July 29, 2025
Home » ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନକଲି ଡାକ୍ତର ଗିରଫ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନକଲି ଡାକ୍ତର ଗିରଫ

0
WhatsApp Image 2025-01-01 at 2.17.53 PM

ଖବର ନେବାରେ ଜଣା ପଡ଼ିଛି ଯେ ସଦର ମୁଖ୍ୟ ଚିକିତ୍ସାଳୟର ପୁରୁଷ ବିଭାଗରେ ଜଣେ ଯୁବକ ପ୍ରାୟ ସାତଦିନ ହେବ ବେକରେ ଷ୍ଟେଥୋ ସ୍କୋପ ପକାଇବା ସହ ଆପ୍ରନ ପିନ୍ଧି ରୋଗୀ ମାନଙ୍କ ସେବା କରୁଥିଲେ ।ଜଣେ କମ ବୟସ୍କ ଡାକ୍ତର ଭଳି ଦେଖାଯାଉଥିବା ଯୁବକ କିଭଳି ଡାକ୍ତର ହୋଇ ପାରେ ବୋଲି ଉକ୍ତ ୱାର୍ଡ ରେ କାର୍ଯ୍ୟ କରୁଥିବା ନର୍ସ ମାନେ ଭାବିଥିଲେ ମଧ୍ୟ ପଚାରିବାକୁ ସାହାସ କରୁନଥିଲେ ।ତେଣୁ ଏହାର ସୁଯୋଗ ନେଇ ଯୁବକ ଜଣକ ପ୍ରତିଦିନ ମେଡିକାଲ ଆସି ରୋଗୀ ମାନଙ୍କୁ ଚିକିତ୍ସା କରୁଥିଲେ ହେଲେ କାହାକୁ କୌଣସି ମେଡିସିନ ଲେଖୁ ନଥିଲେ ।ଏହାପରେ ନର୍ସ ମାନଙ୍କ ମଧ୍ୟରେ ସନ୍ଦେହ ଜାତ ହୋଇଥିଲା ।ଏହାପରେ ନର୍ସ ମାନେ ଉକ୍ତ ଯୁବକଙ୍କୁ ତାର ପରିଚୟ ପଚାରିଥିଲେ ।ସେ ତାର ପରିଚୟରେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ଛାତ୍ର ଅମି ଆରୁଶ ପରିଡା ବୟସ ୧୭ ହେବା ସହ ଘର ସମୁଦ୍ରକୂଳ ଥାନା ଅନ୍ତର୍ଗତ ଗୋରା କବର ଲେନ୍ ବୋଲି କହିଥିଲା ଏବଂ ସେ ଏହି ଡାକ୍ତରୀ ପାଠ ଶିଖିବା ପାଇଁ ମେଡିକାଲ କୁ ଆସୁଥିଲା ବୋଲି କହିଥିଲା ।ଏହାପରେ ନର୍ସ ମାନେ ସଙ୍ଗେ ସଙ୍ଗେ ମେଡିକାଲ ଫାଣ୍ଡି ପୋଲିସ ଙ୍କୁ ଡାକି ଉକ୍ତ ଯୁବକ କୁ ତାଙ୍କ ହସ୍ତାନ୍ତର କରିଥିଲେ ।ପୋଲିସ ପକ୍ଷରୁ ଉକ୍ତ ଯୁବକ ଙ୍କ ପରିବାର କୁ ଯୋଗାଯୋଗ କରାଯାଇଛି ।

puri epa ru soubhagy pattanayak nka report

Leave a Reply

Your email address will not be published. Required fields are marked *