image 2025-04-19 at 6.38.22 AM

ସୁବର୍ଣ୍ଣପୁର–ସ୍ବତନ୍ତ୍ର ସଚିବ,ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତଥା ଜିଲ୍ଲା ନୋଡାଲ ଅଧିକାରୀ ଶ୍ରୀମତୀ ସୌଦାମିନୀ ସେଠୀ ସୁବର୍ଣ୍ଣପୁର ଜିଲ୍ଲାକୁ ଦୁଇଦିନିଆ ଗସ୍ତରେ ଆସି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କାର୍ଯ୍ୟକାରୀ ବିଭିନ୍ନ ଉନ୍ନୟନ ତଥା ଲୋକାଭିମୁଖୀ ଯୋଜନା ଓ ପ୍ରକଳ୍ପ ଗୁଡିକର ସଫଳ କାର୍ଯ୍ୟକାରିତାର କ୍ଷେତ୍ର ପରିଦର୍ଶନ କରିଛନ୍ତି । ସେ ଏହି ପରିପ୍ରେକ୍ଷୀରେ ତା. ୧୭/୦୪/୨୫ରିଖ ଦିନ ସୋନପୁର ବ୍ଲକ ଅନ୍ତର୍ଗତ ବାବୁପାଲି ସ୍ଥିତ ବନ ସୁରକ୍ଷା ସମିତି ଗୃହ, ରାଧା କୃଷ୍ଣ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପରିଚାଳିତ ମାଛ ଯାଆଁଳା କେନ୍ଦ୍ର, ଧଉରାଖମନ, ବ୍ୟାଙ୍କିଙ୍ଗ ସୁବିଧା କେନ୍ଦ୍ର, ହରଡଖୋଳ, ଅଙ୍ଗନବାଡି କେନ୍ଦ୍ର, ଖମ୍ବେଶ୍ବରିପାଲୀ, ଖଳିଆପାଳି ଠାରେ ଅନ୍ତୋଦୟ ଯୋଜନାରେ ସର୍ଭେ କାର୍ଯ୍ୟର ସମୀକ୍ଷା ସହ ତରଭା ବ୍ଲକ ଅନ୍ତର୍ଗତ ସାଇଦୁଲି ଗ୍ରାମ ସ୍ଥିତ ଗୋଷ୍ଠୀଗତ ଶୌଚାଳୟ ପରିଦର୍ଶନ କରି ସମ୍ପୃକ୍ତ କର୍ମକର୍ତ୍ତା ତଥା ସ୍ୱୟଂ ସହାୟକ ସଦସ୍ୟା, ସ୍ଥାନୀୟ ହିତାଧିକାରୀ, ଜନସାଧାରଣଙ୍କ ସହିତ ଭାବ ବିନିମୟ କରିଥିଲେ । ସେହିପରି ତା.୧୮.୦୪.୨୦୨୫ ଦିନ ଡୁଙ୍ଗୁରିପାଲୀ ବ୍ଲକ ରାମପୁର ପଞ୍ଚାୟତ ଗସ୍ତ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଅନ୍ତୋଦୟ ଗୃହ ଯୋଜନାର ସର୍ଭେ କାର୍ଯ୍ୟର ସମୀକ୍ଷା କରିଥିଲେ । ଉପରୋକ୍ତ ଗସ୍ତ ସମୟରେ ସମସ୍ତ ହିତାଧିକାରୀ ମାନଙ୍କ ସହିତ ବାର୍ତ୍ତାଳାପ କରି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ସେ ଜିଲ୍ଲାର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ବାରା ପରିଚାଳିତ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଉପରେ ଖୁସିବ୍ୟକ୍ତ କରିଥିବାବେଳେ ନିଜନିଜ କାର୍ଯ୍ୟରେ ଉଚ୍ଚକୋଟୀର କାର୍ଯ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଛନ୍ତି। ଜିଲ୍ଲା ନୋଡାଲ ଅଧିକାରୀଙ୍କ ଜିଲ୍ଲାର ବିଭିନ୍ନ ବ୍ଲକ ଗସ୍ତ ସମୟରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ ଅଶ୍ବିନୀ କୁମାର ମେହେର ସମେତ ସମ୍ପୃକ୍ତ ବ୍ଲକର ବ୍ଲକ ଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ନିଜନିଜ ଅଞ୍ଚଳର କାର୍ଯ୍ୟକାରୀ ପ୍ରକଳ୍ପ ତଥା ଯୋଜନା ଗୁଡିକର ତଥ୍ୟ ପ୍ରଦାନ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *