December 28, 2025
Home » ଜିଲ୍ଲା ବାହାର ଠିକାଦାର ଙ୍କୁ କଳାହାଣ୍ଡି ମନା

ଜିଲ୍ଲା ବାହାର ଠିକାଦାର ଙ୍କୁ କଳାହାଣ୍ଡି ମନା

0
WhatsApp Image 2025-12-27 at 4.40.01 PM

ଅସହଯୋଗ କରିବ ଠିକାଦାର ସଂଘ….

ଧର୍ମଗଡ:କଳାହାଣ୍ଡି ଜିଲ୍ଲାରେ ଆଗାମୀ ଦିନରେ ଜିଲ୍ଲା ବାହାର ଠିକାଦାର ଙ୍କୁ ଅସହଯୋଗ କରାଯିବ। ଏହାସହ ଠିକା କାମରେ ବ୍ୟବହୃତ ସାମଗ୍ରୀ ଯୋଗାଣ ରେ ପ୍ରତିବନ୍ଧକ ସାଜିବ ଠିକାଦାର ସଂଘ।କଳାହାଣ୍ଡି ଜିଲ୍ଲା ଠିକାଦାର ସଂଘ ର ବାର୍ଷିକ ସମ୍ବିଳନୀ ଅନୁଷ୍ଠିତ ହୋଇ ଯାଇଛି । ଧର୍ମଗଡ ହୋଟେଲ ରୟାଲ ପେଲେସ ଠାରେ ସଂଘର ଜିଲ୍ଲା ସଭାପତି ଜଗୁ ମଣ୍ଡଲ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ସମ୍ମିଳନୀ ରେ ଭବାନୀପାଟଣା, ଧର୍ମଗଡ,କେସିଙ୍ଗା, ଜୟପାଟଣା ସମେତ ବିଭିନ୍ନ ଅଞ୍ଚଳ ରୁ ବହୁ ଠିକାଦାର ଯୋଗ ଦେଇଥିଲେ ! ଏହି ବୈଠକ ରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନେଇଛି ଜିଲ୍ଲା ସଂଘ ।କଳାହାଣ୍ଡି ଜିଲ୍ଲା ରେ ବିଭିନ୍ନ ବିଭାଗ ଦ୍ଵାରା ହେଉଥିବା ରାସ୍ତା କାମ,ପୋଲ କାମ ଓ ଅନ୍ୟାନ୍ୟ କାମ ରେ ଜିଲ୍ଲା ବାହାର ର ଠିକାଦାର ଙ୍କୁ ନ ଆସିବାକୁ ଅନୁରୋଧ କରିଛି ସଂଘ ।ଜିଲ୍ଲା ର କାମ କୁ କେବଳ ଜିଲ୍ଲା ର ଠିକାଦାର ମାନେ ହିଁ କାର୍ଯ୍ୟ ସମ୍ପାଦନ କରିବେ ବୋଲି ନିଷ୍ପତି ନିଆ ଯାଇଛି ।ସେହିପରି ବଡ ବଡ କାମ ମାନଙ୍କ ରେ ୧୪ .୯୯ ଲେସ ରେ ଟେଣ୍ଡର ନ ପକାଇ ତାକୁ ସିଡ୍ୟୁଲ ରେଟ ରେ ଟେଣ୍ଡର ଭରିବାକୁ ସମସ୍ତ ଙ୍କୁ ଅବଗତ କରାଯାଇଛି । ଯାହାଦ୍ବାରା ଠିକାଦାର ମାନେ ଦି ପଇସା ପାଇବା ସହ କାମ ର ମଧ୍ୟ ମାନ ଠିକ୍ ହୋଇ ପାରିବ ବୋଲି ମତ ପ୍ରକାଶ ପାଇଥିଲା। ଏହି ବୈଠକ ରେ ସଂଘର ଉପସଭାପତି ବଜରଙ୍ଗ ଅଗ୍ରୱାଲ,ସଂପାଦକ ରଂଜନ ସାହୁ,ଚକ୍ର ସେଠୀ,ଲୋକେଶ ଶର୍ମା, ପ୍ରମୋଦ ପଟ୍ଟନାୟକ, କିଶୋର ଅଗ୍ରୱାଲ, ସୁଧୀର ପଣ୍ଡା ,ମିଟୁ ନାଏକ,ପ୍ରମୋଦ ପଟ୍ଟନାୟକ,ମୋହନ ଅଗ୍ରୱାଲ,ସମେତ ବହୁ ଠିକାଦାର ମାନେ ଉପସ୍ଥିତ ଥାଇ ନିଜ ନିଜ ମତ ରଖିଥିଲେ । ଏହା ସହ ଆଗାମୀ ଦିନରେ ଜିଲ୍ଲା ର ସମସ୍ତ ଠିକାଦାର ଏକଜୁଟ ହୋଇ ସଂଗଠିତ ହୋଇ କାମ କରିବାକୁ ନିଷ୍ପତ୍ତି ନେଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *