ଜିଲ୍ଲା ସ୍ତରୀୟ କୃଷିଭିତ୍ତିକ କୃଷି ରଣନୀତି କମିଟି ବୈଠକ ରବି: ୨୦୨୫-୨୬ କମିଟି ବୈଠକ
ଜିଲ୍ଲା ସ୍ତରୀୟ କୃଷିଭିତ୍ତିକ କୃଷି ରଣନୀତି କମିଟି ବୈଠକ ରବି: ୨୦୨୫-୨୬ ଜିଲ୍ଲାପାଳ ଡ ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ନବରଙ୍ଗପୁର ଜିଲ୍ଲା କୃଷି ଅଧିକାରୀ ଦ୍ୱାରା ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷ, ନବରଙ୍ଗପୁରରେ ୧୦.୧୨.୨୦୨୫ ରେ, ସମୟ – ସକାଳ ୧୦.୦୦ ଟାରେ ଆୟୋଜିତ ହୋଇଥିଲା। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସୁଧୀରଞ୍ଜନ ବେହେରା କାର୍ଯ୍ୟସୂଚୀ ଅନୁଯାୟୀ ଜିଲ୍ଲାରେ କାର୍ଯ୍ୟକାରି କୃଷି ଯୋଜନା, ବିଭିନ୍ନ କୃଷି କ୍ରିୟାକଳାପ ଓ ଆସନ୍ତା ରବି ଋତୁ ପାଇଁ ବିବେଚିତ କୌଶଳ ଉପସ୍ଥାପନ କରିଥିଲେ ।

ଏହାସହିତ ଉଦ୍ୟାନ କୃଷି ନିର୍ଦେଶକ, କୃଷି ବିଜ୍ଞାନ କେନ୍ଦ୍ର ଉମରକୋଟ ମୁଖ୍ୟ ବୈଜ୍ଞାନିକ ଓ ପ୍ରକଳ୍ପ ନିର୍ଦେଶକ, ଜଳବିଭାଜିକା ମଧ୍ୟ ନିଜ-ନିଜ ବିଭାଗୀୟ କାର୍ଯ୍ୟସୂଚୀ ଓ ରବି କାଳୀନ କାର୍ଯ୍ୟଯୋଜନା ଉପସ୍ଥାପନ କରିଥିଲେ I ଉକ୍ତ ବୈଠକରେ ବିଭିନ୍ନ ଜଳ ସମ୍ପଦ ବିଭାଗର ଅଧିକାରୀମାନେ, କୃଷି ବିଭାଗର ସମସ୍ତ ଅଧିକାରୀ ଏବଂ ଅନ୍ୟାନ୍ୟ ସଦସ୍ୟ ଉକ୍ତ ବୈଠକରେ ଯୋଗ ଦେଇଥିଲେ। ସଭାରେ ରବି ପ୍ରକଳ୍ପ ସମ୍ପର୍କରେ ଆଲୋଚନା ହେବା ସହ ଜିଲ୍ଲାପାଳ ମହୋଦୟ ପାଣିର ସଠିକ୍ ବ୍ୟବହାର ଓ ଜୀବାଶ୍ମ ସାରର ଯୁକ୍ତିସଙ୍ଗତ ବ୍ୟବହାର ପାଇଁ ଧାନ ଠାରୁ ଅଣଧାନ ଫସଲକୁ ଅଧିକ ଗୁରୁତ୍ୱ ଦେବା ବିଷୟରେ ଆଲୋଚନା କରିଥିଲେ।
ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
