ଜିଲ୍ଲା ମୁଖ୍ୟାଳୟ ଚିକିତ୍ସାଳୟ, ଜୟପୁରରେ ଏସଏନଏସପିଏ କାର୍ଯ୍ୟକ୍ରମ ଉଦଘାଟିତ
ଜିଲ୍ଲା ମୁଖ୍ୟାଳୟ ଚିକିତ୍ସାଳୟ, ଜୟପୁରରେ ବୁଧବାର ସକାଳ ୧୦ଟାରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ଏବଂ ଏମଡି, ଏନହେଚଏମ ଓଡିଶାଙ୍କ ନିର୍ଦ୍ଦେଶାନୁସାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମ୍ମେଳନୀ କକ୍ଷରେ ଏସଏନଏସପିଏ କାର୍ଯ୍ୟକ୍ରମର ଉଦ୍ଘାଟନ ଡ଼ା. ଦିଲ୍ଲୀ କୁମାର ବିଶ୍ୱାଳ, ଡିଏମଓ (ଏମଏସ)-କମ୍ ସୁପରିଣ୍ଟେଣ୍ଡେଣ୍ଟ, ଡିହେଚହେଚ ଜୟପୁରଙ୍କ ଦ୍ୱାରା ହୋଇଥିଲା। ଯେଉଁଠାରେ ବିଭିନ୍ନ ବରିଷ୍ଠ ବିଶେଷଜ୍ଞ, ଚିକିତ୍ସକ, ହସ୍ପିଟାଲ ମ୍ୟାନେଜର, ସହାୟକ ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ, ନର୍ସିଂ ଅଫିସର, କାଉନସେଲର, ଓଫିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ଡିଏମଓ ଓ ଅନ୍ୟ ମାନ୍ୟନୀୟ ଅତିଥିମାନେ ଏସଏନଏସପିଏ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଲକ୍ଷ୍ୟକୁ କିପରି ସୁଚାରୁ ଭାବେ ପ୍ରୟୋଗ କରାଯିବ ସେ ବିଷୟରେ ଆଲୋଚନା ଓ ମତବିନିମୟ କରିଥିଲେ। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଧରମ ରକ୍ତଦାନ ଶିବିର, SHG ଗୋଷ୍ଠୀ ସଦସ୍ୟମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ, ଜିଲ୍ଲା ମୁଖ୍ୟାଳୟ ଚିକିତ୍ସାଳୟରେ କାର୍ଯ୍ୟରତ ସମସ୍ତ ମହିଳା କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଜୟପୁର ମହିଳା ବିଶ୍ୱବିଦ୍ୟାଳୟ ଓ ଏଏନଏମ ଟ୍ରେନିଂ ସ୍କୁଲରେ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଇତ୍ୟାଦି ଯୋଜନା କରାଯାଇଛି। ଏହି ଅବସରରେ ଓଥ୍ ନେବା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଛି।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
