July 1, 2025
Home » ଜିଲ୍ଲା ର ପ୍ରଥମ ସଫଳ ପ୍ରତିଯୋଗୀ ଭାବେ ଜାତୀୟ ସ୍ତରକୁ ଉନ୍ନୀତ ସୁବର୍ଣ୍ଣପୁର ର ସ୍ଵପ୍ନଜିତ ମିଶ୍ର

ଜିଲ୍ଲା ର ପ୍ରଥମ ସଫଳ ପ୍ରତିଯୋଗୀ ଭାବେ ଜାତୀୟ ସ୍ତରକୁ ଉନ୍ନୀତ ସୁବର୍ଣ୍ଣପୁର ର ସ୍ଵପ୍ନଜିତ ମିଶ୍ର

0
WhatsApp Image 2025-05-20 at 11.47.45 AM (1)

ସୁବର୍ଣ୍ଣପୁର ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟ ର ନବମ ଶ୍ରେଣୀ ଛାତ୍ର ଶ୍ରୀମାନ ସ୍ଵପ୍ନଜିତ୍ ମିଶ୍ର କେନ୍ଦ୍ରୀୟ ବିଦ୍ୟାଳୟ ସ୍ତରୀୟ ରେଜିଓନାଲ ସନ୍ତରଣ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଜାତୀୟ ସ୍ତରକୁ ଉନ୍ନୀତ ହୋଇଛନ୍ତି।ଜାତୀୟ ସ୍ତର କୁ ଉନ୍ନୀତ ହେବାରେ ସ୍ବପ୍ନଜିତ୍ ହେଉଛନ୍ତି ଜିଲ୍ଲାର ପ୍ରଥମ ସନ୍ତରଣକାରୀ।ସେ ବର୍ତ୍ତମାନ ସୁବର୍ଣ୍ଣପୁର କେନ୍ଦ୍ରୀୟ ବିଦ୍ୟାଳୟ ରେ ଦଶମ ଶ୍ରେଣୀ ରେ ଅଧ୍ୟୟନରତ।ମାତ୍ର ୩ ବର୍ଷ ହେଲା ସେ ସୁବର୍ଣ୍ଣପୁର ରାମେଶ୍ବର ଷ୍ଟାଡିୟମ୍ ସ୍ଥିତ ବିଜୁ ପଟ୍ଟନାୟକ ସନ୍ତରଣାଗାର ରେ ପ୍ରଶିକ୍ଷକ ଶ୍ରୀ ସଞ୍ଜୟ ପାଣ୍ଡେ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵ।ବଧାନ ରେ ନିୟମିତ ସନ୍ତରଣ ପ୍ରଶିକ୍ଷଣ ନେଉଛନ୍ତି। ଦିନକୁ ପ୍ରାୟ ୪ ଘଣ୍ଟା ସନ୍ତରଣ ପାଇଁ ଦେଉଥିବା ବେଳେ ବାକି ସମୟ ରେ ନିଜ ପାଠପଢା ଜାରି ରଖିଛନ୍ତି।ଏକ ସଫଳ ଆଥଲେଟ୍ ଭାବେ ସେ ନିଜକୁ ଗଢି ତୋଳିବାପାଇଁ ବଦ୍ଧ ପରିକର ଅଟନ୍ତି।ଗତବର୍ଷ ରାଜ୍ୟସ୍ତରୀୟ ସ୍ପୋର୍ଟସ ହଷ୍ଟେଲ ରେ ରହି ସନ୍ତରଣ ପ୍ରଶିକ୍ଷଣ ସେ ମନୋନୀତ ମଧ୍ୟ ହୋଇ ଥିଲେ। ସନ୍ତରଣ ପ୍ରତିଯୋଗିତା ରେ ସେ ଜିଲ୍ଲା ଓ ରାଜ୍ୟ ସ୍ତରରେ ବିଭିନ୍ନ ସମୟରେ କୃତିତ୍ୱ ଲାଭ କରି ସ୍ଵର୍ଣ୍ଣ ରୌପ୍ୟ ପଦକ ଲାଭ କରି ନିଜ ବିଦ୍ୟାଳୟ ଓ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ସୁନାମ ଅର୍ଜନ କରିଛନ୍ତି।ସେ ବୌଦ୍ଧ ଜିଲ୍ଲାର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଉମାକାନ୍ତ ମହାପାତ୍ର ଓ ଶିକ୍ଷୟିତ୍ରୀ କଳ୍ପନା ମିଶ୍ର ଙ୍କ ସାନ ନାତି ତଥା ବହିରା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀ ଅଜିତ୍ ଲାଲ ମିଶ୍ର ଓ ମନମୁଣ୍ଡା ହସ୍ପିଟାଲ ର ସ୍ବାସ୍ଥ୍ୟକର୍ମୀ ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ମହାପାତ୍ର ଙ୍କ ସୁପୁତ୍ର ଅଟନ୍ତି।ତାଙ୍କ ର ସଫଳତାର ଶ୍ରେୟ ସେ ନିଜ କୋଚ୍ ସଞ୍ଜୟ ସାର୍ ତଥା ଶିକ୍ଷକ ଓ ପରିବାର ବର୍ଗ ଙ୍କୁ ଦେଇଛନ୍ତି।ଆଗାମୀ ଅଗଷ୍ଟ ମାସ ପ୍ରଥମ ସପ୍ତାହ ରେ ସେ ବାଙ୍ଗାଲୋର ଠାରେ ଜାତୀୟ ସ୍ତରୀୟ ସନ୍ତରଣ ପ୍ରତିଯୋଗିତା ପାଇଁ ଯାତ୍ରା କରିବେ।

ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *