March 12, 2025
Home » ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବର୍ଦ୍ଧନା ଓ ଦାବୀପତ୍ର ପ୍ରଦାନ

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବର୍ଦ୍ଧନା ଓ ଦାବୀପତ୍ର ପ୍ରଦାନ

0

ସୁବର୍ଣ୍ଣପୁର –ବୌଦ୍ଧ ସର୍କିଟ ହାଉସ୍ ଠାରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଜ୍ୟ ସଂଘ ଉପସଭାପତି ତଥା ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶମ୍ଭୁ ଗିରିଙ୍କ ତତ୍ଵାବଧାନରେ ଉତ୍ତରୀୟ, ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ । ଏହାପରେ ୫ ଦଫା ସମ୍ବଳିତ ଦାବୀପତ୍ର ଦେଇ ତୁରନ୍ତ ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟା ଆଶୁ ସମାଧାନ କରିବାକୁ ଅନୁରୋଧ କରାଯାଇଥିଲା। ଆଲୋଚନାରେ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ ଶୀଘ୍ର ଭୁବନେଶ୍ୱର ଆସି ଆଲୋଚନା ମାଧ୍ୟମରେ ଶିକ୍ଷକ ସମସ୍ୟା ଗୁଡ଼ିକ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଦାବିପତ୍ର ପ୍ରଦାନ ଓ ଆଲୋଚନା ସମୟରେ ସ୍ଥାନୀୟ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ, କନ୍ଧମାଳ ସାଂସଦ ଶ୍ରୀଯୁକ୍ତ ସୁକାନ୍ତ ପାଣିଗ୍ରାହୀ, କଣ୍ଟାମାଳ ବିଧାୟକ ଶ୍ରୀଯୁକ୍ତ କହ୍ନେଇ ଚରଣ ଡାଙ୍ଗ ଓ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ସଂଘର ସମ୍ପାଦକ ମହେଶ କୁମାର ସେଠୀ ବ୍ଲକ ସଭାପତି ରାଜକୁମାର ପ୍ରଧାନ, ଶିକ୍ଷକ କର୍ମକର୍ତ୍ତା ସନ୍ତୋଷ କୁମାର ଶତପଥୀ, ସତ୍ୟନାରାୟଣ ପ୍ରଧାନ ଓ ପଦ୍ମନାଭ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରମୁଖ ଦାବି ଗୁଡ଼ିକ ମଧ୍ୟରେ ସମସ୍ତ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ , ଠିକା ଶିକ୍ଷକ ନିଯୁକ୍ତିକୁ ଉଚ୍ଛେଦ କରି ୬ବର୍ଷକୁ ଇନକ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରିକୁ ଗଣନା କରିବା,ଚାକିରି ସର୍ତ୍ତାବଳୀ ୨୦୧୯ କୁ ସଂଶୋଧନ କରି ପଦୋନ୍ନତିକୁ ତ୍ବରାନ୍ବିତ କରିବା , ପୁରୁଣା ପେନସନ ପ୍ରଦାନ , ଖାଲିପଡିଥିବା ବିଜ୍ଞାନ ଶିକ୍ଷକଙ୍କ ସ୍ଥାନରେ କଳା ଶିକ୍ଷକ ନିଯୁକ୍ତି ଓ ଯୋଗ୍ୟ ସ୍ନାତକ ଶିକ୍ଷକଙ୍କୁ ଅଗ୍ରାଧିକାର ଭିତ୍ତିରେ ହାଇସ୍କୁଲରେ ନିଯୁକ୍ତି ଦେବା ପ୍ରମୁଖ ଅନ୍ତର୍ଭୁକ୍ତ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *