ଜିଲ୍ଲା ଯକ୍ଷ୍ମା ନିରାକରଣ ବିଭାଗ ପକ୍ଷରୁ ସଚେତନତା ରାଲି

!
ଛତ୍ରପୁର ବ୍ଲକ୍ ଅନ୍ତର୍ଗତ କଣମଣା ପଞ୍ଚାୟତର ମାଟିଖାଲ ଛକ ଠାରୁ କଣମଣା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଜିଲ୍ଲା ଯକ୍ଷ୍ମା ନିରାକରଣ ବିଭାଗ ପକ୍ଷରୁ ଆମ ଦେଶକୁ ଟି.ବି. ମୁକ୍ତ କରିବା ନେଇ ଏକ ସଚେତନତା ରାଲି ବାହାରିଥିଲା । ଛତ୍ରପୁର ବ୍ଲକ୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଭାରତୀୟ ବିରଳ ମୁର୍ତ୍ତିକା ଆଇ.ଆର୍.ଇ.ଏଲ୍. ପକ୍ଷରୁ ଟି.ବି. ମୁକ୍ତ ଭାରତ ନିମନ୍ତେ ୧୦୦ ଦିନିଆ ସଚେତନତା ଅଭିଯାନ ନେଇ ଏହି ରାଲି ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକ୍ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକ୍ଷକ ଡ଼ା. ସ୍ବାଧିନ ରଥ ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ଏହି ରାଲି ର ଶୁଭାରମ୍ଭ କରିଥିଲେ । ଜିଲ୍ଲା ଯକ୍ଷ୍ମା ବିଭାଗ ସରକାରୀ ଓ ବେସରକାରୀ ସଂଯୋଜକ ସୁଧୀରକାନ୍ତ ବେହେରା , ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ, ଜେନେରାଲ ମ୍ୟାନେଜର ହେଡ କିଶୋର କୁମାର ପାତ୍ର , ଜେନେରାଲ ମ୍ୟାନେଜର ଫାଇନାନ୍ସ କୌଶିକ୍ ଧର ,ଚିପ୍ ଜେନେରାଲ ମ୍ୟାନେଜର ରାୟଭାର୍ଗିଶ ,ସୁରକ୍ଷା ଜେନେରାଲ ମ୍ୟାନେଜର ଭାର୍ଗେଶ ଏନ୍ତୁନି, ସି.ଏସ.ଆର୍ ମୁଖ୍ୟ ନରେନ୍ଦ୍ର କୁମାର ନାୟକ, ବରିଷ୍ଠ ପ୍ରବନ୍ଧକ ଦୀପକ କୁମାର ମିଶ୍ର , ବ୍ଲକ୍ କାର୍ଯ୍ୟକ୍ରମ ପରିଚାଳକ ସିମାଞ୍ଚଳ ପ୍ରଧାନ, ବରିଷ୍ଠ ଯକ୍ଷ୍ମା ନିରୀକ୍ଷକ ପ୍ରଭାତ କୁମାର ସାହୁ , ବରିଷ୍ଠ ଲେବ୍ରେଟରୀ ସୁପରଭାଇଜର ପ୍ରଦୀପ କୁମାର ଓଁକାର, ଟିବି ଚମ୍ପିୟାନ ମୁନା ବେହେରା ଓ ବିଶୀକେଶନ ଦାସ, ଲକ୍ଷ୍ମୀଧର ଦାସ ଏବଂ କାଳୀପଲ୍ଲୀ ,କଣମଣା ପଞ୍ଚାୟତର ମହିଳା ସ୍ବାସ୍ଥ୍ୟକର୍ମୀ ଓ ସମସ୍ତ ଆଶାକର୍ମୀ ଉପସ୍ଥିତ ରହି ସ୍ଲୋଗାନ ମାଧ୍ୟମରେ ପ୍ରଚାର ପ୍ରସାର କରିବା ସାଙ୍ଗକୁ ମାଟିଖାଲ ଛକ ଠାରୁ କଣମଣା ଗ୍ରାମ ପରିଭ୍ରମଣ କରିଥିବା ବେଳେ ବ୍ଲକ୍ ଅଧ୍ୟକ୍ଷ ଡ଼ା. ସ୍ବାଧିନ ରଥ ଗ୍ରାମର ସଦସ୍ୟ ଙ୍କୁ ଟିବି ରୋଗର ପାଦୃଭାବ ଓ ନିରାକରଣ ସମ୍ପର୍କରେ ବୁଝାଇଥିଲେ ।।
ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )