ଜିଲ୍ଲା ପରିଷଦ ରାୟଗଡ଼ା ଚଇତି ୨୦୨୫ ଉପଲକ୍ଷେ ଏକ ମାରାଥନ ଅନୁଷ୍ଠିତ
ଜିଲ୍ଲା ପରିଷଦ ରାୟଗଡ଼ା ଚଇତି ୨୦୨୫ ଉପଲକ୍ଷେ ରାୟଗଡ଼ା ସହର ସ୍ଥିତ ରିଲାଏନ୍ସ ମଲରୁ ହାୱା ଥୋଟା ପର୍ଯ୍ୟନ୍ତ ଏକ ମାରାଥନ ଅନୁଷ୍ଠିତ ହୋଇଥିଲା। ବୁଧୁବାର ସକାଳ ୬ ଘନ୍ତିକ ସମୟରେ ଏଡିଏମ ସାଧାରଣ ନବୀନ ନାୟକଙ୍କ ଦ୍ଵାରା ଉକ୍ତ ମାରାଥନ ଶୁଭାରମ୍ଭ ହୋଇଥିଲା । ଯେଉଁଥିରେ ପାଞ୍ଚ ଜଣ ଝିଅ, ପାଞ୍ଚ ଜଣ ପୁଅଙ୍କୁ ବିଜେତା ଘୋଷିତ କରାଯାଇଥିଲା। ସମସ୍ତ ବିଜେତାଙ୍କୁ ଏ ଦି ଏମ,ରାୟଗଡ଼ା ପୌରପରିଷଦର ନିର୍ବାହୀ ଅଧିକାରୀ, ପି ଏ ଆଇ ଟି ଡି ଏ ,ଜିଲ୍ଲା କ୍ରୀଡ଼ା ଅଧିକାରୀ ,ଜିଲ୍ଲା ସୂଚନା ଅଧିକାରୀ ଶୁଭେଛା ଜଣାଇବା ସହ ଅନ୍ୟ ୩୫ ଜଣ ସମସ୍ତ ଅଂଶଗ୍ରହଣ କରି ଉକ୍ତ ମାରାଥନରେ ସଫଳଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ ମାରାଥନରେ ଯୋଗ ଦେବା ପାଇଁ ମୋଟ ୫୪୫ ଜଣଙ୍କ ପଞ୍ଜିକରଣ ହୋଇଥିବା ବେଳେ ତନ୍ମଧ୍ୟରୁ ୩୫ ଜଣ ସମ୍ପୂର୍ଣ୍ଣ ଧାଇଁ ସମ୍ପୂର୍ଣ୍ଣ କରି ହାଲୁଆ ତିତ ପହଞ୍ଚି ଥିଲେ । ମାରାଥନରେ ବିଜେତା ସମସ୍ତ ପୁଅ ଓ ଝିଅଙ୍କୁ ଚଇତି ମହୋତ୍ସବ ୨୦୨୫ ମଞ୍ଚ ଉପରେ ସମ୍ମାନିତ କରାଯିବ। ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ କର୍ମଚାରୀଙ୍କ ସମେତ ପିଇଟିମାନେ ସହଯୋଗ କରିଥିଲେ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
