ଜିଲ୍ଲା ରେଡକ୍ରସ ତରଫରୁ ସହାୟତା ରାଶି ପ୍ରଦାନ
ନବରଙ୍ଗପୁର ୧୩.୧୨.୨୪ : ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି, କଟାଗାଁ ଗ୍ରାମ ପଞ୍ଚାୟତ ର ପିତା-ହରି ଡଙ୍ଗରୀ ଏବଂ ମାତା-ଶାନ୍ତି ଡଙ୍ଗରୀଙ୍କ ଦେଢ ମାସର ଶିଶୁ- ଜସୀୟ ରାଜ ଡଙ୍ଗରୀଙ୍କ ମୁଣ୍ଡରେ ପାଣି ଜମାଟ ବାନ୍ଧିଥିବା ଯୋଗୁଁ ଏହା ସାଧାରଣ ଆକାର ଠାରୁ ଅତ୍ୟଧିକ ବଡ ହୋଇଥିବା ନବରଙ୍ଗପୁର ଜିଲ୍ଲା ପ୍ରଶାସନର ଦୃଷ୍ଟି ଗୋଚର ହୋଇଥିଲା । ଜିଲ୍ଲାପାଳ ନବରଙ୍ଗପୁରଙ୍କ ନିର୍ଦେଶ କ୍ରମେ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ପାଣିଗ୍ରାହୀ ପୀଡ଼ିତ ପରିବାର ସହିତ ଯୋଗାଯୋଗ କରି ରାଷ୍ଟ୍ରୀୟ ବାଲ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମର ଗାଡି ରେ ଅର୍ଚନା ମହାନ୍ତି, ଫାର୍ମାଶିଷ୍ଟ ଏବଂ ସଙ୍ଗୀତା ନାୟକ, ଏ ଏନ ମ ଶିଶୁ- ଜସୀୟ ରାଜ ଡଙ୍ଗରୀଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତି କରାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ରାଷ୍ଟ୍ରୀୟ ବାଲ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ୧୦୮ ଆମ୍ବୁଲେନ୍ସ ଯୋଗେ କଟକ ଶିଶୁ ଭବନକୁ ସ୍ଥାନାନ୍ତରିତ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡକ୍ଟର ପରାମର୍ଶ ଦେଇଥିଲେ । ପ୍ରକାଶ ଥାଉକି ଶିଶୁ- ଜସୀୟ ରାଜ ଡଙ୍ଗରୀ ଙ୍କର ସମ୍ପୂର୍ଣ ଚିକିତ୍ସା ରାଜ୍ୟ ସରକାରଙ୍କର ରାଷ୍ଟ୍ରୀୟ ବାଲ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ ଦ୍ଵାରା ମାଗଣାରେ କରାଯିବ । ତାଙ୍କ ଚିକିତ୍ସାର ଆନୁସାଙ୍ଗିକ ଖର୍ଚ୍ଚ ନିମନ୍ତେ ଜିଲ୍ଲାପାଳ ନବରଙ୍ଗପୁରଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଜରୁରୀକାଳୀନ ବିଭାଗର ବିଭାଗୀୟ ଅଧିକାରୀ, ତ୍ରିପତି ବାଲାଜି ସାହୁ, ଏବଂ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉକ୍ତ ପରିବାର ବର୍ଗ କୁ ଜିଲ୍ଲା ରେଡକ୍ରସ ତରଫରୁ ୫୦୦୦ ଟଙ୍କା ସହାୟତା ରାଶି ହସ୍ତାନ୍ତର କରିଥିଲେ ।
ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
