March 24, 2026
Home » ଜିଲ୍ଲା ସଂସ୍କୃତି ବିଭାଗ ମ୍ୟୁଜିୟମ୍ ରେ ପଣ୍ଡିତ ଗୌରୀ ଶଙ୍କର ଆଚାର୍ଯ୍ୟଙ୍କ ତୈଳ ପଟ୍ଟଚିତ୍ର ସ୍ଥାନୀତ !

ଜିଲ୍ଲା ସଂସ୍କୃତି ବିଭାଗ ମ୍ୟୁଜିୟମ୍ ରେ ପଣ୍ଡିତ ଗୌରୀ ଶଙ୍କର ଆଚାର୍ଯ୍ୟଙ୍କ ତୈଳ ପଟ୍ଟଚିତ୍ର ସ୍ଥାନୀତ !

0
WhatsApp Image 2026-03-24 at 12.43.20 PM

ଛତ୍ରପୁର: ଗଞ୍ଜାମ ଜିଲ୍ଲା ସଂସ୍କୃତି ବିଭାଗ (ଛତ୍ରପୁର) କାର୍ଯ୍ୟଳୟ ପରିସରରେ ଥିବା ସଂଗ୍ରାହାଳୟ (ମ୍ୟୁଜିୟମ୍) ରେ ଆନୁଷ୍ଠାନିକ ଭାବେ ଲୋକାର୍ପଣ ସହ ପଣ୍ଡିତ ଗୌରୀ ଶଙ୍କର ଆଚାର୍ଯ୍ୟଙ୍କ ତୈଳ-ପଟ୍ଟଚିତ୍ର ଉନ୍ମୋଚନ ହୋଇ
ମ୍ୟୁଜିୟମ୍ ରେ ସ୍ଥାନୀତ କରାଯାଇଛି । ତାହାଙ୍କ ସ୍ମୁତି ଚାରଣ ସହ ଜୟଗାନ କରାଯାଇଛି ଏବଂ
ପଣ୍ଡିତ ଗୌରୀ ଶଙ୍କର ଆଚାର୍ଯ୍ୟଙ୍କ ତୈଳ-ପଟ୍ଟଚିତ୍ର ଏହି ସ୍ଥାନରେ ମ୍ୟୁଜିୟମ୍ ରେ ସରକାରୀ ଭାବେ ସ୍ଥାନୀତ କରାଯାଇଛି । ଏହା ଯେ’ ସମସ୍ତଙ୍କ ଦୃଷ୍ଟିରେ ଆସିବା ସାଂଗକୁ ବିଦ୍ୟାର୍ଥୀମାନଙ୍କୁ ଅନେକ ଦିଗଦର୍ଶନ ଦେବ ଏବଂ ସଭିଁଏ ସ୍ୱର୍ଗତ ଆଚାର୍ଯ୍ୟଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବେ ବୋଲି ଖଲ୍ଲିକୋଟ୍ ର ଅଗ୍ରଣୀ ସଂଗଠନ ଡ଼ା. ଏପିଜେ ଅବଦୁଲ କାଲାମ ଜନ କଲ୍ୟାଣ ଚାରିଟେବୁଲ ଟ୍ରଷ୍ଟର ସଭାପତି ତଥା ସମାଜସେବୀ ପୂର୍ଣ୍ଣଚନ୍ଦ୍ର ବେହେରା ମତବ୍ୟକ୍ତ କରିଛନ୍ତି ।
ଟ୍ରଷ୍ଟ ର ସଭାପତି ଶ୍ରୀ ବେହେରା ଙ୍କ ସଭାପତିତ୍ବରେ ଏହି ଉପଲକ୍ଷେ ଏକ ଆନୁଷ୍ଠାନିକ ସଭା ମ୍ୟୁଜିୟମ୍ ହଲ୍ ରେ ଗତକାଲି ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଳା ସଂସ୍କୃତି ଅଧିକାରୀ ଅଦିତୀ ଆଚାର୍ଯ୍ୟ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହ ମହାପୁରୁଷ ତଥା ପଣ୍ତିତ ଗୌରୀଶଙ୍କର ଆଚାର୍ଯ୍ୟଙ୍କ ପଟ୍ଟଚିତ୍ର ଉନ୍ମୋଚନ କରିଥିଲେ l ସେ ନିଜ ବକ୍ତବ୍ୟରେ କହିଥିଲେ, ଶ୍ରୀ ଆଚାର୍ଯ୍ୟ ମହୋଦୟ ଜଣେ ଅଦମ୍ୟ ପଣ୍ତିତ ସମେତ ସେ ଜ୍ଞାନର ଗ୍ରନ୍ଥାଘର ପୁରୁଷ ଥିଲେ l ଉକ୍ତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯିବ ସହ ପଣ୍ତିତ ଆଚାର୍ଯ୍ୟଙ୍କ ଜୀବନୀ କାହାଣୀ ଉପରେ ସ୍ମୃତିଚାରାଣ କରିଥିଲେ ।
ଡ଼ଃ. ଅଜୟ କୁମାର ତ୍ରିପାଠୀ, ଆଇନଜ୍ଞ ବ୍ରଜମୋହନ ଆଚାର୍ଯ୍ୟ, ପ୍ରସାଦ ଆଚାର୍ଯ୍ୟ, ଜୟ ଦୁର୍ଗା ପ୍ରସନ୍ନ ଆଚାର୍ଯ୍ୟ, ଡ଼ଃ.ରାଜେନ୍ଦ୍ର ଦାସ, ଆଇନଜିବୀ ବି.ଶ୍ରୀନିବାସ, ପି.ଧର୍ମା ରେଡ୍ଡୀ ,ସୁରେନ୍ଦ୍ର ସେନାପତି, ତପନ କୁମାର ପଣ୍ଡା, ତପନ କୁମାର ବେହେରା ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ପଣ୍ଡିତ ଗୌରୀ ଶଙ୍କର ଆଚାର୍ଯ୍ୟଙ୍କ ଜୀବନ ଆଦର୍ଶ ଉପରେ ଗୁରୁତ୍ୱାରୋପ କରିଥିଲେ । ଡ଼ଃ.ଅଜୟ କୁମାର ତ୍ରିପାଠୀ ନିଜ ବକ୍ତବ୍ୟରେ ସଂସ୍କୃତି ଅଧିକାରୀଙ୍କୁ ଅନୁରୋଧ କରିଥିଲେ, ଯେ’ଉକ୍ତ ସଂଗ୍ରାଳୟରେ ଯେଉଁ ମହାପୁରୁଷଙ୍କ ପଟ୍ଟଚିତ୍ର ରହିଛି , ସେମାନଙ୍କ ଜୀବନୀ କାହାଣୀ ଉପରେ ପୁସ୍ତିକା ରଚନା କରାଯାଉ ବୋଲି ମତପ୍ରକାଶ କରିଥିଲେ ।
ଡ଼ା. ଏପିଜେ ଅବଦୁଲ କାଲାମ ଜନ-କଲ୍ୟାଣ ଚାରିଟେବୁଲ ଟ୍ରଷ୍ଟର ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା ଓ ଉପଦେଷ୍ଟା ରାଜେନ୍ଦ୍ର ପ୍ରସାଦ ରଥ ନିଜ ବକ୍ତବ୍ୟରେ ଖଲ୍ଲିକୋଟରେ ଥିବା ପାଠାଗାର ଉପର ମହଲାକୁ ଏନ.ଏ.ସି. କୁ କିମ୍ବା ସଂସ୍କୃତି ବିଭାଗକୁ ହସ୍ତାନ୍ତର କରିଲେ ଖଲିକୋଟବାସୀ ଉପକୃତ ହେବେ ବୋଲି ମତପୋଷଣ କରିଥିଲେ l ସଭା ଅନ୍ତିମ ପ୍ରଯ୍ୟୟରେ ଡ଼ା. ଏପିଜେ ଅବଦୁଲ କାଲାମ ଜନ କଲ୍ୟାଣ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରସ୍ତୁତ ହୋଇଥିବା “ମୋ ଗୁରୁ ” ଶବ୍ଦକୁ ବ୍ୟାଖ୍ୟା
କରି ” ସ୍ମୁତିସୁଦ୍ଧା” ପୁସ୍ତକ ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯାଇଥିଲା l ଶିକ୍ଷୟିତ୍ରୀ ଅଞ୍ଜନା କୁମାରୀ ବେହେରା ମାନପତ୍ର ପାଠ କରିବା ସହ ସ୍ଵେଚ୍ଛାସେବୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା କିଛି ବ୍ୟକ୍ତି ବିଶେଷ୍ୟ ଙ୍କୁ ଉତ୍ତମ କାର୍ଯ୍ୟ ନିମନ୍ତେ ଉପଢୌକନ ସହ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ତପନ କୁମାର ବେହେରା ।। ଶେଷରେ ଟ୍ରଷ୍ଟ ର ସମ୍ପାଦକ ପଞ୍ଚାନନ ସୁର୍ ଧନ୍ୟବାଦ ଅର୍ପଣ କରିଥିଲେ ।।

Leave a Reply

Your email address will not be published. Required fields are marked *