July 7, 2025
Home » ଜିଲ୍ଲା ନୋଡାଲ ସଚିବ ତଥା ଆଯୁକ୍ତ ହସ୍ତ ତନ୍ତ, ବୟନ ଓ ହସ୍ତ ଶିଳ୍ପ ଏବଂ ଅବକାରୀ ବିଭାଗଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ: ଛାତ୍ର ଛାତ୍ରୀଙ୍କ ସହ ମିଶି କଲେ ମଧ୍ୟାହ୍ନ ଭୋଜନ l

ଜିଲ୍ଲା ନୋଡାଲ ସଚିବ ତଥା ଆଯୁକ୍ତ ହସ୍ତ ତନ୍ତ, ବୟନ ଓ ହସ୍ତ ଶିଳ୍ପ ଏବଂ ଅବକାରୀ ବିଭାଗଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ: ଛାତ୍ର ଛାତ୍ରୀଙ୍କ ସହ ମିଶି କଲେ ମଧ୍ୟାହ୍ନ ଭୋଜନ l

0
WhatsApp Image 2025-04-12 at 3.23.32 PM

ସୁବର୍ଣ୍ଣପୁର —ରାଜ୍ୟ ହସ୍ତ ତନ୍ତ, ବୟନ ଓ ହସ୍ତ ଶିଳ୍ପ ଏବଂ ଅବକାରୀ ବିଭାଗ ଆଯୁକ୍ତ ତଥା ଜିଲ୍ଲା ନୋଡାଲ ସଚିବ ଗୁହା ପୁନମ ତାପସ କୁମାର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାରେ କାର୍ଯ୍ୟକାରୀ ବିଭିନ୍ନ ଉନ୍ନୟନ ତଥା ଲୋକାଭିମୁଖୀ ଯୋଜନା ଗୁଡିକର ସଫଳ କାର୍ଯ୍ୟକାରିତାର କ୍ଷେତ୍ର ପରିଦର୍ଶନ କରିଛନ୍ତି। ସେ ଏହି ପରିପ୍ରେକ୍ଷୀରେ ତା.୧୧/୦୪/୨୫ରେ ସୋନପୁର ପୌର ପରିଷଦ ଅନ୍ତର୍ଗତ ସୁରେଶ୍ୱରୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ର ଛାତ୍ରୀଙ୍କ ସହ ଶିକ୍ଷା ଓ ଶିକ୍ଷା ଦାନ ସମ୍ପର୍କରେ ପଚାରି ବୁଝିଥିଲେ । ପରେ ପି ଏମ ଶ୍ରୀ ସ୍କୁଲ ଯୋଜନା ଅନ୍ତର୍ଗତ ମହାରାଜା ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ସ୍କୁଲର ଶୈକ୍ଷିକ ବାତାବରଣ, ସ୍କୁଲର ଖେଳ ପଡିଆ ତଥା ଶିକ୍ଷା ଦାନ ଉପରେ ପଚାରିବୁଝିବା ସହ ଛାତ୍ର ଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିଥିଲେ ଏବଂ ସ୍କୁଲ ଛାତ୍ରଙ୍କ ସହ ଏକାଠି ବସି ମଧ୍ୟାହ୍ନ ଭୋଜନ କରିଥିଲେ।ତା ପରେ ଜିଲ୍ଲାର କଳାପଥର ସ୍ଥିତ ମଦ ନିଗମ ଡିପୋ ପରିଦର୍ଶନ କରି ସମସ୍ତ ଷ୍ଟକ ଯାଞ୍ଚ କରିଥିଲେ। ରୁଗୁଡ଼ିପାଲି ଅଙ୍ଗନୱାଡି କେନ୍ଦ୍ର ଠାରେ ସ୍ୱୟଂ ସହାୟକ ସଦସ୍ୟା, ସୁଭଦ୍ରା ହିତାଧିକାରୀ ତଥା ପ୍ରଧାନ ମନ୍ତ୍ରୀ ପୋଷଣ ହିତାଧିକାରୀ ଙ୍କ ସହ ଭାବବିନିମୟ କରିଥିବା ବେଳେ ଶିଶୁଙ୍କ ସହ ଭାବ ବିନିମୟ କରିଥିଲେ ସଚିବ। ସେ ଏହି ଅବସରରେ ଶିଶୁ ବଟିକା ଯୋଜନା, ଅଙ୍ଗନବାଡି ଶିଶୁଙ୍କ ଆଧାର କାର୍ଡ ସଂଯୋଗୀକରଣ, ପିଲାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପ୍ରଭୁତି ଉପରେ ସମ୍ପୃକ୍ତ କେନ୍ଦ୍ର କର୍ମୀ ଙ୍କୁ ପଚାରିବୁଝିଥିଲେ । ସାଗରପାଲି ଠାରେ ବୁଣାକାର ସୁବିଧା କେନ୍ଦ୍ର ପରିଦର୍ଶନ କରି ଉତ୍ପାଦ ଗୋଷ୍ଠୀଙ୍କ ସହ ହସ୍ତତନ୍ତ ଉପରେ ଭାବବିନିମୟ କରି ସ୍ଥାନୀୟ, ସୋନପୁରୀ,ସମ୍ବଲପୁରୀ, ପାଟଶାଢ଼ୀ, ପାଟବସ୍ତ୍ରର ଉତ୍ପାଦ ଓ ବଜାରୀକରଣ ଉପରେ ଆଲୋଚନା କରିଥିଲ। ଅପରାହ୍ନ ରେ ଜିଲ୍ଲା ନୋଡାଲ ସଚିବ ସ୍ଥାନିୟ ସର୍କିଟ ହାଉସ ଠାରେ ବିଭିନ୍ନ ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ସେ ଜିଲ୍ଲାର ବିଭିନ୍ନ ଯୋଜନା ର କାର୍ଯ୍ୟକାରିତା ଉପରେ ଖୁସିବ୍ୟକ୍ତ କରିଥିବାବେଳେ ସମସ୍ତ ବିଭାଗ ସେମାନେ ନିଜନିଜ ବିଭାଗୀୟ କାର୍ଯ୍ୟରେ ଉଚ୍ଚକୋଟୀର କାର୍ଯ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଛନ୍ତି। ସେ ଏହି ଅବସରରେ ଜିଲ୍ଲାସ୍ତରରେ କୌଣସି ବିଭାଗୀୟ ଉନ୍ନୟନ କାର୍ଯ୍ୟ ପ୍ରକଳ୍ପକୁ ସହମତି ଭିତ୍ତିରେ ସମ୍ପାଦନ କରିବାକୁ କହିଥିଲେ। ସେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତାର ସୁବିଧା ଅସୁବିଧା ଉପରେ ସମ୍ପୃକ୍ତ ଅଧିକାରୀଙ୍କୁ ପଚାରି ବୁଝିଥିଲେ। ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାସ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଅଶ୍ୱିନୀ ମେହେର ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ନିଜନିଜ ବିଭାଗୀୟ ତଥ୍ୟ ପ୍ରଦାନ କରିଥିଲେ। ଜିଲ୍ଲା ନୋଡାଲ ଅଧିକାରୀଙ୍କ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଅଶ୍ୱିନୀ ମେହେର, ଉପ ନିର୍ଦ୍ଦେଶକ ପ୍ଲାନିଂ ରୋଶନ ଗିଦ୍ଧି, ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସମ୍ପୃକ୍ତ ବିଭାଗ ର ଅଧିକାରୀ ଉପସ୍ଥିତ ରହିଥିଲେ l

ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *