ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ର ସଫଳ ଆୟୋଜନ ନିମନ୍ତେ ବିଭିନ୍ନ ସବ୍ କମିଟି ପ୍ରସ୍ତୁତି ର ସମୀକ୍ଷା ବୈଠକ
ଭବାନୀପାଟଣା :ଚଳିତ ବର୍ଷ ଚାରି ଦିନ ପରିବର୍ତ୍ତେ ପାଞ୍ଚ ଦିନ ଧରି ଜିଲ୍ଲା ସ୍ତରୀୟ ଉତ୍ସବ। କଳାହାଣ୍ଡି ର ଲୋକମହୋତ୍ସବ ଘୁମୁରା ୨୦୨୬ ର ସଫଳ ଆୟୋଜନ ନିମନ୍ତେ ବିଭିନ୍ନ ସବ୍ କମିଟି ଗଠନ କରାଯାଇ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି। ଲୋକଙ୍କର ଉତ୍ସାହ ଓ ଆଗ୍ରହ ଦୃଷ୍ଟି ରୁ ଚଳିତ ବର୍ଷ ୧୪ଜାନୁଆରୀ ରୁ ୧୭ ଜାନୁଆରୀ ନିର୍ଦ୍ଧାରିତ ତାରିଖ ପରିବର୍ତ୍ତେ ଆଉ ଏକ ଦିନ ୧୮ଜାନୁଆରୀ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ଜିଲ୍ଲା ସ୍ତରୀୟ ଉତ୍ସବ ଘୁମୁରା ମହାସମାରୋହରେ ଅନୁଷ୍ଠିତ ହେବା ପାଇଁ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲ ସାଂସ୍କୃତି ପରିଷଦ ର ବୈଠକରେ ସର୍ବ ସମ୍ମତି କ୍ରମେ ସ୍ଥିର କରାଯାଇଛି । ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ଅଧ୍ୟକ୍ଷତାରେ ଉତ୍ସବ ପାଳନ ନିମନ୍ତେ ଗଠନ କରାଯାଇଥିବା ବିଭିନ୍ନ କମିଟିର କର୍ମକର୍ତ୍ତା ଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ କମିଟି ଅଧ୍ୟକ୍ଷ, କେl ଅଧ୍ୟକ୍ଷ, କନଭେନର, ନୋଡାଲ ଅଧିକାରୀ ପ୍ରମୁଖ ଯୋଗ ଦେଇ ନିଜ ନିଜ କମିଟିର ପୂର୍ବ ପ୍ରସ୍ତୁତି ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଇଥିଲେ। ଉତ୍ସବ ପାଳନ ସମ୍ପର୍କିତ ଗଠନ କରାଯାଇଥିବା ସମସ୍ତ କମିଟ ର କର୍ମକର୍ତ୍ତା, ସଭ୍ୟ, ସଭ୍ୟା ନିଜ ନିଜର ନ୍ୟସ୍ତ ଦାୟିତ୍ଵ କୁ ସୂଚାରୁ ରୂପେ ତୁଲାଇବା ସହିତ ଜିଲ୍ଲା ସ୍ତରୀୟ ସାଂସ୍କୃତିକ ମହୋତ୍ସବ କୁ ଅଧିକ ସରସ ସୁନ୍ଦର କରିବା ପାଇଁ ଜିଲ୍ଲାପାଳ ଶ୍ରୀ ପ୍ରକାଶ ପରାମର୍ଶ ଦେଇଥିଲେ। ଚଳିତ ବର୍ଷ କଳାହାଣ୍ଡି ଉତ୍ସବ ଚାରି ଦିନ ପରିବର୍ତେ ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବା କୁ ଥିବା ସୂଚନା ପ୍ରସାର ପ୍ରଚାର କମିଟି ର ସମୀକ୍ଷା ବୈଠକରେ ଜିଲ୍ଲପାଳ ସୂଚନା ଦେଇଥିଲେ। ଏଥିରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦେଇ ଥିଲେ।
bhabanipatana ru dhiren pattanayak nka report epa news
