February 21, 2026
Home » ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ବନ୍ଦ ହେଲା ବାଲ୍ୟ ବିବାହ

ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ବନ୍ଦ ହେଲା ବାଲ୍ୟ ବିବାହ

0
WhatsApp Image 2026-02-21 at 9.20.04 AM

ସୁବର୍ଣ୍ଣପୁର—ଚାଇଲ୍ଡ ହେଲ୍ପ ଲାଇନ ସୁବର୍ଣ୍ଣପୁର ଏବଂ ସମ୍ୱନ୍ୱିତ ଶିଶୁ ବିକାଶ ଯୋଜନା ସୋନପୁରର ମିଳିତ ଉଦ୍ୟମରେ ଗୋଟିଏ ବାଲ୍ୟ ବାହାଘର ହେଉଥିବା ଅବସ୍ଥାରେ ବନ୍ଦ କରଯାଇଛି l ସୁଜିତ୍ କୁମାର ମିଶ୍ର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଚାଇଲ୍ଡ ହେଲ୍ପ ଲାଇନ ଏବଂ ସାଗରିକା ସ୍ୱାଇଁ ସି ଡି ପି ଓ ସୋନପୁର ଓ ତାଙ୍କ ର ସମସ୍ତ କାର୍ଯ୍ୟାଳୟ ର କର୍ମକର୍ତ୍ତା ଙ୍କୁ ନେଇ ବହିରଖମନ୍ ଗାଁ କୁ ଯାଇ ବାହାଘର ହଉଥିବା ଶିଶୁଙ୍କୁ ଉଦ୍ଧାର କରି ଶିଶୁ କଲ୍ୟାଣ ସମିତି ଙ୍କ ସମ୍ମୁଖରେ ଉପସ୍ଥାପନା କରିଛନ୍ତି।

ଏହି ସମସ୍ତ କାର୍ଯ୍ୟରେ ଶିଶୁ କଲ୍ୟାଣ ସମିତି ର ସଦସ୍ୟ ଶାନ୍ତନୁ କର୍ଣ୍ଣ ,କାଉନସିଲର ସୁଧୀର କୁମାର ଦାସ ,ସୁପରଭାଉଜର ରୋଜି ସ୍ମିତା ଭୋଇ, ଅଙ୍ଗନୱାଡି କର୍ମୀ – ସୁକାନ୍ତି ମହାନନ୍ଦ,ସମନ୍ୱିତ ଶିଶୁ ବିକାଶ ଯୋଜନା ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।ଶିଶୁ କୁ ବୟସ ହେଲା ପରେ ବିବାହ କରାଯିବ ବୋଲି ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁଜିତ୍ କୁମାର ମିଶ୍ର ସୂଚନା ଦେଇଛନ୍ତି।

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *