February 10, 2026
Home » ଜିଲ୍ଲା ପ୍ରଧାନ ଶିକ୍ଷକ ସ୍ତରୀୟ ସ୍କାଉଟ ଗାଇଡ଼ ପ୍ରାଥମିକ ଆଲୋଚନାଚକ୍ର ଅନୁଷ୍ଠିତ

ଜିଲ୍ଲା ପ୍ରଧାନ ଶିକ୍ଷକ ସ୍ତରୀୟ ସ୍କାଉଟ ଗାଇଡ଼ ପ୍ରାଥମିକ ଆଲୋଚନାଚକ୍ର ଅନୁଷ୍ଠିତ

0
WhatsApp Image 2025-10-11 at 3.09.23 PM

 

ମାଲକାନଗିରି ମହିଳା ମାଧ୍ୟମିକ ମହା ବିଦ୍ୟାଳୟଠାରେ ଗୁରୁବାର ଦିନ ଜିଲ୍ଲା ସ୍ତରୀୟ ସ୍କାଉଟ ଗାଇଡ଼ ପ୍ରାଥମିକ ଆଲୋଚନାଚକ୍ର ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଂଜନ ପାଣିଗ୍ରାହୀଙ୍କ ସଭାପତିତ୍ବରେ ରେ ଉଦଘାଟିତ ହୋଇ ଯାଇଛି । ଏହି ଆଲୋଚନାଚକ୍ର ରେ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ପାଣିଗ୍ରାହୀ ପୌରହିତ୍ୱ କରିଥିଲା ବେଳେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଟ୍ରେନିଂ କମିଶନର ସୁରଜିତ ସେନ, ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭାଗୀରଥି ବେହେରା, ଅନ୍ୟତମ ସମ୍ମାନିତ ଅତିଥି ଅତିରିକ୍ତ ଶିକ୍ଷାଧିକାରିଣୀ ମଞ୍ଜୁଲତା ଭୋଇ, ମୁଖ୍ୟ ଅତିଥି ଭାବେ ମହା ବିଦ୍ୟାଳୟର ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ଜେନା, ଜିଲ୍ଲା ଶାରିରିକ ଶିକ୍ଷାଧିକାରୀ କାର୍ତ୍ତିକ ଚନ୍ଦ୍ର ବେହେରା, ଯୁଗ୍ମ ସଂପାଦକ ଶରତ ଚନ୍ଦ୍ର ଦାସ, ରାଜ୍ୟ ସଂଯୋଜିକା ସୁଶିଳା ହିଆଲ, ସଂଯୋଜକ ସଂଜିବ କୁମାର ବୈଦ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ସଂଯୋଜକ ମମତା ସୟ ଓ ସଂଯୋଜକ ରତିକାନ୍ତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଯୁଗ୍ମ ସଂପାଦକ ଶରତ ଚନ୍ଦ୍ର ଦାଶ ।
ପ୍ରଧାନ ଶିକ୍ଷକ ମାନଙ୍କ ସହିତ ପ୍ରତ୍ୟେକ ବିଦ୍ୟାଳୟରୁ ଜଣେ ଲେଖାଏଁ ଶିକ୍ଷକ/ ଶିକ୍ଷୟିତୀ ସ୍କାଉଟ ଗାଇଡ଼ ଭାବରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାରୁ ପ୍ରାୟ ସମସ୍ତ ବିଦ୍ୟାଳୟରୁ ପ୍ରାୟ ଦୁଇ ଶହ ପଚ଼ାଶ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ l
କାର୍ଯ୍ୟକ୍ରମର ଦ୍ଵିତୀୟ ଅଧିବେଶନରେ ସ୍କାଉଟ ଗାଇଡ଼ ଉପରେ ଷ୍ଟେଟ ଆରପି ଅବିନାଶ ଗଡ଼ନାୟକ ଶିକ୍ଷକ ମାନଙ୍କୁ ଶିକ୍ଷା ଦାନ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଦୀନବଂଧୁ ବେଜ, ଜିତୁରଜନ ସ୍ୱାଇଁ, ବାସୁଦେବ ପଣ୍ଡା, ସୁକୁମାର ପଣ୍ଡା, ବିପିନ ସାହୁ, ସ୍କୁତିରେଖା ଓଝା, ଶଙ୍କର ମହାପାତ୍ର, କିରଣ ବାଳା ରାଉତ, ପ୍ରଶାନ୍ତ ମିଶ୍ର ଓ ଚତୁର୍ଭୁଜ ଦାଶ ଙ୍କ ସହଯୋଗ ଦ୍ୱାରା କାର୍ଯ୍ୟକ୍ରମ ସଫଳ ହୋଇ ପାରିଥିଲା ।

ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *